ETV Bharat / state

ବିଜେଡି ବିଜେପିର ବିକଳ୍ପ ଭାବେ କଂଗ୍ରେସକୁ ଲୋକେ ଗ୍ରହଣ କରିବେ: କଂଗ୍ରେସ

author img

By ETV Bharat Odisha Team

Published : Feb 19, 2024, 8:35 PM IST

Updated : Feb 19, 2024, 9:02 PM IST

Congress Target BJD BJP: କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ବିଶ୍ବ ରଞ୍ଜନ ମହାନ୍ତି କହିଛନ୍ତି ବିଜେଡି ଓ ବିଜେପି ଭିତରେ ସମ୍ପର୍କ ଆଉ ଲୁଚାଛଫା ହୋଇ ରହିନାହିଁ । ଏହା ଖୋଲାଖୋଲି ଚାଲିଛି । ଅଧିକ ପଢନ୍ତୁ

Congress
Congress

ବିଜେଡି ବିଜେପିର ବିକଳ୍ପ ଭାବେ କଂଗ୍ରେସକୁ ଲୋକେ ଗ୍ରହଣ କରିବେ: କଂଗ୍ରେସ

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି । ଆଜି କଂଗ୍ରେସ କହିଛି, ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ଘୋଷଣା କରିବା ଫଳରେ ବିଜେପି-ବିଜେଡି ସମ୍ପର୍କ ଏକ୍ସପୋଜ ହୋଇଛି । ସେମାନେ ଯେଉଁ ଲିଭ ଇନ ରିଲେସନରେ ରହୁଥିଲେ ତାହା ଏବେ ବାହାଘରରେ ପରିଣତ ହୋଇଛି । ଲୋକେ ସେମାନଙ୍କର ଭିତିରିଆ ସମ୍ପର୍କ ବିଷୟରେ ଜାଣିସାରିଛନ୍ତି । 2024 ନିର୍ବାଚନରେ ଲୋକେ ଏହାର ଜବାବ ଦେବେ । ବିଜେଡି ବିରୋଧରେ ବିଜେପି ନୁହେଁ କି ବିଜେପି ବିରୋଧରେ ଯାଇ ବିଜେଡି ନୁହେଁ ବରଂ ଦୁହିଁଙ୍କ ବିକଳ୍ପ ଭାବେ କଂଗ୍ରେସକୁ ଭୋଟ ଦେବେ ବୋଲି କହିଛନ୍ତି କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ବିଶ୍ବ ରଞ୍ଜନ ମହାନ୍ତି ।

ଅଧିକ ପଢନ୍ତୁ- ବିଜେଡି ବିଜେପି ମିଶିକି ରାଜ୍ୟବାସୀଙ୍କୁ ଧୋକ୍କା ଦେଇଛନ୍ତି: ଶରତ ପଟ୍ଟନାୟକ

କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ବିଶ୍ବ ରଞ୍ଜନ ମହାନ୍ତି କହିଛନ୍ତି, "ବିଜେଡି ଓ ବିଜେପି ଭିତରେ ସମ୍ପର୍କ ଆଉ ଲୁଚାଛଫା ହୋଇ ରହିନାହିଁ । ଏହା ଖୋଲାଖୋଲି ଚାଲିଛି । କଂଗ୍ରେସ ଯେଉଁ କଥା ପୂର୍ବରୁ କହିଆସିଛି ଏବଂ ଉଭୟଙ୍କର ବାହାଘର କରିଆସିଛି, ତାହା ରାଜ୍ୟସଭା ସମର୍ଥନରୁ ଆଉ ଥରେ ସ୍ପଷ୍ଟ ହୋଇଯାଇଛି । ଲୋକେ ମନେ ମନେ ମନସ୍ଥ କରିସାରିଲେଣି ଏହାର ବିକଳ୍ପ ଭାବେ କଂଗ୍ରେସକୁ ବାଛିବେ ବୋଲି । ବିଜେଡି-ବିଜେପିର ବିକଳ୍ପ କଂଗ୍ରେସ ହେବ । କଂଗ୍ରେସକୁ ଫାଇଦା ମିଳିବା ଯେତେ ବଡ କଥା ନୁହେଁ ଦୁହିଁଙ୍କ ସମ୍ପର୍କ ଏକ୍ସପୋଜ ହେବା ବଡ କଥା ।"

ବିଜେଡି ବିଜେପି ସମ୍ପର୍କକୁ ନେଇ ଚର୍ଚ୍ଚା ଆଲୋଚନା ରାଜ୍ୟ ରାଜନୀତିରେ ଚାଲିଆସିଛି । ହେଲେ ସମ୍ପର୍କକପ ନେଇ ଉଭୟ ରାଜନୈତିକ ଦଳ ମନା କରିଆସିଛନ୍ତି । ସେହି ସମ୍ପର୍କ ପ୍ରକୃତରେ କଣ ତାହା ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନରୁ ସ୍ପଷ୍ଟ ହୋଇଛି । ଅଶ୍ବିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ବକୁ ନେଇ ବିଜେଡି କହିଆସିଛି ଯେ, ରାଜ୍ୟର ସ୍ବାର୍ଥ ପାଇଁ ବିଜେଡି ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ଦେଲା । ସମର୍ଥନ ପ୍ରସଙ୍ଗରେ ପ୍ରେସ ରିଲିଜରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଜେପି ରାଜ୍ୟ ସଭାପତି କିନ୍ତୁ କହିଥିଲେ ଆମେ ତ ସମର୍ଥନ ମାଗି ନାହୁଁ, କାହିଁକି ସମର୍ଥନ ଦେଲେ ତାଙ୍କୁ ପଚାରିଲେ ସେ କହିପାରିବେ । ବିଜେପିର ଏହି ବୟାନଙ୍କୁ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଆଲୋଚନା ଚାଲିଥିଲା । ଏତିକି ବେଳେ କଂଗ୍ରେସ ଆଜି କହିଛି, ଲୋକେ ବିକଳ୍ପ ଭାବେ କଂଗ୍ରେସକୁ ବାଛିବେ । କାରଣ ବିଜେଡି ବିଜେପିର ସମ୍ପର୍କ ପଦାରେ ପଡିଛି । ଲିଭ ଇନ ରିଲେସନ ଏବେ ମ୍ୟାରେଜରେ ପରିଣତ ହୋଇଛି । ଦେଖିବାର କଥା 2024 ନିର୍ବାଚନ ଉପରେ ବିଜେଡି-ବିଜେପି ସମ୍ପର୍କର କି ପ୍ରଭାବ ପଡୁଛି ଭୋଟରଙ୍କ ଉପରେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 19, 2024, 9:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.