ETV Bharat / state

ରାଜ୍ୟରେ କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା, 26 ପରେ ବଦଳିବ

author img

By ETV Bharat Odisha Team

Published : Jan 24, 2024, 5:19 PM IST

odisha Weather Report: ରାଜ୍ୟରେ ବର୍ଷା ଲାଗିରହିବା ସାଙ୍ଗକୁ କୋହଳ ପାଗ ରହିଛି । ଆହୁରି ଦୁଇଦିନ ଯାଏଁ ଏଭଳି ପାଗ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢ଼ନ୍ତୁ,

ରାଜ୍ୟରେ ଲାଗି ରହିଛି ବର୍ଷା
ରାଜ୍ୟରେ ଲାଗି ରହିଛି ବର୍ଷା

ରାଜ୍ୟରେ ଲାଗି ରହିଛି ବର୍ଷା

ଭୁବନେଶ୍ବର: ରାଜ୍ୟରେ କୋହଲା ପାଗ ସାଙ୍ଗକୁ ବର୍ଷା ଲାଗି ରହିିଛି । ଆହୁରି ଦୁଇଦିନ ଯାଏଁ ଏଭଳି ପାଗ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ୧୨ ଜିଲ୍ଲାରେ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୨୫ ତାରିଖ ପରଠାରୁ ପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ନେଇ ପାଣିପାଗ ପୂର୍ବାନୁମାନ କରିଛି । ଅଦିନିଆ ବର୍ଷା କାରଣରୁ ଅମଳ ଯୁକ୍ତ ଶସ୍ୟକୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଚାଷୀଙ୍କୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଗୁରୁଚାପ ଓ ନିମ୍ନ ଚାପରେଖା ପ୍ରଭାବରେ ରାଜ୍ୟରେ ବର୍ଷା ସହ କୋହଲା ପାଗ ଲାଗିରହିଛି । ୨୫ ତାରିଖ ପରଠାରୁ ପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଦକ୍ଷିଣ ଛତିଶଗଡ଼ ବାୟୁମଣ୍ଡଳ ଉପରି ଭାଗରେ ଥିବା ଏକ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳ ବିଶେଷ ଭାବେ ଉତ୍ତର ଉପକୂଳ, ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା, ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ଆଶଙ୍କା କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାର ଥିବା ବେଳେ ୧୨ ଜିଲ୍ଲା ଯେପରିକି କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗୀର, ସୁନ୍ଦରଗଡ଼, ସମ୍ବଲପୁର, ଦେଓଗଡ଼, ଝାରସୁଗୁଡ଼ା ଓ ବରଗଡ଼କୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅନ୍ୟପଟେ ଏହି ବର୍ଷା ଅଦିନିଆ ବର୍ଷା ହୋଇଥିବା ବେଳେ ଅମଳ ଯୁକ୍ତ ଶସ୍ୟକୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଚାଷୀଙ୍କୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ.... ରାଜ୍ୟରେ ଗୁରୁଚାପ ସକ୍ରିୟ, ଆହୁରି 2 ଦିନ ବର୍ଷିବ

ଆସନ୍ତାକାଲି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟେ ବଙ୍ଗୋପସାଗରରେ ଥିବା ଏକ ଗୁରୁଚାପ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡି ଦେଖିବାକୁ ମିଳିବ । ୨୫ ତାରିଖ ସନ୍ଧ୍ୟା ଯାଏଁ ଏପରି ପାଗ ବଳବତ୍ତର ରହିବା ନେଇ କହିଛି ପାଣିପାଗ ବିଭାଗ । ୨୬ ତାରିଖ ପରେ ପାଣିପାଗରେ ପରିବର୍ତ୍ତନ ଆସିବା ସହ ରାତି ତାପମାତ୍ରା ସ୍ବଭାବିକଠାରୁ ସାମାନ୍ୟ କମ ରହିବ। ଅନ୍ୟପଟେ ଏହି ବର୍ଷା ଅଦିନିଆ ବର୍ଷା ହୋଇଥିବା ବେଳେ ଅମଳ ଯୁକ୍ତ ଶସ୍ୟକୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଚାଷୀଙ୍କୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ହାଲୁକରୁ ମାଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ସର୍ବାଧିକ ବର୍ଷା ସମ୍ବଲପୁରରେ ୨୫ ମିମି ବର୍ଷା ରେକର୍ଡ ହୋଇଛି । ଟ୍ୱିନ ସିଟି ଭୁବନେଶ୍ୱର ଏବଂ କଟକରେ ଆଜି କୋହଲା ପାଗ ସହ କିଛି ଅଞ୍ଚଳରେ ହାଲକା ବର୍ଷା ହୋଇଛି । ରାଜ୍ୟରେ ଥଣ୍ଡା ଅନୁଭୂତ ହେଉଥିବା ବେଳେ ସମତଳ ଅଞ୍ଚଳର ସୁନ୍ଦରଗଡରେ ୧୧.୬ ଡିଗ୍ରୀ ଓ ପାହାଡିଆ ଅଞ୍ଚଳର କୋରାପୁଟରେ ୧୦,୦ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.