ETV Bharat / state

ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ପ୍ରସଙ୍ଗ; ତଦନ୍ତ ପରେ ଅଟକଙ୍କୁ ଛଡାଯିବ କହିଲେ ଏସପି

author img

By ETV Bharat Odisha Team

Published : Mar 5, 2024, 4:32 PM IST

Pinak Mishra On Non Hindu Entry In Jagannath Temple: ଶ୍ରୀମନ୍ଦିରରେ କିଛି ବିଦେଶୀ ଅଣହିନ୍ଦୁ ବ୍ୟକ୍ତିଙ୍କ ପ୍ରବେଶ ପ୍ରସଙ୍ଗ । ଘଟଣାରେ ୯ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ବର୍ତ୍ତମାନ ଏହାର ତଦନ୍ତ କରୁଛି ପୋଲିସ । ସବୁ ଦିଗରୁ ତଦନ୍ତ ପରେ ଅଟକଙ୍କୁ ଛଡାଯିବା ନେଇ ହେବ ନିଷ୍ପତ୍ତି ବୋଲି କହିଲେ ପୁରୀ ଏସପି ପିନାକ ମିଶ୍ର । ଅଧିକ ପଢନ୍ତୁ,

ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ପ୍ରସଙ୍ଗ; ତଦନ୍ତ ପରେ ଅଟକଙ୍କୁ ଛଡାଯିବା ନେଇ ନିଷ୍ପତ୍ତି ନିଆଯିବ କହିଲେ ଏସପି
ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ପ୍ରସଙ୍ଗ; ତଦନ୍ତ ପରେ ଅଟକଙ୍କୁ ଛଡାଯିବା ନେଇ ନିଷ୍ପତ୍ତି ନିଆଯିବ କହିଲେ ଏସପି

ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ପ୍ରସଙ୍ଗ; ତଦନ୍ତ ପରେ ଅଟକଙ୍କୁ ଛଡାଯିବା ନେଇ ନିଆଯିବ ନିଷ୍ପତ୍ତି କହିଲେ ଏସପି

ପୁରୀ: ଶ୍ରୀମନ୍ଦିରରେ ଅଣ ହିନ୍ଦୁ ପ୍ରବେଶ ଘଟଣା, ତଦନ୍ତ କରୁଛି ପୁରୀ ପୋଲିସ । ଘଟଣାରେ ୯ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ଘଟଣାକୁ ଗୁରୁତର ସହ ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ ଚଳାଇଛି ପୁରୀ ପୋଲିସ । ଏନେଇ ପୁରୀ ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି, ଅଟକ ବ୍ୟକ୍ତିଙ୍କ ସବୁ ଦିଗରୁ ତଦନ୍ତ କରିବା ପରେ ସୋମାନଙ୍କୁ ଛଡାଯିବା ନେଇ ନିଷ୍ପତ୍ତି ନିଆଯିବ ।

ପୁରୀ ଏସପି ପିନାକ ମିଶ୍ରଙ୍କ ସୁଚନା ଅନୁଯାୟୀ ବାଂଲାଦେଶରୁ ସେମାନେ ଆସିଥିବାରୁ ତାଙ୍କ ପାସପୋର୍ଟ, ଭିଶା ସଠିକ୍ ଅଛିକି ନାହିଁ ଭାରତ ସରକାରଙ୍କ ଇମିଗ୍ରେସନ ବିଭାଗ ସହିତ ଯୋଗାଯୋଗ କରଯାଇଛି । ଯଦି ସବୁ କିଛି ଠିକ ଥିବ, ଏକ ଦେଶରୁ ଅନ୍ୟ ଦେଶକୁ ଆସିବାକୁ ଥିବା ସବୁ ନିୟମାବଳୀ ପାଳନ ହୋଇଥିବ ତେବେ ଆଇନ ଅନୁଯାୟୀ ତାଙ୍କୁ ଛଡାଯିବା ନେଇ ବିଚାର କରାଯିବ । କେବଳ ସେତିକି ନୁହେଁ ସେମାନେ କେଉଁ କେଉଁ ସ୍ଥାନ ଯାଇଥିଲେ ସେନେଇ ତଦନ୍ତ ଚାଲିଛି । ଯଦି ତାଙ୍କର ଆସିବା ଉପରେ କୌଣସି ସନ୍ଦିଗ୍ଧ କାରଣ ନ ଥାଏ, ପୋଲିସ ତଦନ୍ତରେ ସନ୍ତୋଷ ପ୍ରକଟ କଲେ ତାଙ୍କୁ ଛଡାଯିବା ନେଇ କୌଣସି ପ୍ରତିବନ୍ଧକ ରହିବନି ।

କଲିକତାରେ ଫରେନ ରେଜିଷ୍ଟ୍ରେସନ ଅଫିସ ସହ ଯୋଗାଯୋଗ ମଧ୍ୟ କରାଯାଇ ତଥ୍ୟ ଅଣାଯାଉଛି । ସବୁ ଦିଗରେ ତଦନ୍ତ ହେଉଥିବା ବେଳେ ଅଟକ ୯ ଜଣ ଭାରତ ଆସିବା କୌଣସି ସନ୍ଦିଗ୍ଧ କାରଣ ନ ଥିଲେ ତାଙ୍କୁ ଛାଡି ଦିଆଯିବ ବୋଲି ପୁରୀ ଏସପି କହିଛନ୍ତି । ଅଟକ ୯ ଜଣଙ୍କୁ ଉଚିତ୍ ସତ୍କାର ସହ ରଖାଯାଇଛି । ସେମାନେ ମଧ୍ଯ ତଦନ୍ତରେ ସହଯୋଗ କରୁଛନ୍ତି । ତେବେ ପୋଲିସ ତଦନ୍ତ ସନ୍ତୋଷ ପ୍ରକାଶ କଲେ ଅଟକ ବ୍ୟକ୍ତିଙ୍କୁ ତାଙ୍କ ଦେଶକୁ ଛଡାଯିବ ବୋଲି ପୁରୀ ଏସପି ପିନାକ ମିଶ୍ର କହିଛନ୍ତି ।

ସୂଚନା ଥାଉ କି, ଗତ ରବିବାର ସନ୍ଧ୍ୟାରେ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାରେ ବଡ ତ୍ରୁଟି ହୋଇଥଲା । ଶ୍ରୀମନ୍ଦିରରେ ପ୍ରବେଶ କରିଥିବା ଅଭିଯୋଗରେ ୯ଜଣଙ୍କୁ ପୁରୀ ସିଂହଦ୍ୱାର ଥାନା ପୋଲିସ ଅଟକ ରଖିଥିଲା । ସୂଚନା ଅନୁଯାୟୀ କିଛି ବ୍ୟକ୍ତି ଶ୍ରୀମନ୍ଦିର ନିକଟରେ ଠିଆ ହୋଇଥିବା ବେଳେ କିଛି ବଜରଙ୍ଗ ଦଳ କର୍ମୀ ତାଙ୍କୁ ସନ୍ଦେହ କରିଥଲେ । ତାଙ୍କ ବେଶ ଭୂଷାରୁ ସେ ମୁସଲିମ ବୋଲି ସନ୍ଦେହ କରିଥିଲେ । ପରେ ପଚରାଉଚରା କରିବା ସହ ତାଙ୍କ ପାସପୋର୍ଟ ଦେଖିବା ପରେ ସେମାନେ ବାଂଲାଦେଶରୁ ଆସିଥିବା ବେଳେ ମୁସିଲମ ବୋଲି ଜଣାପଡିଥିଲା । ତେବେ କିଛି ତାଙ୍କର ସାଥୀ ଶ୍ରୀମନ୍ଦିର ଭିତରକୁ ଯାଇଥିବା କହିଥିଲେ ସନ୍ଦିଗ୍ଧ ବ୍ୟକ୍ତି । ପରେ ବଜରଙ୍ଗ ଦଳ କର୍ମୀ ସେମାନଙ୍କୁ ଆଣି ସିଂହଦ୍ବାରା ଥାନାରେ ଜିମା ଦେଇଥିଲେ ।

ଏହି ଘଟଣାରେ ପୋଲିସ୍ ତଦନ୍ତ ଆରମ୍ଭ କରିଥିବା ବେଳେ ୯ ଜଣଙ୍କୁ ପୋଲିସ ଅଟକ ରଖିଛି । କଣ ପାଇଁ କେଉଁ ଉଦ୍ଦେଶ୍ୟରେ ସେମାନେ ଶ୍ରୀମନ୍ଦିରକୁ ଯାଇଥିଲେ ସେନେଇ ତଦନ୍ତ ଚାଲିଥିବା ପୁରୀ ଅତିରିକ୍ତ ଏସପି ସୁଶିଲ ମିଶ୍ର କହିଥିଲେ । ତେବେ ଏହି ଘଟଣାକୁ ନେଇ ପୁରୀ ପୋଲିସ୍ ଉପରେ ବର୍ଷିଥିଲା ବଜରଙ୍ଗ ଦଳର କର୍ମୀ । ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ ଢିଲା ଥିବା ବଜରଙ୍ଗ ଦଳ ଅଭିଯୋଗ କରିଥିଲା ।

ଏହା ମଧ୍ୟ ପଢନ୍ତୁ: ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶର ତଦନ୍ତ କରୁଛି ପୋଲିସ, ଢିଲା ସୁରକ୍ଷା ବ୍ୟବସ୍ଥା ନେଇ ବୁଦ୍ଧିଜୀବୀ ଅସନ୍ତୋଷ

ଶ୍ରୀମନ୍ଦିରକୁ ଆତଙ୍କବାଦିଙ୍କ ବିପଦ ଥିବା ବେଳେ ପୁରୀ ପୋଲିସର ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ଅଣ ହିନ୍ଦୁ ପ୍ରବେଶ କରୁଛନ୍ତି । ଯଦି କିଛି ଅଘଟଣ ଘଟେ କିଏ ଦାୟୀ ରହିବ ବୋଲି ବଜରଙ୍ଗ ଦଳ ପ୍ରଶ୍ନ କରିଥିଲା । କିଛି ଦିନ ତଳେ ବାଙ୍ଗାଲୋରରେ ବୋମା ବିସ୍ଫୋରଣ ହୋଇଥିବା ବେଳେ ଶ୍ରୀମନ୍ଦିର ର ସୁରକ୍ଷା ବ୍ୟବସ୍ଥାରେ ଢିଲ କୁ ବଜରଙ୍ଗ ଦଳ ସମେତ ବୁଦ୍ଧିଜୀବୀ ମଧ୍ୟ କଡ଼ା ନିନ୍ଦା କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ପ୍ରସଙ୍ଗ: ରୋକିବା ପାଇଁ ଖୁବଶୀଘ୍ର ଏସଓପି ଆଣିବ ପ୍ରଶାସନ

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.