ETV Bharat / state

ଚିଲିକା ଓ ବାଣପୁର ଅଞ୍ଚଳର ବିଭିନ୍ନ ମନ୍ଦିର ପରିଦର୍ଶନ କଲେ ଛତିଶଗଡ଼ ରାଜ୍ୟପାଳ

author img

By ETV Bharat Odisha Team

Published : Feb 25, 2024, 8:39 AM IST

Chhattisgarh Governor Visits Chilika: ଚିଲିକା ଓ ବାଣପୁର ଦିନିକିଆ ଗସ୍ତରେ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ବିଭିନ୍ନ ମନ୍ଦିରରେ କଲେ ଦର୍ଶନ । ଅଧିକ ପଢ଼ନ୍ତୁ

ଛତିଶଗଡ଼ ରାଜ୍ୟପାଳ
ଛତିଶଗଡ଼ ରାଜ୍ୟପାଳ

ଛତିଶଗଡ଼ ରାଜ୍ୟପାଳ

ଖୋର୍ଦ୍ଧା: ଚିଲିକା ଓ ବାଣପୁର ଦିନିକିଆ ଗସ୍ତରେ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ଗତକାଲି (ଶନିବାର) ପତ୍ନୀଙ୍କ ସହ ଚିଲିକା ଓ ବାଣପୁର ଗସ୍ତ କରି ବିଭିନ୍ନ ମନ୍ଦିର ଦର୍ଶନ କରି ଆଶୀର୍ବାଦ ନେବା ସହ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହାସହ ବାଲୁଗାଁରେ ଆୟୋଜିତ ହୋଇଥିବା ବିକଶିତ ଭାରତ ନିର୍ମାଣରେ ଅଞ୍ଚଳବାସୀଙ୍କ ଯୋଗଦାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ।

ଶନିବାର ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ପତ୍ନୀଙ୍କ ସହ ଚିଲିକା ଓ ବାଣପୁର ଗସ୍ତରେ ଆସି ବିଭିନ୍ନ ମନ୍ଦିର ଦର୍ଶନ କରି ଆଶୀର୍ବାଦ ନେବା ସହ ବନ୍ଧୁମିଳନରେ ଯୋଗ ଦେଇଛନ୍ତି । ଚିଲିକା ଅଞ୍ଚଳର ଚଣ୍ଡେଶ୍ଵର ଠାରେ ଥିବା ଚଣ୍ଡହରଦେବଙ୍କ ଦର୍ଶନ, ହରିପୁର ଠାରେ ଥିବା ପ୍ରତାପେଶ୍ଵର ଦେବଙ୍କ ଦର୍ଶନ ପରେ ବାଣପୁର ଠାରେ ଥିବା ଭେଟିନାଥ ଦେବଙ୍କ ଦର୍ଶନ କରି ପ୍ରତ୍ୟେକ ସ୍ଥାନରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବନ୍ଧୁମିଳନରେ 'ଆପଣମାନେ ସମସ୍ତେ ମୋ ନିଜ ପରିବାରର ଲୋକ' ବୋଲି ସମ୍ବୋଧନ କରିଥିଲେ । ଏ ମାଟି ବୀର ପାଇକ ମାଟି ହୋଇଥିବା ବେଳେ ଅନ୍ୟାୟ ବିରୋଧରେ ଲଢେଇ କରିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ ଏବଂ ଲଢେଇକୁ ବ୍ୟାପକ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେବା ସହ ତୋଷାମଦ ଠାରୁ ଦୂରେଇ ରହି ସ୍ବାଭିମାନ ସହକାରେ ବଞ୍ଚିବାକୁ କହିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଆଇଟି ଏକ୍ସପୋ -୨୦୨୩ ଉଦଘାଟିତ; ପ୍ରଯୁକ୍ତିବିଦ୍ୟା ଆତ୍ମନିର୍ଭର କ୍ଷେତ୍ରରେ ହୋଇଛି ବିଶେଷ ସହାୟକ: ବିଶ୍ଵଭୂଷଣ

ସେପଟେ ବାଲୁଗାଁରେ ଥିବା ବଣିକ ସଂଘରେ ଲିକା ବିକାଶ ଉନ୍ନୟନ ଅଧ୍ୟକ୍ଷ ଡ.ସୁରେନ୍ଦ୍ର ନାଥ ଦାସଙ୍କ ସଭାପତିତ୍ବରେ ବିକଶିତ ଭାରତ ନିର୍ମାଣରେ ଅଞ୍ଚଳବାସୀଙ୍କ ଯୋଗଦାନ ସମ୍ପର୍କରେ ଥିବା ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ବିଶ୍ୱଭୂଷଣ ହରିଚନ୍ଦନ । ବିକଶିତ ଚିଲିକାର ସମ୍ଭାବନା ଅନେକ ଅଛି ଏବଂ ତାହାକୁ ସାକାର କରିବା ମଧ୍ୟ ସମ୍ଭବ । ଚିଲିକା ହ୍ରଦ ଓ ଜଙ୍ଗଲର ବିକାଶ ହେଲେ ଅଞ୍ଚଳ ବିକାଶ ସମ୍ଭବ ବୋଲି ମତ ପ୍ରକାଶ କରିଥିଲେ । ଏହି ଅଞ୍ଚଳର ବିକାଶ ପାଇଁ ନିରନ୍ତର ଉଦ୍ୟମ ଲୋଡ଼ା ଏବଂ ବିଧାନସଭା ଓ ଲୋକସଭାରେ ଯେଉଁଦିନ ଚିଲିକା ଚିଲିକା ଶୁଭିବ ସେହିଦିନ ବିକାଶ ହେବ ବୋଲି ଆମ୍ଭେ ଅନୁଭବ କରିବା ବୋଲି କହିଥିଲେ ମୁଖ୍ୟ ଅତିଥି ହରିଚନ୍ଦନ । ଉକ୍ତ କାର୍ଯ୍ୟକ୍ରମରେ ବିଶ୍ୱଭୂଷଣଙ୍କ ସହ ତାଙ୍କ ଧର୍ମପତ୍ନୀ, ବିଜେପି ଜାତୀୟ ପ୍ରବକ୍ତା ଡ. ସମ୍ବିତ ପାତ୍ର, ବିଜେପିର ବରିଷ୍ଠ ନେତା ପୃଥ୍ବୀରାଜ ହରିଚନ୍ଦନ, ସାହିତ୍ୟିକ ସଂଗ୍ରାମ କେଶରୀ ସାହୁ, ଓଡିଶା ସାହିତ୍ୟ ଏକାଡେମୀ ସଭାପତି ବିଜୟା ନନ୍ଦ ସିଂ ଉନ୍ନୟନ ପରିଷଦର ସମ୍ପାଦକ ରଂଜିତ ବଡ଼ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.