ETV Bharat / state

ସାଧାରଣ ନିର୍ବାଚନ ପାଇଁ ବ୍ରହ୍ମପୁର ପୋଲିସର ମାଷ୍ଟର ପ୍ଲାନ, ଥାନାରେ ଦାଖଲ ହେବ ୩୦୦ ଲାଇସେନ୍ସପ୍ରାପ୍ତ ବନ୍ଧୁକ

author img

By ETV Bharat Odisha Team

Published : Mar 6, 2024, 11:33 AM IST

Berhampur Police Master Plan For General Election: ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଲେ ବ୍ରହ୍ମପୁରର ବିଭିନ୍ନ ଥାନାରେ ଦାଖଲ ହେବ ୩୦୦ ଲାଇସେନ୍ସପ୍ରାପ୍ତ ବନ୍ଧୁକ । ସୂଚନା ଦେଲେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ । ଅଧିକ ପଢନ୍ତୁ

Berhampur Police Master Plan
Berhampur Police Master Plan

Berhampur Police Master Plan

ବ୍ରହ୍ମପୁର: ଆଗକୁ ସାଧାରଣ ନିର୍ବାଚନ ରହିଥିବା ବେଳେ ଖୁବଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି । ନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ ଆକ୍ସନ ମୋଡରେ ପୋଲିସ । ଜିଲ୍ଲାର ବିଭିନ୍ନ ଥାନାରେ ଦାଖଲ କରାଯିବ ପ୍ରାୟ ୩୦୦ ଲାଇସେନ୍ସପ୍ରାପ୍ତ ବନ୍ଧୁକ । ଆଗାମୀ ସାଧାରଣ ନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ କେଉଁ ଥାନା ଅଞ୍ଚଳରେ କେତେ ଗୋଟି ବନ୍ଧୁକ ରହିଛି ତାହାର ଏକ ତାଲିକା ପ୍ରସ୍ତୁତ କରିଛି ବ୍ରହ୍ମପୁର ପୋଲିସ । କ୍ରୀଡ଼ା, ଅବସରପ୍ରାପ୍ତ ସାମରିକ କର୍ମଚାରୀ ଏବଂ ବିଭିନ୍ନ ସମ୍ପତ୍ତିର ସୁରକ୍ଷା ପାଇଁ ନିଜ ପାଖରେ ରଖୁଥିବା ଲାଇସେନ୍ସ ପ୍ରାପ୍ତ ବନ୍ଧୁକକୁ ସେମାନେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଥାନାରେ ଆଣି ସେମାନଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଗୁଡିକୁ ହସ୍ତାନ୍ତର କରିବାକୁ ନୋଟିସ କରାଯାଇଥିବା କହିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଶ୍ରବଣା ବିବେକ ଏମ୍ ।

ଆଗାମୀ କିଛି ଦିନ ମଧ୍ୟରେ ରାଜ୍ୟ ତଥା ଦେଶରେ ସାଧାରଣ ନିର୍ବାଚନ କରିବା ପାଇଁ ଖୁବ୍ ଶ୍ରୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବାକୁ ରହିଥିବା ବେଳେ ଏହାରି ପୂର୍ବରୁ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ନିରପେକ୍ଷ ଓ ଶୃଙ୍ଖଳିତ ଭାବେ କିଭଳି ନିର୍ବାଚନ ପରିଚାଳନା ହେବ ସେଥି୍ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଥିବା କହିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ । ଗୋଟିଏ ପଟେ ନିର୍ବାଚନ କମିଶନରଙ୍କ ଗାଇଡ ଲାଇନ୍ ଏବଂ ଆଗାମୀ ପଦକ୍ଷେପକୁ ଦୃଷ୍ଟିରେ ରଖି ପୁରୁଣା ମାମଲାରେ ସଂପୃକ୍ତ ରହିଥିବା ବହୁ ପୁରଣା ପେଶାଧର ଅପରାଧିଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟ ରଖାଯାଇଥିବା ବେଳେ ଏ ନେଇ ସେମାନଙ୍କୁ ୧୦୭ ସି.ଆର୍.ପି.ସି ଏବଂ ୧୧୦ ସି.ଆର୍.ପି.ସି ରେ ପ୍ରାୟ ଅଦ୍ୟାବଧି ଶହେ ଜଣଙ୍କୁ ହାଜର କରାଯାଇଥିବା କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: ପ୍ରଦୀପ ପାଣିଗ୍ରାହୀ ବିଜେପି ଯିବା ଦଳ ଉପରେ ପ୍ରଭାବ ପଡିବ ନାହିଁ: ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ


ସେହିପରି ଚଳିତବର୍ଷ ପୋଲିସ ବିଭାଗରେ କାର୍ଯ୍ୟରତ ରହିଥିବା ସମସ୍ତ ପ୍ରକାର ଅଧିକାରୀଙ୍କୁ ନେଇ ସେମାନଙ୍କ କିଭଳି ନିର୍ବାଚନ ସମୟରେ ଦାୟିତ୍ୱ ଏବଂ କାର୍ଯ୍ୟ ରହିବ ତାହାର ମଧ୍ୟ ତାଲିମ ପ୍ରଦାନ କରାଯାଉଥିବା କହିଛନ୍ତି । ମୁଖ୍ୟତଃ ପ୍ରତେକ ସାଧାରଣ ନିର୍ବାଚନକୁ ପୂର୍ବରୁ ଜିଲ୍ଲାପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବା ସହିତ ବିଭିନ୍ନ ନୂତନ ନିର୍ଦ୍ଦେଶନାମା ଜାରି କରାଯାଇଥାଏ । ଯାହାକୁ ନେଇ ନେଇ ସମସ୍ତ ବିଭାଗ ମଧ୍ୟରେ ସମ୍ୱନ୍ୱୟ ରକ୍ଷା ସହିତ ସହଯୋଗ କରାଯାଇ କିଭଳି ଶୃଙ୍ଖଳିତ ଏବଂ ନିରପେକ୍ଷ ନିର୍ବାଚନ ହେବ ତାହାକୁ ନେଇ ପଦକ୍ଷେପ ମାନ ଗ୍ରହଣ କରାଯାଇଥାଏ । ତେବେ ଚଳିତ ବର୍ଷ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି ବ୍ରହ୍ମପୁର ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.