ETV Bharat / state

ପ୍ରବଳ ଖରାରେ ସିଝୁଛି ଭୁବନେଶ୍ବର, କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷାର ସମ୍ଭାବନା - ODISHA WEATHER

author img

By ETV Bharat Odisha Team

Published : Mar 28, 2024, 5:07 PM IST

ODISHA WEATHER: ରାଜ୍ୟରେ ପ୍ରବଳ ଖରା ସହିତ ସିଝୁଛି ରାଜଧାନୀ ଭୁବନେଶ୍ବର । କାଳବୈଶାଖୀ ପ୍ରଭାବରେ ଆସନ୍ତା 30 ତାରିଖରୁ ବର୍ଷା ସମ୍ଭାବନା । ଅଧିକ ପଢନ୍ତୁ

ODISHA WEATHER
ODISHA WEATHER

ପ୍ରବଳ ଖରାରେ ସିଝୁଛି ଭୁବନେଶ୍ବର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ପ୍ରଚଣ୍ଡ ରୁଦ୍ର ତାପ ସହ ଜଳୁଛି ପୁରା ସହର । ପାରଦ ଉପରମୁହାଁ ଥିବା ବେଳେ ସହ ନିଆଁର ଝୁଲରେ ସିଝୁଛନ୍ତି ସହରବାସୀ । ଗତ କିଛିଦିନର ବର୍ଷା ପ୍ରଭାବରେ ଆକାଶ ନିର୍ମଳ ସହ ରାଜ୍ୟରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗ ସକ୍ରିୟ ନଥିବା ବେଳେ ପାଗ ଶୁଖିଲା ରହିଛି । ସେପଟେ କାଳବୈଶାଖୀ ପ୍ରଭାବରେ ଆସନ୍ତା 24 ଘଣ୍ଟାରେ କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଥିବା ନେଇ ସୂଚନା ଦେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ।

ସାରା ରାଜ୍ୟରେ ଶୁଖିଲା ପାଗ ସହ କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । ଆଗାମୀ ୨୪ ଘଣ୍ଟାରେ ଉତ୍ତର ଓଡିଶା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ସୁନ୍ଦରଗଡ଼, ଗଜପତି, ରାୟଗଡ଼ା, କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ବର୍ଷାରେ ହେବାର ସମ୍ଭାବନା ରହିଛି । ସେହିପରି ଅବଶିଷ୍ଟ ଜିଲ୍ଲାରେ ପାଗ ଶୁଖିଲା ରହିବ । ବର୍ଷାର ସମ୍ଭାବନାକୁ ନେଇ ଆସନ୍ତା ୨୪ ଘଣ୍ଟାରେ ୬ ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ସୁନ୍ଦରଗଡ, ଗଜପତି, ରାୟଗଡାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅନ୍ୟପଟେ ଦୁଇ ଦିନ ଯାଏଁ ଅଧିକାଂଶ ସ୍ଥାନରେ ଶୁଖିଲା ପାଗ ରହିବା ସହ ୩୦ ତାରିଖ ପରଠୁ ନିମ୍ନ ଚାପରେଖା ଓ ପଶ୍ଚିମା ଝଡ଼ ପ୍ରଭାବରେ କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି ।

ଏହା ବି ପଢନ୍ତୁ- ରାଜ୍ୟରେ ବୃଦ୍ଧି ହେବ ଦିନର ତାପମାତ୍ରା, ପୁଣି ବଢିବ ତାତି

ଆସନ୍ତା ୩୦ ତାରିଖ ଦିନ ବିଜୁଳି ଘଡଘଡି ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ଆଜି ଭୁବନେଶ୍ବରରେ ନିଆଁ ବର୍ଷା ହୋଇଥିବା ବେଳେ ରାଜଧାନୀରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନ ଜୀବନ । ଖରାରୁ ତ୍ରାହି ପାଇଁ ମୃଦୁ ପାନୀୟ ଦୋକାନରେ ଲାଗିଛି ଲୋକଙ୍କ ଭିଡ । ପଶ୍ଚିମା ଝଡ଼ ପ୍ରଭାବରେ ତାପମାତ୍ରା ବୃଦ୍ଧି ହେବା ନେଇ ଆଶଙ୍କା କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗାମୀ ସପ୍ତାହରେ ସ୍ଵାଭାବିକ ଠାରୁ ଅଧିକ ରହିବ ତାପମାତ୍ରା ରହିବ । ଉପକୂଳ ଓଡ଼ିଶାରେ ୩୫ ରୁ ୩୭ ଡିଗ୍ରୀ ସୀମିତ ରହିବ ଓ ଆଭ୍ୟନ୍ତରୀଣରେ ୩୫ରୁ ୩୯ ଓ ତିନି ଦିନ ପରେ କେତକ ସ୍ଥାନରେ ୪୦ ଡିଗ୍ରୀ ଛୁଇଁବା ନେଇ ଆଶଙ୍କା କରାଯାଇଛି ।

ସେହିପରି ଗତ ୨୪ ଘଣ୍ଟାରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ୧୩ଟି ସହରରେ ୩୭ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଇଛି । ମୟୂରଭଞ୍ଜର ଉଦଳାରେରେ ସର୍ବାଧିକ ୨୧.୦ ମିମି ବର୍ଷା ରେକର୍ଡ ହୋଇଛି । ବୌଦ୍ଧରେ ୩୮.୫ ସର୍ଵୋଚ୍ଚ ତାପମାତ୍ରା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.