ETV Bharat / state

ସିଝୁଛି ଢେଙ୍କାନାଳ ଜନଜୀବନ ଅସ୍ତବ୍ୟସ୍ତ, ଶୂନଶାନ ରାସ୍ତାଘାଟ - dhenkanal HEAT WAVE

author img

By ETV Bharat Odisha Team

Published : Apr 22, 2024, 10:07 PM IST

DHENKANAL WEATHER: ତତଲା ଝାଞ୍ଜି ପବନରେ ଅସ୍ତବ୍ୟସ୍ତ ଢେଙ୍କାନାଳବାସୀ । ସକାଳ ୮ ଟାରୁ ତାତି ଅପରାହ୍ନ ୫ ଟା ପର୍ଯ୍ୟନ୍ତ ମୁଣ୍ଡଫଟା ଖରାରୁ ନାହିଁ ନିସ୍ତାର । ଅଧିକ ପଢନ୍ତୁ

ସିଝୁଛି ଢେଙ୍କାନାଳ ଜନଜୀବନ ଅସ୍ତବ୍ୟସ୍ତ, ଶୂନଶାନ ରାସ୍ତାଘାଟ
ସିଝୁଛି ଢେଙ୍କାନାଳ ଜନଜୀବନ ଅସ୍ତବ୍ୟସ୍ତ, ଶୂନଶାନ ରାସ୍ତାଘାଟ

ସିଝୁଛି ଢେଙ୍କାନାଳ ଜନଜୀବନ ଅସ୍ତବ୍ୟସ୍ତ, ଶୂନଶାନ ରାସ୍ତାଘାଟ

ଢେଙ୍କାନାଳ: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ସୂର୍ଯ୍ୟଙ୍କର ପ୍ରଖର କିରଣ ସାଙ୍ଗକୁ ତତଲା ଝାଞ୍ଜି ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି । ଢେଙ୍କାନାକ ଜିଲ୍ଲାରେ ଦିନକୁ ଦିନ ବଢୁଛି ଘ୍ରୀଷ୍ମ ପ୍ରବାହ । ଜିଲ୍ଲାରେ ତାପମାତ୍ରା 42ଡିଗ୍ରୀ ଟପିଲାଣି । ତତଲା ଟାୱାରେ ଭାଜି ହେଲା ଭଳି ସ୍ଥିତି ଉପୁଜୁଛି । ଡ଼ହ ଡ଼ହ ତତଲା ଖରା ସହ ଝାଞ୍ଜି ପବନରେ ଦେହହାତ ସିଝି ଯାଉଛି । ସକାଳ ୮ ଟାରୁ ତାତି ଆରମ୍ଭ ହୋଇ ଯାଉଛି । ଅପରାହ୍ନ ୫ ଟା ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ । ମୁଣ୍ଡଫଟା ଖରା ଜବଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି ।

ଗାଁ ଠାରୁ ସହର ପର୍ଯ୍ୟନ୍ତ ସାଧାରଣ ଲୋକେ ଓ ପଶୁପକ୍ଷୀ ସମସ୍ତେ ଖରାରେ ସନ୍ତୁଳି ହେଉଛନ୍ତି । ଦିନ 11ଟା ହେଲେ ରାସ୍ତାଘାଟ ଶୂନଶାନ ହୋଇଯାଉଛି । ଜିଲ୍ଲାକୁ ହିଟୱେବ ଜାରି କରାଯାଇଛି । ଅତି ଜରୁରୀ କାମ ଥିଲେ ହିଁ ଲୋକମାନେ ଘରୁ ଛତା ଓ ଗାମୁଛା ନେଇ ପଦାକୁ ବାହାରୁଥିବା ଦେଖାଯାଉଛି । ଦୋକାନ ବଜାର ଖାଁ ଖାଁ ଲାଗୁଛି । କାଁ ଭାଁ ଲୋକ ଜରୁରୀ କାମ ଥିଲେ ମୁଣ୍ଡରେ ଟୋପି ଓ ଗାମୁଛା ପକାଇ ଯାଉଛନ୍ତି । ତାତି ବଢିବ ସହ ପାନୀୟଜଳ ସମସ୍ୟା ନମଧ୍ୟ ବଢ଼ିବାରେ ଲାଗିଛି । ଅନେକ ସ୍ଥାନରେ ସ୍ୱଚ୍ଛ ପାନୀୟଜଳ ଟୋପେ ପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ମ୍ୟୁନିସିପାଲିଟି ତରଫରୁ ପାନୀୟ ଜଳ ବ୍ୟବସ୍ଥା ଓ ଆଶ୍ରୟ ନେବା ପାଇ ଛାଇ ଟିକିଏ ନଥିବାରୁ ସାଧାରଣା ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବାଟୋଇମାନେ ଶୋଷ ମେଣ୍ଟାଇବା ପାଇ ତରଭୁଜ, ଆଖୁରସ ଓ ବିଭିନ୍ନ ମୃଦୁପାନୀୟ ଉପରେ ନିର୍ଭର କରିଛନ୍ତି । ତରଭୁଜ ଓ ଆଖୁରସ ଦୋକାନରେ ଲୋକଙ୍କ ଭିଡ଼ ଜମୁଛି । ଗୋଟେ ୨ଟି ସ୍ଥାନରେ ସ୍ଵେଚ୍ଛାସେବୀ ସଂଗଠନ ତରଫରୁ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି । କିନ୍ତୁ ତାହା ବାଟୋଇଙ୍କ ପାଇ ପର୍ଯ୍ୟାପ୍ତ ନୁହେଁ । ତେବେ ଖରାକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ପାନୀୟ ଜଳର ବ୍ୟବସ୍ଥା କରାଯିବାକୁ ଅନୁରୋଧ କରୁଛନ୍ତି ବାଟୋଇ ।

ଏହା ମଧ୍ୟ ପଢନ୍ତୁ .....ଶିଖର ଛୁଇଁଲା ତାପମାତ୍ରା, 45.2 ଡିଗ୍ରୀ ସହ ଦେଶର ସବୁଠୁ ଉତ୍ତପ୍ତ ସହର ବାରିପଦା ଓ ବୌଦ୍ଧ - Temperature Crosses 45 Degree

ଚଳିତ ବର୍ଷ ଖରା ରେକର୍ଡ ଭାଙ୍ଗିବା ବୋଲି ଆଶା କରାଯାଉଛି । ତେବେ ଆଜି ତାପ ମାତ୍ରାରେ ସାମାନ୍ୟ ପରିବର୍ତ୍ତନ ଥିବା ଅନୁମାନ କରା ଯାଉଛି । ପାଣିପାଗ ବିଭାଗ ସୂଚନା ଅନୁସାରେ କାଳବୈଶାଖୀର ସମ୍ଭାଭନା ରହିଛି । ଯଦି ବର୍ଷା ହୁଏ ତେବେ ଗରମରୁ ଲୋକଙ୍କୁ କିଛିଟା ଆଶ୍ବସ୍ତି ମିଳିବ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.