ETV Bharat / state

ପରଲୋକରେ ପୂର୍ବତନ ସାଂସଦ ଅନାଦି ସାହୁ

author img

By ETV Bharat Odisha Team

Published : Jan 20, 2024, 12:14 PM IST

Former MP Anadi Sahu Passes Away: ପୂର୍ବତନ ସାଂସଦ ଅନାଦି ସାହୁଙ୍କ ପରଲୋକ । ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ଅଧିକ ପଢନ୍ତୁ

Former MP Anadi Sahu Passes Away
ପରଲୋକରେ ପୂର୍ବତନ ସାଂସଦ ଅନାଦି ସାହୁ

କଟକ: ପୂର୍ବତନ ସାଂସଦ ତଥା ପୋଲିସ ଅଧିକାରୀ ଅନାଦି ଚରଣ ସାହୁଙ୍କ ପରଲୋକ । କଟକ ସିଡିଏ ସ୍ଥିତ ବାସଭବନରେ ଆଜି(ଶନିବାର) ତାଙ୍କର ଦେହାନ୍ତ ହୋଇଛି । ୮୩ ବର୍ଷ ବୟସରେ ଦେହତ୍ୟାଗ କରିଛନ୍ତି ପୂର୍ବତନ ସାଂସଦ । ତେବେ ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ଆର୍ଯ୍ୟ ସମାଜ ପରମ୍ପରା ଅନୁସାରେ ଆଜି ସତୀ ଚଉରା ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯିବ । ତାଙ୍କର ଅନ୍ତିମ ଦର୍ଶନ ପାଇଁ କଟକର ରାଜନେତା, ପୂର୍ବତନ ପୋଲିସ ଡିଜି ସତ୍ୟଜିତ ମହାନ୍ତି, ବିଜେପି ଉପସଭାପତି ଡ଼ଃ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସିଡିଏ ବାସଭବନରେ ପହଞ୍ଚିଛନ୍ତି ।

କର୍ମ ଜୀବନରେ ଅନାଦି ସାହୁ ଜଣେ ଦକ୍ଷ ଆଇପିଏସ ଅଫିସର ଥିଲେ । ପୋଲିସ ଅଧିକାରୀ ଭାବେ ସେ ଅନେକ ସୁନାମ ଅର୍ଜନ କରିଛନ୍ତି । ରାଷ୍ଟ୍ରପତି ପୁରସ୍କାର ଠାରୁ ଆରମ୍ଭ କରି ଅନେକ ସମ୍ମାନର ଅଧିକାରୀ ହୋଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଥାଇ ସେ ଆଇଜି ଭାବରେ ଅବସର ନେଇଥିଲେ । ଅନାଦି ସାହୁ ବିଜେପି ସାଂସଦ ଥିଲେ । ସେ ବ୍ରହ୍ମପୁର ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ତେବେ କେବଳ ରାଜନୀତି ନୁହେଁ, ସାହିତ୍ୟ କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ରହିଛି । ସେ ଅନେକ ପୁସ୍ତକ ରଚନା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଆରପାରିରେ ସ୍ବାଧୀନତା ସଂଗ୍ରାମୀ ଗୌର ମିଶ୍ର

ଆଜି ଅନାଦି ସାହୁଙ୍କ ବିୟୋଗ ଖବର ପାଇ ବହୁ ପ୍ରଶାସନିକ ଅଧିକାରୀ, ନେତା, ସାହିତ୍ୟିକ ତାଙ୍କ ବାସଭବନରେ ଶେଷ ଦର୍ଶନ କରିଛନ୍ତି । ତେବେ ଅନାଦିଙ୍କ ସମାଜ ପ୍ରତି ଥିବା ଅବଦାନ ସର୍ବଦା ସ୍ମୃତି ହୋଇରହିବ ବୋଲି କହିଛନ୍ତି ପୂର୍ବତନ ପୋଲିସ ଡିଜି ସତ୍ୟଜିତ ମହାନ୍ତି । ଜୀବନବ୍ୟାପୀ ସେ ଜଣେ ପରଉପକାରୀ ମଣିଷ ଭାବରେ ଜଣାଶୁଣା ଥିଲେ । ସାଂସଦ ଥିବା ସମୟରେ ଜିଲ୍ଲାର ବିକାଶ ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିଥିଲେ । ଜନକଲ୍ୟାଣକାରୀ ଯୋଜନାଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇ ସେମାନଙ୍କ ମୁହଁରେ ହସ ଫୁଟାଇଥିଲେ । ଆଜି ତାଙ୍କର ଦେହାନ୍ତ ହେବା ପରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ପୂର୍ବତନ ସାଂସଦଙ୍କ ଶେଷ ଦର୍ଶନ ପାଇଁ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ତାଙ୍କର ଶୁଭେଚ୍ଛୁଙ୍କ ଭିଡ଼ ଜମିଛି । ଆଜି କଟକ ସତୀ ଚଉରା ଶ୍ମଶାନରେ ଅନାଦି ସାହୁଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.