ETV Bharat / state

ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂହ; ବ୍ରହ୍ମପୁର, ବାରିପଦା ଏବଂ ନବରଙ୍ଗପୁରରେ ଦଳୀୟ କାର୍ଯ୍ୟକ୍ରମରେ ହେବେ ସାମିଲ

author img

By ETV Bharat Odisha Team

Published : Feb 21, 2024, 12:41 PM IST

Updated : Feb 22, 2024, 8:44 AM IST

Rajnath Singh to visit Odisha: ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ । ଗଞ୍ଜାମ, ନବରଙ୍ଗପୁର ଏବଂ ମୟୂରଭଞ୍ଜରେ ଅନୁଷ୍ଠିତ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ । ଅଧିକ ପଢନ୍ତୁ

Rajnath Singh to Visit Odisha
Rajnath Singh to Visit Odisha

ଭୁବନେଶ୍ୱର: ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହି ଅବସରରେ ସେ ରାଜ୍ୟର ୩ଟି ସ୍ଥାନରେ ଅନୁଷ୍ଠିତ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ । ଗଞ୍ଜାମ, ନବରଙ୍ଗପୁର ଏବଂ ମୟୂରଭଞ୍ଜରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦଳୀୟ ନେତା ଓ କର୍ମୀଙ୍କୁ ଉଦବୋଧନ ଦେବେ ରାଜନାଥ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାର୍ତ୍ତାକୁ କିଭଳି ଲୋକଙ୍କ ପାଖକୁ ପହଞ୍ଚାଯିବ ଏବଂ ଗାଁ ଚାଲ, ବୁଥ୍ ଚାଲ ଅଭିଯାନ ଜରିଆରେ କେନ୍ଦ୍ରୀୟ ଯୋଜନାର ଲାଭାର୍ଥୀଙ୍କୁ ଭେଟି ବିଜେପି କର୍ମୀ କ'ଣ କରିବେ ସେ ସମ୍ପର୍କରେ ବିସ୍ତୃତ ସୂଚନା ଦେବେ ।

ଆଜି (ଗୁରୁବାର) ପୂର୍ବାହ୍ନ 10ଟା 50ରେ ଛତିଶଗଡ଼ ବସ୍ତର ଜିଲ୍ଲା ଜଗଦଲପୁର ଏୟାରପୋର୍ଟରୁ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ନବରଙ୍ଗପୁରରେ ପହଞ୍ଚିବେ ରାଜନାଥ ସିଂହ । 11ଟାରୁ 12ଟା ପର୍ଯ୍ୟନ୍ତ ବିଜେପି କୋର୍ କମିଟି ବୈଠକରେ କେନ୍ଦ୍ରମନ୍ତ୍ରୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବ୍ରହ୍ମପୁର ଅଭିମୁଖେ ବାହାରିବ । ଦିନ 1ଟା 30ରେ ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ପହଞ୍ଚିବେ ପ୍ରତିରକ୍ଷା ମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ- ରାଜ୍ୟପାଳଙ୍କ କେନ୍ଦୁଝର ଗସ୍ତ, ମହିଳା ଚାଷୀ ଓ ଏସଏଚଜି ମହିଳାଙ୍କୁ ଦେଲେ ପରାମର୍ଶ

ଏହା ମଧ୍ୟ ପଢନ୍ତୁ- ପାଖଉଛି ନିର୍ବାଚନ: ଆଜି ଓଡିଶା ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିଶନର, 3 ଦିନ ଧରି କରିବେ ସମୀକ୍ଷା

ପୂର୍ବାହ୍ନ 1ଟା 45ରୁ 2ଟା 45 ପର୍ଯ୍ୟନ୍ତ ବ୍ରହ୍ମପୁର ସହରର ବିବେକ ବିହାରରେ ଆୟୋଜିତ ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେବେ । ଏଥିରେ ୨୦ ହଜାରରୁ ଅଧିକ ନେତା ଓ କର୍ମୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ଅପରାହ୍ନ 3ଟାରେ ସ୍ଵତନ୍ତ୍ର ହେଲିକପ୍ଟର ମାଧ୍ୟମରେ ମୟୂରଭଞ୍ଜ ଅଭିମୁଖେ ବାହାରିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ । ଅପରାହ୍ନ 3ଟା 30ରେ ମୟୂରଭଞ୍ଜ ଜିଲ୍ଲା ଅମର୍ଦା ଏୟାରଷ୍ଟ୍ରିପରେ ପହଞ୍ଚି ଅପରାହ୍ନ 4ଟାରୁ 5ଟା ପର୍ଯ୍ୟନ୍ତ ବିଜେପିର କୋର୍ କମିଟି ବୈଠକରେ ଯୋଗ ଦେବେ । ଏହାପରେ ରାଜନାଥ ସିଂହ 5ଟା 30ରେ ମୟୂରଭଞ୍ଜ ଜିଲ୍ଲା ଅମର୍ଦା ଏୟାରଷ୍ଟ୍ରିପରୁ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 28 ତାରିଖ ପାଖାପାଖି ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ । ପରେ ଯାଜପୁର ଚଣ୍ଡିଖୋଲରେ ସାଧାରଣ ସଭାକୁ ସମ୍ବୋଧନ କରିବେ । ଖୁବଶୀଘ୍ର ଏଥିପାଇଁ କାର୍ଯ୍ୟକ୍ରମ ଚୂଡାନ୍ତ ହେବା ସହ ତାରିଖ ନିର୍ଧାରଣ କରାଯିବ ବୋଲି ବିଜେପି ରାଜ୍ୟ ସଭାପତି ନୂଆଦିଲ୍ଲୀରୁ ଫେରିବା ପରେ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Feb 22, 2024, 8:44 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.