ETV Bharat / state

ଶାନ୍ତିପୂର୍ଣ୍ଣ ସହଭାଗିତା ଟାଇଗର ରିଜର୍ଭର ଭବିଷ୍ୟତ; ପିସିସିଏଫ

author img

By ETV Bharat Odisha Team

Published : Feb 22, 2024, 7:44 AM IST

PCCF posted Photo: ବାଘ ଯିବା ପରେ ସେହି ରାସ୍ତାରେ ମଣିଷ ଯାଇଥିବା ଫଟୋକୁ ପିସିସିଏଫ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଅଧିକ ପଢ଼ନ୍ତୁ

ଶାନ୍ତିପୂର୍ଣ୍ଣ ସହଭାଗିତା ଟାଇଗର ରିଜର୍ଭର ଭବିଷ୍ୟତ; ପିସିସିଏଫ
ଶାନ୍ତିପୂର୍ଣ୍ଣ ସହଭାଗିତା ଟାଇଗର ରିଜର୍ଭର ଭବିଷ୍ୟତ; ପିସିସିଏଫ

ଭୁବନେଶ୍ବର: ମହାବଳ ଯାଉଥିବା ରାସ୍ତାରେ ମଣିଷ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଶିମିଳିପାଳ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ଏହିଭଳି ରୋଚକ ଦୃଶ୍ୟ । ବାଘ ଯିବା ପରେ ସେହି ରାସ୍ତାରେ ମଣିଷ ଯାଇଥିବା ଫଟୋକୁ ପିସିସିଏଫ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ତେବେ ଦୃଶ୍ୟରେ ଗୋଟିଏ ଛୋଟ ଝିଅ ଏବଂ ଜଣେ ଲୋକ ଯାଉଥିବାର ଦେଖିବାକୁ ମିଳିଛି । ତେବେ ଏହି ଫଟୋର କ୍ୟାପସନରେ ଶାନ୍ତିପୂର୍ଣ୍ଣ ସହଭାଗିତା ଟାଇଗର ରିଜର୍ଭର ଭବିଷ୍ୟତ ଲେଖି ପିସିସିଏଫ ପୋଷ୍ଟ କରିଥିବା ଦେଖାଯାଇଛି ।

ସୂଚନା ଅନୁଯାୟୀ, ଜଙ୍ଗଲରେ ବାଘ ଗଣନା ପାଇଁ କ୍ୟାମେରା ଲଗାଯାଇଛି । ସେହି କ୍ୟାମେରାରେ ଏଭଳି ଦୃଶ୍ୟ କଏଦ ହୋଇଥିବା ଦେଖିବାକୁ ମିଳିଛି । ତେବେ ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି, ‘‘ଆଗାମୀ ଦିନରେ ଜଙ୍ଗଲରେ ବାଘ ଓ ମଣିଷ ଏକାଠି ମିଳିମିଶି ରହିବେ ।’’ ଶାନ୍ତିପୂର୍ଣ୍ଣ ସହଭାଗିତା ଟାଇଗର ରିଜର୍ଭର ଭବିଷ୍ୟତ ବୋଲି ପିସିସିଏଫ୍ ସୋସିଆଲ ମିଡ଼ିଆରେ ଉଲ୍ଲେଖ କରିଛନ୍ତି । ସୂଚନା ଅନୁଯାୟୀ, ମୟୂରଭଞ୍ଜର ଶିମିଳିପାଳ ଟାଇଗର ରିଜର୍ଭ ନିକଟରେ ଓଡିଶା ଏକ ସ୍ୱତନ୍ତ୍ର ମେଲାନିଷ୍ଟିକ୍ ଟାଇଗର ସଫାରି ସ୍ଥାପନ କରାଯିବ । ଏହି ବିରଳ ବାଘଙ୍କୁ ଦେଖିବା ପାଇଁ ପର୍ଯ୍ୟଟକଙ୍କୁ ଏହି ସୁବିଧା ଦିଆଯିବ । ରାଜ୍ୟରେ ଥିବା ବିଭିନ୍ନ ଜଙ୍ଗଲରେ କଳାବାଘ ଓ ଅନେକ ସ୍ଥାନରେ କଳା ବାଘ ଯୋଡ଼ି ବୁଲୁଥିବା ଦେଖିବାକୁ ମିଳିଛି । ଯାହା ବନ ବିଭାଗ କ୍ୟାମେରାରେ ବାରମ୍ବାର କଏଦ ହେଉଛି ।

ଏହା ମଧ୍ୟ ପଢ଼ନ୍ତୁ..... ଶିମିଳିପାଳ ଅଭୟାରଣ୍ୟରେ ବାଘ ସହ ମୁହାଁମୁହିଁ, ଭୟଭୀତ ହେଲେ ପର୍ଯ୍ୟଟକ

ବିଶେଷ ଭାବରେ ଶିମିଳିପାଳ ସହିତ ଅନେକ ସ୍ଥାନର ଜଙ୍ଗଲରେ ଏହି ପ୍ରଜାତିର ବାଘ ଦେଖାଯାଉଛି । ଏହା ଓଡ଼ିଶାର ପ୍ରକୃତି ଭରା ଜଙ୍ଗଲରେ କେବଳ ସମ୍ଭବ ହୋଇପାରିଛି । ତେବେ କିଛି ଦିନ ତଳେ ଓଡ଼ିଶା ଜଙ୍ଗଲରେ ଦେଖିବାକୁ ମିଳିଥିଲା କଳା ରଙ୍ଗର କଲରା ପତରିଆ ବାଘ । ସିକ୍ରେସନ୍ ପିଗମେଣ୍ଟ ଅଧିକା ହେବା କାରଣରୁ ତାର ଶରୀରରେ ଥିବା ଛିଟ ଦାଗ ଦେଖା ଯାଇନଥାଏ ବା ହଳଦିଆ ରଙ୍ଗ ଲୁଚିଯାଏ । ଫଳରେ ବାଘଟି କଳା ରଙ୍ଗର ଦେଖାଯାଏ ।

ଓଡ଼ିଶାରେ ୫୦ ବର୍ଷ ହେବ ଏହି ବାଘ ଦେଖିବାକୁ ମିଳୁଛି । ବ୍ରିଟିଶ ସମୟରେ ଗଞ୍ଜାମର କାଲିଆମ୍ବାରେ ମଧ୍ୟ ଏମିତି କଳା ବାଘ ଦେଖିବାକୁ ମିଳିଥିଲା । ତେବେ ସୋନପୁର, ବଲାଙ୍ଗୀର, ଅନୁଗୋଳ ଓ କନ୍ଧମାଳ ଜିଲ୍ଲାର ଘଞ୍ଚ ଜଙ୍ଗଲରେ ମଧ୍ୟ ଏହି କଳା ରଙ୍ଗର କଲରା ପତରିଆ ବାଘ ବୁଲୁଥିବା ବେଳେ କ୍ୟାମେରାରେ ଦୃଶ୍ୟ ଉତ୍ତୋଳନ ହୋଇଥିବା ଜଣାପଡ଼ିଛି । ତେବେ ପୂର୍ବରୁ ଦେଶର କର୍ଣ୍ଣାଟକ, କେରଳ, ଗୋଆ, ମହାରାଷ୍ଟ୍ର, ତାମିଲନାଡ଼ୁ ହିମାଚଳପ୍ରଦେଶ, ଆସାମ ଓ ଛତିଶଗଡ଼ ଆଦି 8ଟି ରାଜ୍ୟରେ କଳା ବାଘ ଦେଖିବାକୁ ମିଳୁଥିଲା । ଏହାପରେ ନବମ ରାଜ୍ୟ ଭାବେ ଓଡ଼ିଶା ଜଙ୍ଗଲରେ ପ୍ରଥମ କରି ବିରଳ କଳାବାଘ ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.