ETV Bharat / state

କ୍ରିପ୍ଟୋକରେନ୍ସି ନାଁରେ ଠକେଇ: ଗ୍ୟାଙ୍ଗର ପର୍ଦ୍ଦାଫାସ, 7 ଗିରଫ

author img

By ETV Bharat Odisha Team

Published : Jan 20, 2024, 6:34 PM IST

Cryptocurrency Racket Busted: ବଲାଙ୍ଗୀରରେ ବେଆଇନ କ୍ରିପ୍ଟୋ କରେନ୍ସି କାରବାର ପର୍ଦ୍ଦାଫାସ । ଏହି ଘଟଣାରେ ୮ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ କରିବା ସହ ବହୁ ନାମୀଦାମୀ କାର ଏବଂ ମୋଟର ସାଇକଲ ଜବତ କରିଛି ପୋଲିସ । ଅନଲାଇନ ଜରିଆରେ ଲୋକଙ୍କୁ କରୁଥିଲେ ଟାର୍ଗେଟ । ଅଧିକ ପଢନ୍ତୁ

ବେଆଇନ କ୍ରିପ୍ଟୋ କରେନ୍ସି କାରବାର , ୭ ଗିରଫ
ବେଆଇନ କ୍ରିପ୍ଟୋ କରେନ୍ସି କାରବାର , ୭ ଗିରଫ
ବେଆଇନ କ୍ରିପ୍ଟୋ କରେନ୍ସି କାରବାର , ୭ ଗିରଫ

ବଲାଙ୍ଗୀର: ଜିଲ୍ଲାରେ ଚାଲିଥିଲା ଅନଲାଇନ ବେଆଇନ କ୍ରିପ୍ଟୋକରେନ୍ସି କାରବାର । ଦୁଇ ହଜାର ଲୋକଙ୍କ ଠାରୁ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇ । ଏହି ମାମଲାରେ ୭ ଗିରଫ ହୋଇଥିବାବେଳେ ବହୁ ନାମୀଦାମୀ କାର ଏବଂ ମୋଟର ସାଇକଲ ଜବତ କରିଛି ପୋଲିସ । ବଲାଙ୍ଗୀରରେ ଦୀର୍ଘ ଦିନରୁ ଚାଲିଥିଲା ବେଆଇନ ଅନଲାଇନ କ୍ରିପ୍ଟୋକରେନ୍ସି କାରବାର । ଯାହାକୁ ବଲାଙ୍ଗୀରର ପୋଲିସ ଧରିବାରେ ସଫଳ ହୋଇଛି । ପୋଲିସ ଏହି ବେଆନ୍ କାରବାରର ଚାଞ୍ଚଲ୍ୟରକ ତଥ୍ୟ ପ୍ରଦାନ କରିଛି । ଆମ ଦେଶରେ କ୍ରିପ୍ଟୋ କରେନ୍ସି ଆଇନ ସମ୍ମତ ହୋଇନାହିଁ । ଏଥିରେ ଅନେକ ଠକ କୋଟି କୋଟି ଟଙ୍କା ଠକେଇ କରୁଥିବାର ଅଭିଯୋଗ ଆସିଛି ।

ତେବେ ସାମାଜିକ ଗଣମାଧ୍ୟମରୁ ଏଭଳି ଏକ ବଡ ଠକେଇର ସୂଚନା ପୋଲିସ ପାଇଥିଲା । ଏହାର ତଦନ୍ତ କରି ଏକ ବଡ଼ କ୍ରିପ୍ଟୋ ଠକେଇ ଗ୍ୟାଙ୍ଗକୁ ଧରିବାରେ ପୋଲିସ ସଫଳ ହୋଇଛି । ଏହି ଗ୍ୟାଙ୍ଗ କିଛି ବର୍ଷ ହେବ ବଲାଙ୍ଗୀରରୁ ବେଆଇନ କାର୍ଯ୍ୟ ଚଲାଇ ଆସୁଥିଲେ । ସୁଦପଡାରେ ଏମାନେ ପେଗାମାଈଟ ନାଁରେ ଏକ କମ୍ପାନୀ ଖୋଲି ଥିଲେ । ଅନଲାଇନ ଜରିଆରେ ସାମାଜିକ ଗଣମାଧ୍ୟମ, ୟୁଟ୍ୟୁବରେ ତଥା ଅନ୍ୟାନ୍ୟ ସାମାଜିକ ଗଣ ମାଧ୍ୟମରେ ଏମାନେ ଲୋଭନୀୟ ଅଫର ଦେଇ ଲୋକଙ୍କୁ ଏଥିରେ ତାଙ୍କଠୁ ଏହି କ୍ରିପ୍ଟୋ କରେନ୍ସିରେ ଟଙ୍କା ଲଗାଇବାକୁ ପ୍ରବର୍ତ୍ତାଇ ଆସୁଥିଲେ । ଏହି କ୍ରମରେ ସେମାନେ ୨ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ଠାରୁ ୧୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ କରିଥିଲେ ।

ସେହିପରି ଏହି ଟଙ୍କାରେ ସେମାନେ ଜମି, ପ୍ଲଟ, ଦାମୀ କାର ଓ ମୋଟର ସାଇକଲ କିଣି ମଉଜ କରୁଥିଲେ । ତେବେ ପୋଲିସ ଏହି ଗ୍ୟାଙ୍ଗକୁ ଉପରେ ଚଢାଉ କରି ୭ ଜଣକୁ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ୬ ଜଣ ବଲାଙ୍ଗୀର ଏବଂ ଜଣେ ଯାଜପୁରର ବୋଲି ପୋଲିସ ସୂଚନା ଦେଇଛି । ସେହିପରି ଏମାନଙ୍କ ଠାରୁ ୬ଟି ଦାମୀ କାର,ଦାମୀ ମୋଟର ସାଇକଲ, ୨୫ ଟି ଦାମୀ ମୋବାଇଲ, ବହୁ ଲାପଟପ କମ୍ପ୍ୟୁଟର ପୋଲିସ ଜବତ କରିଛି ପୋଲିସ । ଏହାସହ ଏମାନଙ୍କ ଠାରୁ ୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମଧ୍ୟ ଜବତ କରାଯାଇଥିବା ସୂଚନା ଦେଇଛନ୍ତି ଏସପି ଋଷିକେଶ ଖିଲାର ।

ଏହା ମଧ୍ୟ ପଢନ୍ତୁ ......ସୋମବାର ବନ୍ଦ ରହିବ ସେୟାର ମାର୍କେଟ, ଆଜି ଚାଲିଛି କା

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏମାନେ ବିଶେଷ କରି ଛତିଶଗଡ଼ ଓ ଓଡ଼ିଶାରେ ଏହି କ୍ରିପ୍ଟୋକରେନ୍ସିର ଅନଲାଇନ ଜାଲ ବିଛାଇ ନିରୀହ ଲୋକଙ୍କୁ ଠାକୁଥିଲେ । ଯେଉଁଥିରେ ବଲାଙ୍ଗୀରର ପ୍ରଶାନ୍ତ ମେହେର, ଦୁଷ୍ମନ୍ତ ମେହେର, ହେମନ୍ତ ମେହେର ଓ ଯାଜପୁର ଜିଲ୍ଲାର ସୁବ୍ରତ ଓଝା ସାମିଲ ଥିବା ଜଣାପଡିଛି । ସେହିପରି ଏମାନଙ୍କର ବିଭିନ୍ନ ବ୍ୟାଙ୍କ ଏକାଉଣ୍ଟରେ ଥିବା 55 ଲକ୍ଷ ଟଙ୍କା ଫ୍ରିଜ୍ କରାଯାଇଛି । ଆମ ଦେଶରେ ଏହି ଭଳି କ୍ରିପ୍ଟୋକରେନ୍ସି ସମ୍ପୂର୍ଣ୍ଣ ବେଆଇନ ଅଟେ ଓ ଏହି ନାଁରେ କେହି ଠକିଲେ କିମ୍ବା ଟଙ୍କା କୌଣସି ମାଧ୍ୟମରେ ମାଗିଲେ ତୁରନ୍ତ ପାଖ ଥାନା କିମ୍ବା 193ରେ କଲ କରିବାକୁ ସେ ଅପିଲ କରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.