ETV Bharat / state

ପ୍ରସିଦ୍ଧ ଯୋରନ୍ଦା ମେଳାର ତୃତୀୟ ଦିନ, ବଢୁଛି ଭକ୍ତଙ୍କ ସମାଗମ

author img

By ETV Bharat Odisha Team

Published : Feb 24, 2024, 11:01 PM IST

Flock Of Devotees Gathered At Joranda Mahima Temple: ଆଜି ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳାର ତୃତୀୟ ଦିବସ । ଗାଦୀ ମନ୍ଦିରର ପଶ୍ଚିମ ଦ୍ବାରରେ 5.34 ମିନିଟରେ ଝାଡଦୀପ ଲାଗିଛି । ଏହାକୁ ଦେଖିବା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ନାହିଁନଥିବା ଭିଡ ପରିଲକ୍ଷିତ ହୋଇଛି । ଅଧିକ ପଢନ୍ତୁ

ପ୍ରସିଦ୍ଧ ଯୋରନ୍ଦା ମେଳାକୁ ତୃତୀୟ ଦିନ, ଭକ୍ତ ବଢୁଛି ସମାଗମ

ଢେଙ୍କାନାଳ: ଆଜି ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳାର ତୃତୀୟ ଦିବସ । ଯୋରନ୍ଦା ମାଘମେଳାର ତୃତୀୟ ଦିବସ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି l ଆଜି ପ୍ରତିପଦା ତିଥିରେ ଗାଦି ମନ୍ଦିରର ପଶ୍ଚିମ ଦ୍ବାରରେ କେବଳ ଗୋଟିଏ ଝାଡଦ୍ବୀପ ପ୍ରଜ୍ବଳିତ ହୋଇଛି । ଏହି ଝାଡଦ୍ବୀପରେ ସନ୍ୟାସୀ ସାଧୁସନ୍ତ ଓ ଶ୍ରଦ୍ଧାଳୁ ମାନେ ଘୃତାହୃତି ପ୍ରଦାନ କରିଥିଲେ । ଝାଡଦୀପ ପ୍ରଜ୍ବଳନ ସମୟରେ ଅଲେଖ ମହିମା ଧ୍ବନିରେ ପୀଠର ଗଗନପବନ ପ୍ରକମ୍ପିତ ହୋଇଉଠିଛି । ଗାଦୀ ମନ୍ଦିରର ପଶ୍ଚିମ ଦ୍ବାରରେ 5.34 ମିନିଟ ରେ ଝାଡଦୀପ ଲାଗିଛି । ଏହାକୁ ଦେଖିବା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ନାହିଁନଥିବା ଭିଡ ପରିଲକ୍ଷିତ ହୋଇଛି । ଖଞ୍ଜଣୀ ଭଜନରେ କମ୍ପି ଉଠୁଛି ମହିମାଗାଦି । ପ୍ରଭୁ ଶୂନ୍ୟ ଦେହିଙ୍କୁ ଦର୍ଶନ କରି ଆଶିଷ ଲାଭ ପାଇଁ ଭକ୍ତଙ୍କ ସୁଅ ଛୁଟୁଛି ମହିମାଗାଦିକୁ ।

ଏହା ମଧ୍ୟ ପଢନ୍ତୁ...ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ଆରମ୍ଭ, ମହଣ ମହଣ ଘିଅରେ ଜଳୁଛି ଝାଡ଼ଦୀପ

ଗତକାଲି ଲକ୍ଷାଧିକ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା । ଆଜିମଧ୍ୟ ଲକ୍ଷାଧିକ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଛି । ଚଳିତବର୍ଷ ରାଜ୍ୟ ଓ ରାଜ୍ୟ ବାହାର ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଆସାମ, ଝାଡାଖଣ୍ଡ, ବିହାର, ଛତିଶଗଡ ସମେତ ପଡୋଶୀ ରାଷ୍ଟ୍ର ନେପାଳ ଆଦି ଅନ୍ୟାନ୍ୟ ଦେଶରୁ ଶ୍ରଦ୍ଧାଳୁ ମାନେ ଯୋରନ୍ଦା ମେଳା ବୁଲି ଦେଖିଛନ୍ତି । ଚଳିତବର୍ଷ ମାଘମେଳାରେ ଆରମ୍ଭ ହୋଇଛି ପଲ୍ଲିଶ୍ରୀ ମେଳା । ବିଭିନ୍ନ ପ୍ରକାରର ଘର କରଣା ଜିନିଷ ସାଙ୍ଗକୁ ଚଟପଟା ଖାଦ୍ୟରେ ମଜା ଉଠଉଛନ୍ତି ଲୋକେ । ରାତ୍ରିରେ ଅପେରା ପାର୍ଟିରେ ଲୋକଙ୍କ ନାହିଁନଥିବା ଭିଡ ପରିଲକ୍ଷିତ ହୋଇଛି । ମେଳାରେ ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ 10ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ରାତ୍ରି ଯେତିକି ବଢୁଛି ମେଳାରେ ଭିଡ ସେତିକି ଜମୁଛି ଭକ୍ତମାନେ ନିଜ ପରିବାର ସହ ଶୂନ୍ୟ ମନ୍ଦିର ଦର୍ଶନ କରି ଖୁସିର ସହ ଘରକୁ ଫେରୁଥିବା ପ୍ରକାଶ କରୁଛନ୍ତି ।

ସୂଚନା ଯୋଗ୍ୟ ଯେ ମାଘ ଶୁକ୍ଳ ଚତୁର୍ଦଶୀ ଅବସରରୁ ଆରମ୍ଭ ହୋଇଛି ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା । ମହିମା ପରମ୍ପରା ମୁତାବକ ଚଳିତ ବର୍ଷ ମହିମା ସାଧୁମାନେ ସେମାନଙ୍କର ୧୫୧ତମ ବାର୍ଷିକ ଉତ୍ସବ ପାଳୁଛନ୍ତି । ପରମ୍ପରା ଅନୁଯାୟୀ, ମହିମା ସତ୍ୟ ସମାଜ ଓ ସାଧୁ ସମାବେଶ ନିଷ୍ପତ୍ତି ମୁତାବକ ଅପର ସନ୍ୟାସୀ ଭାବେ ୩୩ଜଣଙ୍କୁ କୌପନି ଓ ପର ସନ୍ୟାସୀ ଭାବେ ୧୩ ଜଣଙ୍କୁ ବକଳ ପ୍ରଦାନ କରାଯାଇଛି । ସନ୍ଧ୍ୟା ପରେ ଗାଦି ମନ୍ଦିର ଚାରିଦ୍ୱାରରେ ପ୍ରଜ୍ବଳିତ ଝାଡବତୀରେ ମହଣ ମହଣ ଘୃତହୁତି କରି ଜଗତ ଭକ୍ତଙ୍କ କଲ୍ୟାଣ ମନାସୁଛନ୍ତି ମହିମା ସାଧୁ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.