ETV Bharat / state

ହାଇକୋର୍ଟଙ୍କ ନିର୍ଦ୍ଦେଶ, ପାରାଦ୍ବୀପ ବନ୍ଦରରୁ ଜାହାଜକୁ ଗିରଫ କର

author img

By ETV Bharat Odisha Team

Published : Feb 24, 2024, 9:07 AM IST

Updated : Feb 24, 2024, 2:34 PM IST

HC orders arrest of MV Debi vessel: ପାରାଦ୍ବୀପ ବନ୍ଦରରେ କୋକେନ ଜବତ ଘଟଣାରେ ଚର୍ଚ୍ଚାରେ ଥିବା ଏମଭି ଦେବୀ ଜାହାଜକୁ ଗିରଫ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ବନ୍ଦର ଭଡା ନ ଦେବା ଯୋଗୁଁ ଗିରଫ ହେବ ଏହି ଜାହାଜ । ଅଧିକ ପଢନ୍ତୁ

ହାଇକୋର୍ଟଙ୍କ ନିର୍ଦ୍ଦେଶ, ପାରାଦ୍ବୀପ ବନ୍ଦରରୁ ଗିରଫ ହେବ ଜାହାଜ
ହାଇକୋର୍ଟଙ୍କ ନିର୍ଦ୍ଦେଶ, ପାରାଦ୍ବୀପ ବନ୍ଦରରୁ ଗିରଫ ହେବ ଜାହାଜ

ପାରାଦ୍ବୀପ ବନ୍ଦରରୁ ଜାହାଜକୁ ଗିରଫ କର

କଟକ: ପାରାଦ୍ବୀପ ବନ୍ଦରରୁ ଗିରଫ ହେବ ଏମଭି ଦେବୀ ଜାହାଜ । ବନ୍ଦରରେ ଜାହାଜ ଅଟକିବା ସ୍ଥାନର ଭଡା ପ୍ରସଙ୍ଗରେ ପାରାଦ୍ବୀପ ଇଣ୍ଟରନ୍ୟାସନାଲ କୋର୍ଗୋ ଟର୍ମିନାଲ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଦାୟର ଆବଦେନର ଶୁଣାଣି କରି ହାଇକୋର୍ଟ କୋକେନ ଜବତ ଘଟଣାରେ ଚର୍ଚ୍ଚା ଥିବା ଉକ୍ତ ଜାହାଜକୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗିରଫ ନିର୍ଦ୍ଦେଶନାମା ସହ କୋର୍ଟର ମାର୍ଶାଲଙ୍କ ଚିଠିକୁ ମଧ୍ୟ ଆବେଦନକାରୀ ପ୍ରତିପକ୍ଷଙ୍କୁ ପ୍ରଦାନ କରିବେ । ଭଡା ବାବଦକୁ ଏମଭି ଦେବୀ ଜାହାଜ ଉପରେ ୭ କୋଟି ୯୫ ଲକ୍ଷ ୪୭ ହଜାର ୧୭୦ ଟଙ୍କା ବକେୟା ରହିଛି । ଏଥିରେ ସୁଧ ୨୦ ଲକ୍ଷ ୩୬ ହଜାର ୩୪୫ ଟଙ୍କା ଥିବା ବେଳେ ୫୦ ଲକ୍ଷ ଟଙ୍କାର ଆଇନଗତ ଖର୍ଚ୍ଚ ରହିଥିବା କୋର୍ଟଙ୍କୁ ଜଣାଇଥିଲା ଆବେଦନକାରୀ ସଂସ୍ଥା ।

ଆବେଦନକାରୀ ନିଜ ଆବେଦନରେ କୋର୍ଟଙ୍କୁ ଦର୍ଶାଇଥିଲେ ଯେ, ଏମଭି ଦେବୀ ଜାହାଜ ଇଜିପ୍ଟରୁ ବାହାରି ପାରାଦ୍ବୀପ ବନ୍ଦରରେ ପହଞ୍ଚି ଥିଲା । ଏହି ଜାହାଜ ପାରାଦ୍ବୀପରୁ ଡେନମାର୍କ ଅଭିମୁଖେ ଯିବାର ଥିଲା । କିନ୍ତୁ ଜାହାଜ ପାରାଦ୍ବୀପ ବନ୍ଦରରେ ରହିଥିବା ବେଳେ ଗତ ୨୦୨୩, ଏପ୍ରିଲ ୧ ତାରିଖରେ ସେଥିରୁ ୨୨ କେଜି କୋକେନ ଜବତ ହୋଇଥିଲା । ସେବେଠାରୁ ଏହି ଜାହାଜଟି ପାରାଦ୍ୱୀପ ବନ୍ଦରରେ ଅଟକି ରହିଛି । ଦୀର୍ଘଦିନ ଧରି ଏହି ଜାହାଜ ବନ୍ଦରରେ ଅଟକି ରହିଥିବା ବେଳେ ଏହାର ଭଡା ନଦେବା କାରଣରୁ ପିଆଇସିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ୨୨୦ କୋଟିର ଡ୍ରଗ୍ସ ଜବତ ଘଟଣା: ସିଲ ହେଲା ଜାହାଜ, ୨୧ ନାବିକ ଅଟକ

ପିଆଇସିଟି ପାରାଦ୍ୱୀପ ବନ୍ଦରରେ ନିଜସ୍ୱ ବନ୍ଦର କରିଛି । ଏହାକୁ ବିଭିନ୍ନ ଜାହାଜକୁ ଭଡାରେ ଦେଇଥାଏ । ଏଥିପାଇଁ ପାରାଦ୍ୱୀପ ବନ୍ଦର ସହ ପିଆଇସିଟି ଚୁକ୍ତି କରିଛି । ତେବେ ଦୀର୍ଘ ଦିନ ହେଲାଣି ଏଠାରେ ଅଟକି ରହିବା ଯୋଗୁଁ ଏମଭି ଦେବୀ ଜାହାଜ ଉପରେ ୭ କୋଟି ୯୫ ଲକ୍ଷ ୪୭ ହଜାର ୧୭୦ ଟଙ୍କା ବକେୟା ରହିଛି । ଏଥିରେ ସୁଧ ୨୦ ଲକ୍ଷ ୩୬ ହଜାର ୩୪୫ ଟଙ୍କା ଥିବା ବେଳେ ୫୦ ଲକ୍ଷ ଟଙ୍କାର ଆଇନଗତ ଖର୍ଚ୍ଚ ରହିଥିବା କୋର୍ଟଙ୍କୁ ପ୍ରାର୍ଥନା କରିଥିଲା ଆବେଦନକାରୀ । ମାତ୍ର ଏହାକୁ ବିରୋଧ କରିଥିଲେ ଏମଭି ଦେବୀ ଜାହାଜ କର୍ତ୍ତୃପକ୍ଷ।

କୋକେନ୍ ଜବତ ପାଇଁ କଷ୍ଟମ ବିଭାଗ ଏହି ଜାହାଜକୁ ଜବତ କରିଥିବା ବେଳେ ଏହାର ଭଡା ଦେବା ଠିକ ନୁହେଁ ଏବଂ ଏହି ପିଟିସନ ଗ୍ରହଣଯୋଗ୍ୟ ନୁହେଁ ବୋଲି କୋର୍ଟଙ୍କୁ ଜାହାଜ କର୍ତ୍ତୃପକ୍ଷ କହିଥିଲେ । ତେବେ ଜାହାଜ କର୍ତ୍ତୃପକ୍ଷଙ୍କ ଏହି ଯୁକ୍ତି କୁ କୋର୍ଟ ଅଗ୍ରାହ୍ୟ କରିବା ସହ ଏମଭି ଦେବୀ ଜାହାଜକୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଜାହାଜରୁ କୋକେନ୍ ଜବତ ହେବା ପରେ ଏବେ ଏହି ମାମଲାର କୁଜଙ୍ଗ ଏନଡିପିଏସ ଅଦାଲତରେ ଶୁଣାଣି ଚାଲିଛି।

ଇଟିଭି ଭାରତ, କଟକ

Last Updated : Feb 24, 2024, 2:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.