ETV Bharat / state

ସୋଲାର ପାୱାର ପ୍ଲାଣ୍ଟ ତଳେ ଅନ୍ଧାରରେ ବସ୍ତିବାସୀ, ରାତିରେ ପାଳି କରି ଜଗୁଛନ୍ତି ପୁରୁଷ ଲୋକ - Electricity Problem in Boudh

author img

By ETV Bharat Odisha Team

Published : Apr 9, 2024, 11:49 AM IST

Electricity Problem in Boudh: ଦୀପ ତଳ ଅନ୍ଧାର ଭଳି ବୌଦ୍ଧ ଜିଲ୍ଲାର ରାଧାନଗର ପଞ୍ଚାୟତରେ ଅବସ୍ଥିତ ଏକ ଆଦିବାସୀ ବସ୍ତି । ପଞ୍ଚାୟତର 3 ଦିଗରେ ଜିଲ୍ଲାର 3ଟି ବଡ ବଡ ସୋଲାର ପାଓ୍ୱାର ପ୍ଲାଣ୍ଟ ଓ ଗ୍ରୀଡ ଥିବାବେଳେ ଏହି ବସ୍ତିକୁ ହୋଇନି ବିଦ୍ୟୁତ ସଂଯୋଗ । ଅଧିକ ପଢନ୍ତୁ

Electricity Problem in Boudh
Electricity Problem in Boudh

Electricity Problem in Boudh

ବୌଦ୍ଧ: ଚୈତ୍ର ମାସର ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଥିବା ବେଳେ କେବଳ ବିଦ୍ୟୁତ ଭରସାରେ ଲୋକେ ଘରେ ରହିପାରୁଛନ୍ତି । ହେଲେ ବୌଦ୍ଧ ଜିଲ୍ଲାର ଏକ ଆଦିବାସୀ ବସ୍ତିରେ ଦୀର୍ଘ ବର୍ଷ ଧରି ବିଦ୍ୟୁତ ସଂଯୋଗ ନଥିବାରୁ ସେଠାରେ ବସବାସ କରୁଥିବା ଦଶରୁ ଊର୍ଦ୍ଧ୍ବ ପରିବାର ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳ କାଟୁଛନ୍ତି । ଅନ୍ଧକାର ରାତିରେ କୌଣସି ଅଘଟଣ ପାଇଁ ପାଳି କରି ବସ୍ତିକୁ ଜଗୁଛନ୍ତି ପରିବାରର ପୁରୁଷ ଲୋକ ।

ଆଦିବାସୀ ଅଧ୍ୟୁଷିତ ବସ୍ତିରେ ଅପହଞ୍ଚ ସରକାରୀ ଯୋଜନା । ବର୍ତ୍ତମାନ ଚୈତ୍ର ମାସର ପ୍ରଚଣ୍ଡ ରୌଦ୍ରତାପରେ ସିଝୁଛି ସାରା ଜିଲ୍ଲା । ଆଉ ଏଭଳି ସମୟରେ ଗୋଟିଏ ଆଦିବାସୀ ବସ୍ତିରେ ବିଦ୍ୟୁତ ନଥିବାରୁ ସେଠାରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଦଶରୁ ଊର୍ଦ୍ଧ୍ବ ପରିବାର ବସବାସ କରୁଥିବା ଦେଖିବାକୁ ମିଳିଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାଧାନଗର ପଞ୍ଚାୟତରେ ରହିଛି ଜିଲ୍ଲାର ତିନୋଟି ପ୍ରମୁଖ ବିଦ୍ୟୁତ ସେବା ସ୍ଥାନ । ତନ୍ମଧ୍ୟରୁ ଦୁଇଟି ସୋଲାର ପାଓ୍ବାର ପ୍ଲାଣ୍ଟ ହୋଇଥିବା ବେଳେ ଅନ୍ୟଟି ଜିଲ୍ଲାର ପ୍ରମୁଖ ଗ୍ରୀଡ । ତେବେ ଆଶ୍ଚର୍ଯ୍ୟର କଥା ତିନି ଦିଗରେ ବିଦ୍ୟୁତ ସରବରାହର ବିଭିନ୍ନ ସ୍ରୋତର ସ୍ଥାନ ଠାରୁ ଅଳ୍ପ ଦୂରରେ ଥିବା ରାଇପୁର ଗ୍ରାମର କେନାଲ ପାର୍ଶ୍ୱରେ ବସବାସ କରୁଥିବା ଆଦିବାସୀଙ୍କ ନିକଟରେ ଏହି ବିଦ୍ୟୁତ ସେବା ଅପହଞ୍ଚ ହୋଇରହିଛି ।

ଏହାମଧ୍ୟ ପଢନ୍ତୁ.. କାଳବୈଶାଖୀ କମାଇଲା ତାତି: ଖସିଲା ତାପମାତ୍ରା, ୨୪ ଘଣ୍ଟାରେ ବ୍ରଜପାତ ପାଇଁ ୟେଲୋ ଆଲର୍ଟ - Thunderstorm Alert

ଦୀର୍ଘ ଦିନ ହେଲା ଏହି ଆଦିବାସୀ ବସ୍ତିରେ ବିଦ୍ୟୁତ ସେବା ଯୋଗାଇଦେବାକୁ ବିଜୁ ଗ୍ରାମୀଣ ଜ୍ୟୋତି ଯୋଜନାର ବିଦ୍ୟୁତ ଖୁଣ୍ଟ ପୋତା ଯାଇଛି । କିନ୍ତୁ ଉକ୍ତ ବସ୍ତିରେ ବିଦ୍ୟୁତ ସଂଯୋଗ କରିବାକୁ ଭୁଲି ଯାଇଛି ବିଭାଗ । ଫଳରେ ସନ୍ଧ୍ୟା ହେଲେ ଏହି ବସ୍ତିରେ ଅନ୍ଧକାର ରାଜୁତି କରିବା ସହିତ ତାଟି କବାଟ ପଡି ଯାଉଛି । କାରଣ ରାଇପୁର ଗ୍ରାମ ନିକଟରେ ଥିବା ବାଙ୍କମୁଣ୍ଡି ଜଙ୍ଗଲରୁ କୌଣସି ସମୟରେ ମଧ୍ୟ ବନ୍ୟଜନ୍ତୁ ସରୀସୃପ ଗାଁ ମୁହାଁ ହୋଇଥାନ୍ତି । ତେଣୁ ପ୍ରତ୍ୟେକ ପରିବାର ପାଳି କରି ହାତରେ ଠେଙ୍ଗା ବାଡି ଧରି ରାତି ଉଜାଗର ରହୁଛନ୍ତି ।

ସେପଟେ ବିଦ୍ୟୁତ ନଥିବାରୁ ବସ୍ତିର ଛାତ୍ରଛାତ୍ରୀ ସନ୍ଧ୍ୟାରେ ଡିବିରି, ଲଣ୍ଠନରେ ପାଠ ପଢୁଛନ୍ତି । ଏହାଛଡା ବସ୍ତିରେ ପାନୀୟଜଳ ଯୋଗାଣ ନଥିବାରୁ ସେମାନେ ଏକମାତ୍ର ନଳକୂପ ଉପରେ ନିର୍ଭରଶୀଳ ଅଟନ୍ତି । ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇପଡିଥିବା ଏହି ଆଦିବାସୀ ପରିବାରଙ୍କୁ କେବଳ ନିର୍ବାଚନ ଆସିଲେ ମନେ ପକାଯାଏ ବୋଲି ସେମାନେ ଅଭିଯୋଗ କରିଛନ୍ତି । ରାଇପୁର ଗ୍ରାମର ଏହି ଆଦିବାସୀ ବସ୍ତି ପ୍ରତି ହରଭଙ୍ଗା ବ୍ଲକ ପ୍ରଶାସନ ଓ ବୌଦ୍ଧ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.