ETV Bharat / state

ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

author img

By ETV Bharat Odisha Team

Published : Feb 21, 2024, 9:50 PM IST

SUJ Submit Memorandum : ଷ୍ଟେଟ ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟସ (SUJ) ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପ୍ରତୀକ ଧାରଣା ଦେଇଛନ୍ତି । ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା, "ସାମ୍ବାଦିକ ଅତିଥି ଭବନ" ନିର୍ମାଣ କରିବା ଆଦି ରହିଛି ପ୍ରମୁଖ ଦାବି । ଅଧିକ ପଢନ୍ତୁ

ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଝାରସୁଗୁଡା: ଆଜି ସାମ୍ବାଦିକଙ୍କ ସମସ୍ୟା ନେଇ ଝାରସୁଗୁଡା ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଷ୍ଟେଟ ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟସ (SUJ) ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପ୍ରତୀକ ଧାରଣା ଦେଇଛନ୍ତି ସାମ୍ବାଦିକ ସଂଘ । ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରିଛନ୍ତି ସାମ୍ବାଦିକ । ସେହି ଦାବି ଗୁଡିକ ମଧ୍ୟରେ ରହିଛି ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା , କାର୍ଯ୍ୟରତ ସାମ୍ବାଦିକଙ୍କୁ ମାସିକ ୨୦ ହଜାର ଓ ଅବସର ଗ୍ରହଣ କରିଥିବା ସାମ୍ବାଦିକଙ୍କୁ ମାସିକ ୨୫ ହଜାର ଟଙ୍କା ଭତ୍ତା ପ୍ରଦାନ କରିବା । ଏହା ସହ ଭୁବନେଶ୍ବରକୁ ଯାଉଥୁବା ରାଜ୍ୟର ବିଭିନ୍ନ ଜିଲ୍ଲାର ସାମ୍ବାଦିକଙ୍କ ରହଣି ସକାଶେ "ସାମ୍ବାଦିକ ଅତିଥି ଭବନ" ନିର୍ମାଣ କରିବା ,ପ୍ରତିବର୍ଷ ପଞ୍ଜିକରଣ ନବୀକରଣ ପ୍ରକ୍ରିୟାକୁ ବନ୍ଦ କରି ସାମ୍ବାଦିକ ବୀମା ରାଶିକୁ ୧୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ଭଳି ଦାବି ରହିଛି ।

SUJ ସଂଘ ପକ୍ଷରୁ ଦୀର୍ଘ ୪ ବର୍ଷ ଧରି ନିରବିଛିନ୍ନ ଭାବେ ରାଜ୍ୟ ସରକାରଙ୍କ ଠାରେ ଦାବି କରାଯାଉଛି । ଏପରିକି ରାଜ୍ୟପାଳ ଓ ମୂଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରାଯାଇଛି । ବର୍ତମାନ ପୁଣି ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବିପତ୍ର ଦେବାକୁ ସମସ୍ତ ଜିଲ୍ଲା କମିଟିକୁ ଅନୁରୋଧ କରୁଛୁ ବୋଲି ସାମ୍ବାଦିକ ସଂଘ କହିଛି । ଗତ ଫେବ୍ରୁଆରି ୯ ତାରିଖରେ ଭୁବନେଶ୍ବର ସ୍ଥିତ ଜୟଦେବ ଭବନ ଠାରେ SUJ ର ବାର୍ଷିକ ସମାବେଶ ପରେ ଖୁବ ଶୀଘ୍ର ଦାବି ପୁରଣ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ବିଧାୟକ ଗଣ ସକାରାତ୍ମକ ପ୍ରତିଶୃତି ଦେଇଛନ୍ତି । ରାଜ୍ୟସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବା ନେଇ ତ୍ବରିତ ଉଦ୍ୟମ ଆରମ୍ଭ ହୋଇଥିବା ସୂଚନା ରହିଛି ।

ଏହା ମଧ୍ୟ ପଢନ୍ତୁ... ଜନଜାତିଙ୍କ ପାଇଁ ବଡ଼ ପଦକ୍ଷେପ: ଛୋଟ ମାମଲା ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ତେବେ ବିଭିନ୍ନ ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅନେକ ସମୟରେ ଗଣମାଧ୍ୟମର କଣ୍ଠରୋଧ ହେଉଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବିଗତ ଦିନରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉପରେ ଆତ୍ମଘାତୀ ଆକ୍ରମଣ ହେଉଥିବା ଭଳି ଦୃଶ୍ୟ ଲୋକଲୋଚନକୁ ଆସିଛି । ତେବେ ସରକାର ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବା ବର୍ତ୍ତମାନ ସମୟରେ ଅତି ଆବଶ୍ୟକ ହୋଇଯାଇଛି । ଆଜି ରାଜ୍ୟ ଉପସଭାପତି ମେହେବୁବ ମହତାବଙ୍କ ନେତୃତ୍ବରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି । ଏଥିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସାହୁ ଏବଂ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.