ETV Bharat / state

ଆସିଲା +2 ରେଜଲ୍ଟ ତାରିଖ, ଏହି ଦିନ ବାହାରିବ ପରୀକ୍ଷା ଫଳ - CHSE Plus Two Result

author img

By ETV Bharat Odisha Team

Published : May 22, 2024, 4:11 PM IST

CHSE Plus Two Result Date: ୨୬ ତାରିଖରେ ପ୍ରକାଶ ପାଇବ +2 ପରୀକ୍ଷା ଫଳ । ଏକା ସାଙ୍ଗରେ ବାହାରିବ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ଫଳାଫଳ । ଅଧିକ ପଢ଼ନ୍ତୁ

୨୬ରେ ପ୍ରକାଶ ପାଇବ +2  ରେଜଲ୍ଟ
୨୬ରେ ପ୍ରକାଶ ପାଇବ +2 ରେଜଲ୍ଟ (ETV Bharat Odisha)

ଆସିଲା +2 ରେଜଲ୍ଟ ତାରିଖ (ETV Bharat Odisha)

ଭୁବନେଶ୍ବର: ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବ +2 ବା ଦ୍ୱାଦଶ ପରୀକ୍ଷା ଫଳ । ଚଳିତ ବର୍ଷ ଗୋଟିଏ ଦିନରେ କଳା, ବାଣିଜ୍ୟ, ବିଜ୍ଞାନ ଏବଂ ଧନ୍ଦାମୂଳକ ବିଷୟ ପରୀକ୍ଷା ଫଳାଫଳ ଘୋଷଣା କରାଯିବ । ଭୁବନେଶ୍ୱର ସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) କାର୍ଯ୍ୟାଳୟରେ ଫଳାଫଳ ପ୍ରକାଶ କରାଯିବ । ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ।

ଆସିଲା +2 ରେଜଲ୍ଟ ତାରିଖ
ଆସିଲା +2 ରେଜଲ୍ଟ ତାରିଖ (ETV Bharat Odisha)

ତେବେ ଚଳିତ ମାସ 26 ତାରିଖରେ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇବ । ପରୀକ୍ଷା ଫଳାଫଳକୁ www.orissaresults.nic.inରେ ମଧ୍ୟ ଦେଖିପାରିବେ ଛାତ୍ରଛାତ୍ରୀ । ଏହାସହ ଛାତ୍ରଛାତ୍ରୀ ସେମାନଙ୍କର ବିଦ୍ୟାଳୟ ଇସ୍ପେସ୍ (HS School e-space) ଓ ଡିଜିଲକର୍ (Digilocker) ମାଧ୍ୟମରେ ମଧ୍ୟ ଫଳାଫଳ ଜାଣିପାରିବେ । ଏକା ସାଙ୍ଗରେ ବାହାରିବ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ଫଳାଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ରେଜଲ୍ଟ ପ୍ରକାଶ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ଯେଭଳି ଭାବରେ ପିଲାମାନେ କୌଣସି ସୁବିଧାର ସମ୍ମୁଖୀନ ନହେବ ସେନେଇ ସମସ୍ତ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଆସିଲା +2 ରେଜଲ୍ଟ ତାରିଖ
ଆସିଲା +2 ରେଜଲ୍ଟ ତାରିଖ (ETV Bharat Odisha)


ସୂଚନା ଅନୁଯାୟୀ, ଚଳିତ ବର୍ଷ ମୋଟ ୩ ଲକ୍ଷ ୮୬ ହଜାର ୨୫୦ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ସେଥିରୁ ରେଗୁଲାର ୩ ଲକ୍ଷ ୬୦ ହଜାର ୧୯୮ ଜଣ ଏବଂ ଏକ୍ସ ରେଗୁଲାର ୨୬ ହଜାର ୫୨ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ମୋଟ ୨୭ ଲକ୍ଷ ଖାତା ମୂଲ୍ୟାୟନ ହୋଇଥିବା ବେଳେ ସେଥିରୁ ଅନ୍‌ଲାଇନ୍‌ରେ ୯ ଲକ୍ଷ ଏବଂ ଅଫ୍‌ଲାଇନରେ ୧୮ ଲକ୍ଷ ଖାତା ମୂଲ୍ୟାୟନ କରାଯାଇଛି । ଏପଟେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୨୦୨୪-୨୫ ଶିକ୍ଷା ବର୍ଷ ଆଗୁଆ ଆରମ୍ଭ ହେବ । ଧାର୍ଯ୍ୟ ସମୟ ପୂର୍ବରୁ ବିଭିନ୍ନ କାର୍ଯ୍ୟକ୍ରମ ଆଗୁଆ କରିବାକୁ ଯୋଜନା ପ୍ରସ୍ତୁତ କରିଛି ପରିଷଦ । ପ୍ରତି ବର୍ଷ ମାର୍ଚ୍ଚ ପ୍ରଥମ ସପ୍ତାହରେ ଥିଓରୀ ପେପର ପରୀକ୍ଷା କରାଯାଉଥିବା ବେଳେ ଚଳିତ ଶିକ୍ଷାବର୍ଷରୁ ଆଗୁଆ ୧୫ ଦିନ ପୂର୍ବରୁ ପରୀକ୍ଷା କରାଯିବ । ଅର୍ଥାତ ଫେବୃଆରୀ ଦ୍ଵିତୀୟ ସପ୍ତାହ କିମ୍ବା ତୃତୀୟ ସପ୍ତାହରେ ପରୀକ୍ଷା କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରକାଶ ପାଇଲା CBSE ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ, CHSE ରେଜଲ୍ଟ ଅପେକ୍ଷାରେ ଛାତ୍ରଛାତ୍ରୀ - CBSE Class 10th And 12th Result

ସେହିପରି ଭାବରେ ପ୍ରତ୍ୟେକ ବର୍ଷ ଫେବୃଆରୀ ମାସରେ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା କରାଯାଇଥାଏ । କିନ୍ତୁ ଚଳିତ ଶିକ୍ଷା ବର୍ଷରେ ଜାନୁଆରୀ ପ୍ରଥମ ସପ୍ତାହରେ ପ୍ରାକ୍ଟିକାଲ୍ ପରୀକ୍ଷା ହେବ । ତେବେ ଏକାସାଙ୍ଗରେ ସମସ୍ତ ବିଭାଗର ପରୀକ୍ଷା କରିବାକୁ ପରିଷଦ ନିଷ୍ପତ୍ତି ନେଇଛି । ସେହିପରି ଭାବରେ ୧୫ ଦିନ ପୂର୍ବରୁ ଅର୍ଥାତ ଡିସେମ୍ବର ମାସର ଶେଷ ସୁଦ୍ଧା ପିଲାଙ୍କୁ ଆଡମିଟ କାର୍ଡ ଦିଆଯିବ । ତେବେ ମାର୍ଚ୍ଚ ମାସରେ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହୋଇ ମେ' ୧୫ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଲକ୍ଷ୍ୟ ରଖାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.