ETV Bharat / state

ବିଶ୍ବ ରେକର୍ଡ ଲକ୍ଷ୍ୟ, ଘଣ୍ଟାଏରେ ହାତଲେଖା ନୋଟ୍ ଫେସବୁକରେ ଅପଲୋଡ କରିବେ ଛାତ୍ରଛାତ୍ରୀ

author img

By ETV Bharat Odisha Team

Published : Jan 27, 2024, 10:48 PM IST

world record during Odia Language Conference:‘ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ'ରେ ବିଶ୍ବ ରେକର୍ଡ କରିବା ଲକ୍ଷ୍ୟ । ଘଣ୍ଟାଏରେ ହାତଲେଖା ନୋଟ୍ ଫେସବୁକରେ ଅପଲୋଡ କରିବେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

world record
world record

ଭୁବନେଶ୍ବର: ବିଶ୍ବ ରେକର୍ଡ କରିବା ଲକ୍ଷ୍ୟ । ଏକ ଘଣ୍ଟାରେ ହାତଲେଖା ନୋଟ୍ ଫେସବୁକରେ ଅପଲୋଡ କରିବେ ଛାତ୍ରଛାତ୍ରୀ । ତେବେ ଛାତ୍ରଛାତ୍ରୀଙ୍କୁ ଅଧିକରୁ ଅଧିକ ଉତ୍ସାହିତ କରିବା ଏବଂ ଇତିହାସରେ ସେମାନଙ୍କ ନାମକୁ ଲିପିବଦ୍ଧ କରିବା ପାଇଁ ପ୍ରଥମ ‘ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ' ଅବସରରେ ଏକ ବିଶ୍ବ ରେକର୍ଡ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।

world record
ବିଶ୍ବ ରେକର୍ଡ ଲକ୍ଷ୍ୟ

ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଫେବୃଆରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କର ସୃଜନଶୀଳତା ଏବଂ ସାହିତ୍ୟ ପ୍ରତି ଆଗ୍ରହ ବଢାଇବା । ଏହାସହ ଛାତ୍ରଛାତ୍ରୀଙ୍କୁ ଅଧିକ ଉତ୍ସାହିତ କରିବା ଏବଂ ଇତିହାସର ସୁବର୍ଣ୍ଣ ଅକ୍ଷରରେ ସେମାନଙ୍କ ନାମ ଲିପିବଦ୍ଧ କରିବା । ଏ ନେଇ 'ମୋ ସ୍କୁଲ ଅଭିଯାନ' ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଅବସରରେ ଏକ ବିଶ୍ବ ରେକର୍ଡ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ।

ବିଶ୍ଵ ରେକର୍ଡର ପ୍ରଣାଳୀ:-

୧. ହାତଲେଖା ନୋଟ:- ବିଶେଷ ଭାବରେ ଏହି ରେକର୍ଡ ସୃଷ୍ଟି କରିବା ପାଇଁ ଛାତ୍ରଛାତ୍ରୀମାନେ ଗୋଟିଏ ଲେଖାଏଁ ହାତ ଲେଖା ନୋଟ ପ୍ରସ୍ତୁତ କରିବେ । ପେନ୍, ପେନସିଲ, ମାର୍କର, ସ୍କେଚ୍ ପେନ୍ ଇତ୍ୟାଦି ବ୍ୟବହାର କରି ଏହି ନୋଟ୍ ଲେଖିପାରିବେ । ଏହି ନୋଟକୁ ଟାଇପ କିମ୍ବା ପ୍ରିଣ୍ଟ କରିବେ ନାହିଁ । ଏହି ନୋଟକୁ A-4 ସାଇଜ କାଗଜରେ ଲେଖିବାକୁ ହେବ । ଏଥିରେ ଛାତ୍ରଛାତ୍ରୀଙ୍କ ନାମ ଏବଂ ବିଦ୍ୟାଳୟର ନାମ ରହିବ । ଏହା ସହ “ଧନ୍ୟବାଦ ମୋ ସ୍କୁଲ, ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ଓଡ଼ିଆ ଭାଷାରେ 'ମୋ କଥା ମୋ କାହାଣୀ ଲେଖି ମୁଁ ଗର୍ବିତ" ବୋଲି ଏହା ଲେଖି ପୋଷ୍ଟ କରିବେ ଛାତ୍ରଛାତ୍ରୀ ।

୨. ଫଟୋ ଉତ୍ତୋଳନ:- ଏହି ନୋଟ ପ୍ରସ୍ତୁତ କରିଥିବା ଛାତ୍ରଛାତ୍ରୀମାନେ ଏହାକୁ ଧରି ଫଟୋ ଉତ୍ତୋଳନ କରିବେ । ଫଟୋ ଉଠାଇବା ବେଳେ ଧ୍ୟାନ ଦେବେ ଯେପରି ଏହି ନୋଟ୍ ଭଲ ଭାବରେ ଦୃଶ୍ୟମାନ ହେଉଥିବା ଆବଶ୍ୟକ ।

୩. ରେକର୍ଡ ସୃଷ୍ଟି କରିବା ପାଇଁ ଫେସବୁକରେ ଅପଲୋଡ଼:- ‘ମୋ ସ୍କୁଲ ଅଭିଯାନ' ନାମରେ ଏକ ଫେସବୁକ୍ ପେଜ୍ ପ୍ରସ୍ତୁତ କରିବା ପରେ ଏକ ଇଭେଣ୍ଟ ସୃଷ୍ଟି କରାଯିବ । ଏହାର ଲିଙ୍କ୍ ମଧ୍ୟ ସେୟାର କରାଯିବ । ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ପେଜକୁ ଯାଇ ନିଜ ନିଜ ଫେସବୁକ୍ ଆଇଡିରୁ ଜଣେ ଛାତ୍ରଛାତ୍ରୀଙ୍କ ହାତଲେଖା ନୋଟ୍ ଅପଲୋଡ୍ କରିବେ । ଜଣେ ଗୋଟିଏ ଆଇଡିରୁ କେବଳ ଗୋଟିଏ ଫଟୋ ହଁ ଅପଲୋଡ଼ କରିବେ । ଏହା ଫେବ୍ରୁଆରୀ ୨ ତାରିଖ ଦିନ ୧୨ଟାରୁ ମଧ୍ୟାହ୍ନ ୧ଟା ମଧ୍ୟରେ ଏହି ଫଟୋ ଅପଲୋଡ୍ କରିବେ ଛାତ୍ରଛାତ୍ରୀ ।

ସୂଚନା ଅନୁଯାୟୀ, ନିକଟରେ ରାଜ୍ୟର ସମସ୍ତ ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟରେ ସ୍କୁଲସ୍ତରୀୟ ଭାଷା ସାହିତ୍ୟ ଓ ସୃଜନଶୀଳତାର ଉତ୍ସବ ପାଳନ କରାଯାଇଥିଲା। ଏହାକୁ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ସମସ୍ତ ଅତିଥି ଏହି ଉତ୍ସବକୁ ଖୁବ୍ ପସନ୍ଦ କରିଥିଲେ । ଏହି ଉତ୍ସବ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସେମାନଙ୍କର କଳ୍ପନା ଏବଂ ସୃଜନଶୀଳତାକୁ ସଫଳତାର ସହ ପ୍ରଦର୍ଶନ କରିଥିଲେ ।


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.