ETV Bharat / state

ଜଗତସିଂହପୁରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି, ଅନ୍ଦୋଳନକୁ ଓହ୍ଲାଇଲା ସ୍ୱାସ୍ଥ୍ୟ ସୁରକ୍ଷା ଅଭିଯାନ

author img

By ETV Bharat Odisha Team

Published : Mar 16, 2024, 10:05 PM IST

Demand For Medical College: ଜଗତସିଂହପୁରକୁ ସରକାର ଅଣଦେଖା କରୁଥିବା ଅଭିଯୋଗ ।ଆଣ୍ଠେଇ ଆଣ୍ଠେଇ ପ୍ରତିବାଦ କଲା ସ୍ୱାସ୍ଥ୍ୟ ସୁରକ୍ଷା ଅଭିଯାନ । ଅଧିକ ପଢନ୍ତୁ

ଜଗତସିଂହପୁରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି, ଅନ୍ଦୋଳନକୁ ଓହ୍ଲାଇଲା ସ୍ୱାସ୍ଥ୍ୟ ସୁରକ୍ଷା ଅଭିଯାନ
ଜଗତସିଂହପୁରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି, ଅନ୍ଦୋଳନକୁ ଓହ୍ଲାଇଲା ସ୍ୱାସ୍ଥ୍ୟ ସୁରକ୍ଷା ଅଭିଯାନ

ଜଗତସିଂହପୁରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି, ଅନ୍ଦୋଳନକୁ ଓହ୍ଲାଇଲା ସ୍ୱାସ୍ଥ୍ୟ ସୁରକ୍ଷା ଅଭିଯାନ

ଜଗତସିଂହପୁର: ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ଦାବି । ରାଜ୍ୟ ସରକାର ବରମ୍ବାର ଜଗତସିଂହପୁର ଜିଲ୍ଲାକୁ ଅବହେଳା କରୁଥିବା ଅଭିଯୋଗ କରିଛି ସ୍ୱାସ୍ଥ୍ୟ ସୁରକ୍ଷା ଅଭିଯାନ ।ଏହାର ପ୍ରତିବାଦରେ ରାସ୍ତାରେ ଆଣ୍ଠେଇ ଆଣ୍ଠେଇ ସରକାରଙ୍କୁ ଗୁହାରୀ କରିଛନ୍ତି ଅନ୍ଦୋନକାରୀ । ଏଭଳି ଅଭିନବ ଅନ୍ଦୋଳନ ଜରିଆରେ ଜିଲ୍ଲାକୁ ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ସରକାରଙ୍କ ପାଖରେ ଦାବି କରାଯାଇଛି ।

ଆଜି(ଶନିବାର) ଦିନ ଜଗତସିଂହପୁର ସ୍ୱାସ୍ଥ୍ୟ ସୁରକ୍ଷା ଅଭିଯାନ ପକ୍ଷରୁ ସହରର ଗଣତନ୍ତ୍ର ଛକ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡିଆ ପର୍ଯ୍ୟନ୍ତ ଆଣ୍ଠେଇ ଆଣ୍ଠେଇ ଯିବାର ଅଭିନବ ପ୍ରତିବାଦ କରାଯାଇଛି । ସ୍ୱାସ୍ଥ୍ୟ ସୁରକ୍ଷା ଅଭିଯାନର ଆବାହକ ଆଇନଜୀବୀ ବାସୁଦେବ କହିଛନ୍ତି ଯେ, ଜିଲ୍ଲାର ୪ଟି ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟକ ଓ ସଂସଦୀୟ କ୍ଷେତ୍ରରୁ ନିର୍ବାଚିତ ହୋଇଥିବା ସାଂସଦ ଜିଲାବାସୀଙ୍କୁ ପ୍ରତାରଣା କରିଛନ୍ତି ।ଜଗତସିଂହପୁର ଜିଲ୍ଲାକୁ ପଙ୍ଗୁ କରି ଦିଆଗଲାଣି ।ଜିଲ୍ଲାରୁ ନିର୍ବାଚିତ ହୋଇଥିବା ଜନ ପ୍ରତିନିଧି ମାନଙ୍କ ଦୁର୍ବଳ ନେତୃତ୍ୱ ଯୋଗୁ ରାଜ୍ୟ ସରକାର ବାରମ୍ବାର ଅବହେଳା ପ୍ରଦର୍ଶନ କରୁଛନ୍ତି । ସେହି ଜନ ପ୍ରତିନିଧିଙ୍କ ଉଦ୍ଦେଶ୍ୟରେ ଏହି ମୁଣ୍ଡିଆ ମରା ପ୍ରତିବାଦ କରାଯାଉଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ସରକାର ଜଗତସିଂହପୁର ଜିଲ୍ଲାରେ ସରକାରୀ ମେଡ଼ିକାଲ କଲେଜ, ଡିଗ୍ରୀ କଲେଜ ଇଞ୍ଜିନିୟରି କଲେଜ ପ୍ରତିଷ୍ଠା ପାଇଁ ଅବହେଳା ପ୍ରଦର୍ଶନ କରିଛନ୍ତି । ଯାହା 24 ବର୍ଷ ଶାସନ କାଳରେ ହୋଇ ପାରିଲା ନାହିଁ । ସେହିପରି ବିଡମ୍ବନାର ବିଷୟ ଯେ ସ୍ୱାଧୀନତାର 77 ବର୍ଷ ପରେ ମଧ୍ୟ କେନ୍ଦ୍ର ସରକାର ଜଗତସିଂହପୁର ଜିଲ୍ଲା ମୁଖ୍ୟାଳୟକୁ ରେଳ ସଂଯୋଗ କରାଇପାରିଲେ ନାହିଁ । ଏହି ଅଞ୍ଚଳରୁ ନିର୍ବାଚିତ ସାଂସଦ ପାଞ୍ଚବର୍ଷ ମଧ୍ୟରେ ଥରେ ମାତ୍ର ଏହି ପ୍ରସଙ୍ଗ ଲୋକସଭାରେ ଉଥାପନ କରିବାରେ ବିଫଳ ହୋଇଛନ୍ତି ।ସେଥିପାଇଁ ତାଙ୍କ ଉଦ୍ଧେଶ୍ୟରେ ମଧ୍ୟ ମୁଣ୍ଡିଆ ମାରି ତାଙ୍କୁ ଧନ୍ୟବାଦ ଦିଆଯାଉଛି । ସ୍ୱାସ୍ଥ୍ୟ ସେବାରେ ମଧ୍ୟ ଜିଲ୍ଲାକୁ ଅବହେଳା କରାଯାଉଛି ।ଜିଲ୍ଲା ଡାକ୍ତର ଖାନାକୁ 500 ଶହ ଶଯ୍ୟା ବିଶିଷ୍ଟ ସିଟି ହସ୍ପିଟାଲ ପାଇଁ ଦାବି କରାଯାଇଥିଲ ମଧ୍ୟ ତାହା ପୁରଣ ହେଲା ନାହିଁ । ସେହିପରି ଜିଲ୍ଲାବାସୀଙ୍କ ସହିତ ପ୍ରତାରଣା କରି ଜିଲ୍ଲାରୁ ବିଦ୍ୟୁତ ବିଭାଗର S.E ଅଫିସ ଓ ପୋଷ୍ଟଲ SPଙ୍କ କାର୍ଯ୍ୟାଳୟ କେନ୍ଦ୍ରାପଡାକୁ ଉଠାଇ ନିଆଗଲା ।


ଏହା ମଧ୍ୟ ପଢନ୍ତୁ .....ବୋଲଗଡ଼କୁ ମରୁଡି ଘୋଷଣା ନକଲେ ଚାଷୀଙ୍କ ଭୋଟ ବର୍ଜନ ଚେତାବନୀ

ସେହିପରି 1955 ମସିହାରୁ ଥିବା ପଲ୍ଲୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ କଟକ ଉଠାଇନେବାକୁ ସରକାର ଉଦ୍ୟମ କରୁଛନ୍ତି । 29ଟି ଜିଲ୍ଲାରେ ରିଭିଜିନାଲ କୋର୍ଟ ପ୍ରତିଷ୍ଠା କରା ଯାଇଥିଲେ ମଧ୍ୟ ଏହି ଜିଲ୍ଲାର ରିଭିଜିନାଲ କୋର୍ଟ କଟକରେ ଚାଲୁ ରହିଛି । କଟକ ସହରର ନର୍ଦ୍ଧମା ପାଣିକୁ ତାଳଦଣ୍ଡା ଓ ମାଛଗାଁ କେନାଲରେ ଛାଡି ଜଗତସିଂହପୁର ଜିଲ୍ଲାବାସୀଙ୍କୁ ଏହାକୁ ପିଇବା ପାଇଁ ଦିଆ ଯାଉଛି । ବିକାଶ ବଦଳରେ ଏହି ଜିଲ୍ଲାକୁ ବିକଳାଙ୍ଗ କରୁଥିବା ଜନ ପ୍ରତିନିଧିଙ୍କ ଉଦ୍ଦେଶ୍ୟରେ ଏହି ଅଭିନବ ପ୍ରତିବାଦ କରାଯାଇଛି । ଏଥିରେ କିଛି ଆନ୍ଦୋଳନକାରୀ ଗୁରୁତର ହୋଇ ପଡିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଇଟିଭି ଭାରତ,ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.