ETV Bharat / state

ମୋ ସ୍କୁଲ ଅଭିଯାନକୁ ମିଳିଲା ସମ୍ମାନଜନକ ସ୍କଚ ପୁରସ୍କାର

author img

By ETV Bharat Odisha Team

Published : Feb 11, 2024, 1:11 PM IST

Mo school Abhiyan win skoch award: ଶିକ୍ଷା କ୍ଷେତ୍ରରେ ୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ" ଓ "ମୋ ସ୍କୁଲ ଅଭିଯାନ"ରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମିଳିଲା ସମ୍ମାନଜନକ ସ୍କଚ ପୁରସ୍କାର । ଅଧିକ ପଢନ୍ତୁ

Mo school Abhiyan win skoch award
ମୋ ସ୍କୁଲ ଅଭିଯାନକୁ ସ୍କଚ ପୁରସ୍କାର


ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ଓଡ଼ିଶାର "ମୋ ସ୍କୁଲ ଅଭିଯାନ"ର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମିଳିଲା ସମ୍ମାନଜନକ ପୁରସ୍କାର । ମୋ ସ୍କୁଲ୍ ଅଭିଯାନର "ପୁରାତନ ଛାତ୍ର ସଂଯୋଗ କାର୍ଯ୍ୟକ୍ରମ" ଏବଂ "୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ" ପାଇଁ ସ୍କଚ ପୁରସ୍କାର ପ୍ରଦାନ କରାଯାଇଛି । ତେବେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଉନ୍ନ‌ତ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଉଥିବା ବେଳେ ଜାତୀୟ ସ୍ତରର ଅଗ୍ରଣୀ ଶିକ୍ଷାନୁଷ୍ଠାନର ସୁବିଧା ଯୋଗାଇ ଦିଆଯାଉଛି ।

ତେବେ ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ଜାତୀୟ ସ୍ତରର ଅଗ୍ରଣୀ ଶିକ୍ଷାନୁଷ୍ଠାନର ସୁବିଧା ଯୋଗାଇଛି ଏହି ୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଦ୍ୱାରା ଉଚ୍ଚ ବିଦ୍ୟାଳୟର ଭିଭିଭୂମି ସୁଦୃଢ଼ ହୋଇଛି । ଉନ୍ନ‌ତ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ପ୍ରାଥମିକତା ଦିଆଯାଉଛି । ଶ୍ରେଷ୍ଠ ଶିକ୍ଷା ବ୍ୟବସ୍ଥା ସହ ଶୈକ୍ଷିକ ବାତାବରଣ ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି ।

ଏହି କ୍ରମରେ ୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧିନରେ ପର୍ଯ୍ୟାୟ କ୍ରମେ ରାଜ୍ୟର ମୋଟ୍ ୮୬୭୭ଟି ହାଇସ୍କୁଲ ରୂପାନ୍ତରିତ ହୋଇଛି । ରୂପାନ୍ତରିତ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଫଳ ଭବିଷ୍ୟତ ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି । ବର୍ତ୍ତମାନର ଛାତ୍ରଛାତ୍ରୀ ୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ ମାଧ୍ୟମରେ ନୂଆ ନୂଆ ବୈଷୟିକ ଜ୍ଞାନକୌଶଳ ବିଷୟରେ ଜାଣିବାକୁ ସକ୍ଷମ ହୋଇପାରୁଛନ୍ତି । କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ବିଦ୍ୟାଳୟ ଛାତ୍ରଛାତ୍ରୀ ଉତ୍ତମ ପ୍ରଦର୍ଶନ କରୁଛନ୍ତି । ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ଗାରିମା ବୃଦ୍ଧି ଘଟିଛି ।

ଏହାମଧ୍ୟ ପଢନ୍ତୁ.. ବିଶ୍ବ ରେକର୍ଡ କରିବେ ଛାତ୍ରଛାତ୍ରୀ ! ଏକ ଘଣ୍ଟାରେ ଫେସବୁକରେ ଅପଲୋଡ୍ ହେବ ଏକ ଲକ୍ଷ ହାତ ଲେଖା

ସୂଚନାଯୋଗ୍ୟ, ୨୦୧୭ ମସିହା ନଭେମ୍ବର ମାସ ୧୪ ତାରିଖ ଅର୍ଥାତ୍ ଶିଶୁ ଦିବସରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଓଡ଼ିଶା ସରକାରଙ୍କ ପକ୍ଷରୁ ପୁରାତନ ଛାତ୍ରଛାତ୍ରୀଙ୍କୁ ସେମାନେ ପଢ଼ିଥିବା ବିଦ୍ୟାଳୟ ସହ ସମ୍ପୃକ୍ତ କରି ରାଜ୍ୟରେ ଥିବା ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ କରିବାକୁ ଆରମ୍ଭ ହୋଇଥିଲା ‘ମୋ ସ୍କୁଲ୍ ଅଭିଯାନ' । ରାଜ୍ୟର ଜନସାଧାରଣ ଏବଂ ସରକାରଙ୍କ ମଧ୍ୟରେ ସହଭାଗୀତା ରକ୍ଷା କରି ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକର ସର୍ବାଙ୍ଗୀନ ବିକାଶ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ ଥିଲା ।


ଅନ୍ୟପଟେ ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଯୋଗଦେଇ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ତଥା ମୋ ସ୍କୁଲର ସଦସ୍ୟ ସଚିବ ଅନୁପମ ସାହା କହିଛନ୍ତି, "ଶିକ୍ଷାଗତ ଦୃଶ୍ୟପଟ୍ଟରେ ପରିବର୍ତ୍ତନ ଆଣିବା ପାଇଁ ଆମର ଉଦ୍ୟମ, ଆମକୁ ଆଜି ଏହି ସଫଳତା ଆଣି ଦେଇଛି ।" ଏହି ପୁରସ୍କାର ଗ୍ରହଣ କରି ସେ ଖୁବ୍ ଗୌରବାନ୍ୱିତ ବୋଲି ମତବ୍ୟକ୍ତ କରିଛନ୍ତି । ମୋ ସ୍କୁଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମରଜିତ୍ ଜେନା ମଧ୍ୟ ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.