ETV Bharat / state

ତିର୍ତ୍ତୋଲ ବିଧାୟକଙ୍କ ପିଛା ଛାଡ଼ୁନି ବିବାହ ବିବାଦ, ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସୋମାଲିକା

author img

By ETV Bharat Odisha Team

Published : Mar 18, 2024, 9:27 PM IST

Tirtol MLA marriage controversy: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ବିବାହ ବିବାଦ ମାମଲା । ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସୋମାଲିକା । ଅଧିକ ପଢନ୍ତୁ

Tirtol MLA marriage controversy
Tirtol MLA marriage controversy

Tirtol MLA marriage controversy

ଜଗତସିଂହପୁର: ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବାନ୍ଧବୀ ସୋମାଲିକା ଦାଶ । ବିଧାୟକଙ୍କ ନାଁରେ ପୂର୍ବରୁ ଆଣିଥିବା ସେକ୍ସ ରାକେଟ ଅଭିଯୋଗରେ ପୁଣି ଥରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଜଗତସିଂହପୁର ପୋଲିସ ବିନା ତଦନ୍ତରେ ଏହି ମାମଲାରେ ଚାପି ଦେବାକୁ ପ୍ରୟାସ କରୁଥିବା ଅଭିଯୋଗ କରିଛନ୍ତି ସୋମାଲିକା ।

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ଆଣିଥିବା ସେକ୍ସ ରାକେଟକୁ ନେଇ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବାନ୍ଧବୀ ସୋମାଲିକା । ସେ କୋର୍ଟଙ୍କ ନିକଟରେ ଦର୍ଶାଇଛନ୍ତି ଯେ, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ସେକ୍ସ ରାକେଟ ଚଳାଇବା ଅଭିଯୋଗ ନେଇ ଗତ 03/02/2023ରେ ଜଗତସିଂହପୁର ଥାନାରେ ସେ ଲିଖିତ ଅଭିଯୋଗ କରିଥିଲେ । ହେଲେ ଜଗତସିଂହପୁର ପୋଲିସ ସେ ସମୟରେ ଏତଲାକୁ ଗ୍ରହଣ କରିନଥିଲେ । ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୋଲିସ ମାମଲା ରୁଜୁ କରି ବିନା ତଦନ୍ତରେ ଏହି ମାମଲାକୁ ରଫାଦଫା କରିବା ପାଇଁ ଜଗତସିଂହପୁର SDJM କୋର୍ଟରେ ଆବେଦନ କରିଛନ୍ତି । ବିନା ତଦନ୍ତରେ ଜଗତସିଂହପୁର ପୋଲିସ ଏହି ମାମଲାକୁ ଚାପି ଦେବାକୁ ପ୍ରୟାସ କରୁଥିବା ଅଭିଯୋଗ ଆଣି ଏ ସଂକ୍ରାନ୍ତରେ କୋର୍ଟଙ୍କ ନିକଟରେ ପିଟିସନ ଫାଇଲ କରିଛନ୍ତି ସୋମାଲିକା ।

ଏହାମଧ୍ୟ ପଢନ୍ତୁ.. ତିର୍ତ୍ତୋଲ ବିଧାୟକ ବିବାହ ବିବାଦ; ଫାଇନାଲ ରିପୋର୍ଟ ଦାଖଲ ପରେ ନିଜ ପକ୍ଷ ରଖିଲେ ସୋମାଲିକା

ଏହି ପିଟିସନରେ ଗୃହ ବିଭାଗ ସଚିବ, ପୋଲିସ ମହାନିର୍ଦ୍ଦେଶକ, ଜଗତସିଂହପୁର ଏସପି, ଜଗତସିଂହପୁର ଆଇଆଇସି ଓ ତିର୍ତ୍ତୋଲ ବିଧାୟକଙ୍କୁ ପକ୍ଷ କରାଯାଇଛି । ଅନ୍ୟପଟେ ଏହି ଘଟଣାରେ ଜଗତସିଂହପୁର ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରି ନଥିବାବେଳେ ବିଧାୟକ ବିଜୟ ଶଙ୍କର ଦାସ କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଛନ୍ତି ।

ସୂଚନାଯୋଗ୍ୟ, ଜଗତସିଂହପୁର ସହରର ସୋମାଲିକା ଦାଶ ଓ ବିଧାୟକ ବିଜୟ ଶଙ୍କର ଦାସଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । ଏମିତି କି ଉଭୟ ଏକାଠି ରହୁଥିଲେ । କିଛିଦିନ ପରେ ସୋମାଲିକା ବିଜୟ ଶଙ୍କରଙ୍କୁ ବିବାହ ପାଇଁ ଜିଦ ଧରିବାରୁ ଉଭୟ 2023ରେ ଜଗତସିଂହପୁର ସବ୍‌ରେଜିଷ୍ଟ୍ରାରଙ୍କ ନିକଟରେ ବିବାହ ପାଇଁ ଆବେଦନ କରିଥିଲେ । କିନ୍ତୁ ଯେଉଁଦିନ ବିବାହର ତାରିଖ ନିର୍ଣ୍ଣୟ କରାଯାଇଥିଲା ସେହିଦିନ ବିଜୟ ଶଙ୍କର ବିବାହ ପାଇଁ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟକୁ ଆସିନଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା । ସେକ୍ସ ରାକେଟ ଚଳାଇବା, ଏକାଧିକ ଯୁବତୀଙ୍କ ସହ ସମ୍ପର୍କ ଓ ବିବାହର ପ୍ରତିଶ୍ରୁତି ଦେଇ ବିଧାୟକ ବିଜୟ ଶଙ୍କର ଶାରିରୀକ ସମ୍ପର୍କ ରଖିଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିବା ସହ ଜଗତସିଂହପୁର ଥାନାରେ ବିଧାୟକଙ୍କ ବିରୋଧରେ ଏତଲା ଦେଇଥିଲେ ସୋମାଲିକା । ଏହାକୁ ଜଗତସିଂହପୁର ପୋଲିସ ତଦନ୍ତ ନକରି ଶାସକ ଦଳର ବିଧାୟକ ବୋଲି ତାଙ୍କୁ ଘଣ୍ଟ ଘୋଡାଇବା ସହିତ ବିନା ତଦନ୍ତରେ ମାମଲାଟିକୁ ବନ୍ଦ କରିଦେବାକୁ ଜିଲ୍ଲା SDJM କୋର୍ଟରେ ଆବେଦନ କରିଥିଲା । SDJMଙ୍କ ନିର୍ଦ୍ଦେଶରେ ସୋମାଲିକା ହାଜର ହୋଇ ତାଙ୍କ ପକ୍ଷ ରଖିଥିଲେ । ଆଜି ସେ ଏହି ଘଟଣାରେ ହାଇକୋର୍ଟରେ ଏକ ପିଟିସନ ଫାଇଲ କରିଛନ୍ତି । ଦିନେ ଦୁଇଦିନ ମଧ୍ୟରେ ସେ ଏକ ସାମ୍ବାଦିକ ସମ୍ମିଳନୀ କରି ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆଣିବେ ବୋଲି କହିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.