ETV Bharat / state

ଆଉ ନାହାନ୍ତି ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତି

author img

By ETV Bharat Odisha Team

Published : Jan 20, 2024, 12:55 PM IST

Jaynarayan Mohanty Passes Away: ପୂର୍ବତନ ଜଳେଶ୍ବର ବିଧାୟକ ଜୟନାରାୟଣ ମହାନ୍ତିଙ୍କ ନିଧନ । ଭୁବନେଶ୍ବର ଏମ୍ସରେ ଶେଷ ନିଶ୍ବାସ ତ୍ୟାଗ କରିଥିବା ସୂଚନା । ଅଧିକ ପଢନ୍ତୁ

Jaynarayan Mohanty Passes Away
ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ଦେହାନ୍ତ

ବାଲେଶ୍ବର: ପରଲୋକରେ ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତି । ବାଲେଶ୍ବର ଜିଲ୍ଲା ଜଳେଶ୍ବରର ପୂର୍ବତନ ବିଧାୟକ ଜୟନାରାୟଣଙ୍କ ଆଜି ଦେହାନ୍ତ ହୋଇଛି । ଭୁବନେଶ୍ବର ଏମ୍ସରେ ୭୨ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସେ ମଧୁମେହ ରୋଗରେ ପୀଡିତ ଥିଲେ ଏବଂ ଦୀର୍ଘ ଦିନ ଧରି ଏମ୍ସରେ ଚିକିତ୍ସିତ ହେଉଥିଲେ । ଆଜି (ଶନିବାର) ସକାଳେ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । 1995 ଓ 2000 ମସିହାରେ ଦୁଇ ଥର ଜଳେଶ୍ବର ବିଧାନସଭାରୁ ବିଧାୟକ ନିର୍ବାଚିତ ହୋଇଥିଲେ ଜୟନାରାୟଣ ମହାନ୍ତି ।

ଜୟନାରାୟଣ ମହାନ୍ତି ଜଳେଶ୍ବରରୁ କଂଗ୍ରେସ ବିଧାୟକ ନିର୍ବାଚିତ ହୋଇଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । 1995 ମସିହା ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବରେ ଜଳେଶ୍ବର ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଲଢିଥିଲେ । ଏହି ନିର୍ବାଚନରେ ବିଜୟୀ ହୋଇ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୦୦ ମସିହା ବିଧାନସଭା ନିର୍ବାଚନରେ ପୁଣିଥରେ ଜଳେଶ୍ବରରୁ କଂଗ୍ରେସ ଟିକେଟରୁ ପ୍ରତିଦ୍ବନ୍ଦିତା କରି ବିଜୟୀ ହୋଇଥିଲେ । ସେ ୨୦୦୦ରୁ ୨୦୦୪ ଯାଏଁ ବିଧାୟକ ଭାବେ କାର୍ଯ୍ୟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ପରଲୋକରେ ପୂର୍ବତନ ସାଂସଦ ଅନାଦି ସାହୁ

ଏହା ମଧ୍ୟ ପଢନ୍ତୁ: ଆରପାରିରେ ସ୍ବାଧୀନତା ସଂଗ୍ରାମୀ ଗୌର ମିଶ୍ର

୧୯୫୧ ମସିହା ଅକ୍ଟୋବର ୧୧ ତାରିଖରେ ବାଲେଶ୍ବରରେ ଜିଲ୍ଲାରେ ଜୟନାରାୟଣ ମହାନ୍ତି ଜନ୍ମଗ୍ରହଣ କରିଥିଲେ । ତାଙ୍କର ବାପାଙ୍କ ନାମ ସମ୍ଭୁନାଥ ମହାନ୍ତି । ଜୟନାରାୟଣ ବାଣିଜ୍ୟରେ ସ୍ନାତକତ୍ତୋର ହାସଲ କରିଥିଲେ । ଜୟନାରାୟଣ ଜଣେ ଟାଣୁଆ ନେତା ଭାବେ ବାଲିଆପାଳ ଅଞ୍ଚଳରେ ତାଙ୍କର ବେଶ ଦବଦବା ରହିଥିଲା । ଖାଲି ସେତିକି ନୁହେଁ ବାଲିଆପାଳ ଖଗଡାପାଳ ରଥଯାତ୍ରାରେ ସେ ମୁଖ୍ୟ ପୁରୋଧା ହୋଇ ଛେରା ପହଁରା କରୁଥିଲେ । ତାଙ୍କର ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳି ଯାଇଛି । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଶୁଭେଚ୍ଛୁ ତାଙ୍କର ଅନ୍ତିମ ଦର୍ଶନ କରିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.