ETV Bharat / state

ନିର୍ବାଚନ ପୂର୍ବରୁ ସକ୍ରିୟ ED, ଅର୍ଥତତ୍ତ୍ବ ଚିଟଫଣ୍ଡ ମାମଲାରେ ବିଭିନ୍ନ ସ୍ଥାନରେ ରେଡ୍

author img

By ETV Bharat Odisha Team

Published : Mar 8, 2024, 3:38 PM IST

Updated : Mar 8, 2024, 3:57 PM IST

Chitfund Case: ନିର୍ବାଚନ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢାଉ ଜୋରଦାର କରାଯାଉଛି । ପ୍ରଦୀପ ସେଠୀଙ୍କ ଘରକୁ ମିଶାଇ ଭୁବନେଶ୍ୱର, ବ୍ରହ୍ମପୁର ଓ ଛତ୍ରପୁର ଆଦି ସ୍ଥାନରେ ରେଡ୍ ହୋଇଛି । ଅଧିକ ପଢନ୍ତୁ

ED Raid
ED Raid

ନିର୍ବାଚନ ପୂର୍ବରୁ ସକ୍ରିୟ ED

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ସକ୍ରିୟ‌ ହୋଇଛି ED । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢାଉ ଜୋରଦାର କରାଯାଉଛି । ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଅର୍ଥତତ୍ତ୍ବ ଚିଟଫଣ୍ଡ ମାମଲାକୁ ନେଇ ଚଢ଼ାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ରେଡ୍ ବେଳେ ୨୩ ଲକ୍ଷରୁ ଉର୍ଦ୍ଧ୍ବ ନଗଦ ଟଙ୍କା ସମେତ ୪ଶହ ଗ୍ରାମ ସୁନାଗହଣା ସମେତ ଓ ଅଡ଼ି କାର୍ ଜବତ ହୋଇଥିବା ସୂଚନା ମିଳିଛି । ପ୍ରଦୀପ ସେଠୀଙ୍କ ଘରକୁ ମିଶାଇ ଭୁବନେଶ୍ୱରର ୫ଟି ସ୍ଥାନ ଏବଂ ବ୍ରହ୍ମପୁର ଓ ଛତ୍ରପୁର ଆଦି ୮ଟି ସ୍ଥାନରେ ରେଡ୍ ହୋଇଛି । EDର ଏକାଧିକ ଟିମ୍ ଚଢାଉରେ ସାମିଲ ରହିଥିବା ଜଣାପଡ଼ିଛି ।

ପ୍ରଦୀପ ସେଠୀଙ୍କ ଘର ସହ ତାଙ୍କ ପୁରୁଣା ଅଫିସ, କିଛି ବିଲଡର ଓ ତାଙ୍କ ସହ ଲିଙ୍କରେ ଥିବା ଖବର କାଗଜ ସଂସ୍ଥା ଉପରେ ମଧ୍ୟ ରେଡ ହୋଇଥିଲା । ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ କିଛି ଦସ୍ତାବିଜ, କ୍ୟାସ ଓ ଗହଣା ସମେତ କିଛି ଗାଡିର ସୁରାକ ଇଡି ହାତରେ ଲାଗିଛି । ହେଲେ ଏକ ଦାମି ଅଡି ଗାଡି ଯାହାକି ଇଡିର ସ୍କାନରରେ ରହିଥିଲା ତାକୁ ମଧ୍ୟ ସିଜ୍ କରି ଇଡି ଅଫିସକୁ ନେଇଛି ଇଡି । ଗାଡିଟି ଜଣେ କଣ୍ଟ୍ରାକ୍ଟର ନରସିଂହପାତ୍ରଙ୍କ ନାଁରେ ଥିବା ଜଣାପଡିଛି । ଛତ୍ରପୁର ଅଞ୍ଚଳର ବ୍ୟବସାୟୀ ଅହି ଭୂଷଣ ସାହୁ ବା ବାବୁଲି ସାହୁଙ୍କ ଘରେ ମଧ୍ୟ ରେଡ କରିଥିଲା ED । ଖବରକାଗଜର ମୁଖ୍ୟ ବିକାଶ ସ୍ୱାଇଁ ଓ ସାଗର ରାୟଙ୍କ ସମେତ ଅନ୍ୟ କିଛି ସହଯୋଗୀଙ୍କ ଘରେ ମଧ୍ୟ ରେଡ ହୋଇଛି । ତେବେ ଅର୍ଥତତ୍ତ୍ବ ମାମଲାରେ‌ ଅନେକ ହେବିଓ୍ବେଟ, ବ୍ୟବସାୟୀଙ୍କ ସହ ପ୍ରଭାବଶାଳୀ ନେତା ମଧ୍ୟ ସମ୍ପୃକ୍ତ ରହିଛନ୍ତି ।

ଯାହାକୁ ନେଇ ପୂର୍ବରୁ ୨୦୧୪ରୁ ୫୦୦କୋଟି ଜାଲିଆତିର ତନାଘନା କରି ସିବିଆଇ ଏହି ମାମଲାରେ ଅନେକଙ୍କୁ ଗିରଫ କରି ଚାର୍ଜସିଟ୍ ଦାଖଲ କରିଥିଲା । 2 ବର୍ଷ ତଳେ ଅର୍ଥାତ୍ ୨୦୨୨ ମସିହା ମାର୍ଚ୍ଚ ୬ ତାରିଖରେ ଏହି ମାମଲାରେ ଇଡି ପୂର୍ବତନ ବାଙ୍କି ବିଧାୟକ ମଧ୍ୟ ଇଡିରେ ଦୁଇ ଥର ହାଜର ହୋଇଥିବାବେଳେ ତାଙ୍କୁ ୯ ଘଣ୍ଟା ଧରି ଜେରା କରାଯାଇଥିଲା । ତତ୍କାଳୀନ ବିଜେଡି ବିଧାୟକ ନୁହଁନ୍ତି ଅନେକ ହେଭିଓ୍ବେଟ ମଧ୍ୟ ଏହି ଲିଙ୍କରେ ଥିବା ସନ୍ଦେହ କରାଯାଉଥିବାବେଳେ ନିର୍ବାଚନ ପୂର୍ବରୁ ଆକ୍ସନ ମୋଡକୁ ଆସିଛି ଇଡି । ଯାହାକୁ ନେଇ ବିଭିନ୍ନ ଦୁର୍ନୀତି ମାମଲାରେ ଫସିଥିବା ନେତା ହେଭିଓ୍ବେଟ ଅଧିକାରୀଙ୍କ ପାଇଁ ଅଡୁଆ ବଢିଛି ।

ଏହା ବି ପଢନ୍ତୁ...ଉଲିବୁରୁ ଖଣି ଦୁର୍ନୀତି ମାମଲା, ମାଲିକ ଦୀପକ ଗୁପ୍ତାଙ୍କ ବାସଭବନରେ ଇଡି ରେଡ୍

ସୂଚନା ଅନୁସାରେ, ଗତ ଫେବୃଆରୀ ୧୫ରେ ବରପଦା ଜମି ଦୁର୍ନୀତି ନେଇ ମଧ୍ୟ ଇଡି ବିଜେଡି ବିଧାୟକ ପ୍ରଫୁଲ ସାମଲଙ୍କ ଘର ସମେତ ବିଭିନ୍ନ ସ୍ଥାନରେ‌ ରେଡ କରିଥିଲା । ଏହା ସହିତ ଗତ ଫେବୃଆରୀ ୨୬ରେ ମଧ୍ୟ ସେ ଇଡି ଅଫିସରେ‌ ହାଜର ହୋଇଥିଲେ । ସେହିପରି ୨୦୧୩ ମସିହାର ଉଲିବୁରୁ ଖଣି ଦୁର୍ନୀତିରେ ମାଲିକଙ୍କ ଘରେ ରେଡ କରିଥିଲା ଇଡି। ତେବେ ନିର୍ବାଚନ ପୂର୍ବରୁ ଏଭଳି ଚଢାଉ ରାଜନୈତିକ ଉଦ୍ଦେଶ୍ୟରେ କରାଯାଉଛି ବୋଲି ମତ ରଖିଛନ୍ତି ବରିଷ୍ଠ ଆଇନଜୀବୀ ବନ ମହାନ୍ତି। ସେ କହିଛନ୍ତି, "ଆଇନର ପ୍ରୋଭିଜନ ରହିଛି। କିନ୍ତୁ ଯେଉଁମାନେ କେସରୁ ମୁକୁଳି ଗଲେଣି ବା ବିଚାର ପ୍ରକ୍ରିୟାରେ ଅଛନ୍ତି ସେମାନଙ୍କ ଘରେ‌ ଏବେ ରେଡ୍ କରିବା ରାଜନୈତିକ ଉଦ୍ଦେଶ୍ୟ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 8, 2024, 3:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.