ETV Bharat / state

ଆଦର୍ଶ ବିଦ୍ୟାଳୟରେ ଭୂତ ଆତଙ୍କ ! ଭୟରେ ଅସୁସ୍ଥ ହେଲେଣି 30 ଛାତ୍ରୀ

author img

By ETV Bharat Odisha Team

Published : Jan 20, 2024, 3:57 PM IST

Ghost terror in school: ଆଦର୍ଶ ବିଦ୍ୟାଳୟ ଛାତ୍ରୀ ନିବାସରେ ଭୂତ ଆତଙ୍କ ! ଭୂତ ଭୟରେ ମାତ୍ର ସପ୍ତାହେ ମଧ୍ୟରେ ଅସୁସ୍ଥ ହେଲେଣି ପାଖାପାଖି 30 ଛାତ୍ରୀ । ଅଧିକ ପଢନ୍ତୁ

ଆଦର୍ଶ ବିଦ୍ୟାଳୟରେ ଭୂତ ଆତଙ୍କ!
ଆଦର୍ଶ ବିଦ୍ୟାଳୟରେ ଭୂତ ଆତଙ୍କ!

ଫୁଲବାଣୀ: ଆଦର୍ଶ ବିଦ୍ୟାଳୟ ଛାତ୍ରୀ ନିବାସରେ ଭୂତ ଆତଙ୍କ ! ଭୂତ ଭୟରେ ମାତ୍ର ସପ୍ତାହେ ମଧ୍ୟରେ ଅସୁସ୍ଥ ହେଲେଣି ପାଖାପାଖି 30 ଛାତ୍ରୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ଡିଣ୍ଡିରାଗାଁ ଆଦର୍ଶ ବିଦ୍ୟାଳୟ ଛାତ୍ରୀ ନିବାସରେ । ଅନ୍ୟପଟେ ଡାକ୍ତରୀ ଟିମ ଛାତ୍ରୀ ନିବାସରେ ପହଞ୍ଚି ଚିକିତ୍ସା କରିଥିବା ବେଳେ ଖାଇବା ପିଇବା ଅଭାବରୁ ଛାତ୍ରୀ ମାନେ ଦୁର୍ବଳ ହୋଇ ଏମିତି ଅସୁସ୍ଥ ହୋଇପଡୁଥିବା ଡାକ୍ତରମାନେ ମତ ଦେଇଛନ୍ତି ।

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଡିଣ୍ଡିରାଗାଁ ଆଦର୍ଶ ବିଦ୍ୟାଳୟ ଛାତ୍ରୀନିବାସରେ ଭୂତ ଆତଙ୍କକୁ ନେଇ ସାରା ଅଞ୍ଚଳରେ ଏବେ ଚର୍ଚ୍ଚା ଜୋର ଧରିଛି । ଡିଣ୍ଡିରାଗାଁ ଓଡିଶା ଆଦର୍ଶ ବିଦ୍ୟାଳୟର ନବନିର୍ମିତ ଛାତ୍ରୀ ନିବାସରେ ଏବେ କିଛିଦିନ ହେଲା ଭୂତ ଆତଙ୍କ ନେଇ ଚର୍ଚ୍ଚା ଜୋର ଧରିଛି । ଭୂତ ଭୟରେ ଛାତ୍ରୀନିବାସରେ ରହୁଥିବା ଛାତ୍ରୀମାନଙ୍କ ମଧ୍ୟରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଗତ ସପ୍ତାହେ ମଧ୍ୟରେ ଛାତ୍ରୀନିବାସର ୨୫ ରୁ ୩୦ ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଥିବା ଜଣାପଡିଛି । ତେବେ ଗତ ନଭେମ୍ବର ମାସରେ ଏହି ଛାତ୍ରୀନିବାସଟି ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ଏହି ଛାତ୍ରୀନିବାସରେ ଶହେ ଜଣ ଛାତ୍ରୀ ଅନ୍ତେବାସୀ ଭାବରେ ରହୁଛନ୍ତି ।

ଏହା ମଧ୍ୟ ପଢନ୍ତୁ..ଆଦର୍ଶ ବିଦ୍ୟାଳୟରେ ଅବ୍ୟବସ୍ଥା: ପିପିଲି ବିଇଓ ଅଟକ, ପ୍ରତିଶ୍ରୁତି ପରେ ଛାଡ଼ିଲେ ଅଭିଭାବକ

କିଛିଦିନ ହେଲା ଏହି ଛାତ୍ରୀ ନିବାସରେ ଛାତ୍ରୀମାନେ ଜଣେ ପରେ ଜଣେ ଅସୁସ୍ଥ ହୋଇ ଚିକିତ୍ସାପାଇଁ ମେଡିକାଲରେ ଭର୍ତ୍ତି ମଧ୍ୟ ହେଉଛନ୍ତି । ଅନ୍ୟପଟେ ଛାତ୍ରୀନିବାସରେ ମେଡିକାଲ ଟିମ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି । ଛାତ୍ରୀମାନଙ୍କୁ ଠିକ ଭାବରେ ଖାଇବାପିଇବା ଦିଆଯାଉ ନଥିବାରୁ ଛାତ୍ରୀମାନେ ଦୁର୍ବଳ ହୋଇ ଏମିତି ଅସୁସ୍ଥ ହୋଇପଡୁଥିବା ଡାକ୍ତରମାନେ ମତ ଦେଇଛନ୍ତି । ଅସୁସ୍ଥ ଛାତ୍ରୀମାନଙ୍କୁ ବାଧ୍ୟ ହୋଇ ଅଭିଭାବକ ମନେ ନିଜ ନିଜ ଘରକୁ ନେଇଯାଉଥିଵା ମଧ୍ୟ ଦେଖିବାକୁ ମିଳିଛି ।

ଏହି ଘଟଣାକୁ ନେଇ ଅଭିଭାବକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଖିବାକୁ ମିଳିଛି । ଛାତ୍ରୀନିବାସ ଦାୟିତ୍ୱରେ ଥିବା ମେଟ୍ରନଙ୍କ ଉପରେ ଅସନ୍ତୋଷ ଜାହିର କରିଛନ୍ତି । ତେବେ ଏହି ଛାତ୍ରୀ ନିବାସ ଦାୟିତ୍ୱରେ ଥିବା ସୁପରିଟେଣ୍ଡେଣ୍ଟ ଅର୍ପିତା ଚିନ୍ନାରାଓ ଛୁଟିରେ ଥିବାରୁ ଛାତ୍ରୀନିବାସର ସମ୍ପୂର୍ଣ୍ଣ ଦାୟିତ୍ୱ ତପସ୍ୱିନୀ ଦିଗାଲ ନାମକ ଜଣେ ମେଟ୍ରନଙ୍କୁ ଦିଆଯାଇଛି । ହଷ୍ଟେଲ ସୁପରିଟେଣ୍ଡେଣ୍ଟ ଛୁଟିରେ ଥିବାରୁ ମେଟ୍ରନ ଜଣକ ଛାତ୍ରୀମାନଙ୍କ ଖାଇବାପିଇବାରେ ଅବହେଳା କରୁଥିବା କିଛି ଛାତ୍ରୀ ଓ ଅଭିଭାବକ ମାନେ ମଧ୍ୟ ଅଭଯୋଗ କରିଛନ୍ତି । ଅନ୍ୟପଟେ ସମସ୍ୟାର ସମାଧାନ ପାଇଁ ଚେଷ୍ଟା ଚାଲିଥିବା କହିଛନ୍ତି ବିଦ୍ୟାଳୟ ଅଧ୍ୟକ୍ଷ ।

(ଏଠାରେ କହିରଖୁଛୁ ଯେ ଭୂତ ଭଳି ଅନ୍ଧବିଶ୍ୱାସ କିମ୍ବା ଲୋକକଥାକୁ ଇଟିଭି ଭାରତ ପ୍ରୋତ୍ସାହନ ଦିଏନାହିଁ । ସତ୍ୟ ଓ ତଥ୍ୟ ଆଧାରିତ ଖବର ପରିବେଷଣ କରିବା ଆମର ପ୍ରୟାସ ।)

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.