ETV Bharat / state

ଦୁଇ ଦିନିଆ ମାଲକାନଗିରି ଗସ୍ତରେ ବିଏସ୍ଏଫ ଆଇଜି

author img

By ETV Bharat Odisha Team

Published : Jan 20, 2024, 12:16 PM IST

BSF IG visits malkangiri: ଦୁଇ ଦିନିଆ ମାଲକାନଗିରି ଗସ୍ତରେ ବିଏସ୍ଏଫ ଆଇଜି କୈଳାସ ଚନ୍ଦ୍ର ଜେଟା । କ୍ୟାମ୍ପ ବୁଲି ଦେଖିବା ସହ ମାଓ ମୁକାବିଲା ଓ ସୁରକ୍ଷା ଉପରେ ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ

BSF IG visit malkangiri
BSF IG visit malkangiri

ମାଲକାନଗିରି: ଦୁଇ ଦିନିଆ ମାଲକାନଗିରି ଗସ୍ତରେ ବିଏସ୍ଏଫ ଆଇଜି କୈଳାସ ଚନ୍ଦ୍ର ଜେଟା । ଏନେଇ ସେ କ୍ୟାମ୍ପ ବୁଲି ଦେଖିବା ସହ ମାଓ ମୁକାବିଲା ଓ ସୁରକ୍ଷା ଉପରେ ସମୀକ୍ଷା କରିଛନ୍ତି । ତେବେ ଏହି ଗସ୍ତ ସମୟରେ ତାଙ୍କ ସହ ଡିଆଇଜି ଅପରେସନ ଧିରେନ୍ଦ୍ର କୁମାର୍ , ଡିଆଇଜି ଇଣ୍ଟିଲିଜେନ୍ସ ସଞ୍ଜିବ୍ କୁମା , ଏବଂ ମାଲକାନଗିରି ସେକ୍ଟର ଡିଆଇଜି ସୈଲେନ୍ଦ୍ର କୁମାର ସିହ୍ନା ଓ ବିଏସ୍ଏଫ୍ ର ବହୁ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରଥମ ଦିନରେ ସେ କାଲିମେଳା ବ୍ଲକ ଅନ୍ତର୍ଗତ ଭେଜାଙ୍ଗିବାଡା ସଂରକ୍ଷଣ ଜଙ୍ଗଲ, ଗୋମ୍ପାକୋଣ୍ଡା ଜଙ୍ଗଲ ଗସ୍ତ କରି ସେଠାକାର ସ୍ଥିତି ସମ୍ବନ୍ଧରେ ପଚାରି ବୁଝିଥିଲେ। ପରେ ସେ ବଡିଗେଟା, ଏମ୍‌.ଭି. ୭୨ ଓ ଏମ୍‌.ଭି. ୭୯ ବି.ଏସ୍‌.ଏଫ୍ କ୍ୟାମ୍ପ ଗସ୍ତ କରି ସମୀକ୍ଷା କରିଥିଲ । ସେହିପରି ଦ୍ୱିତୀୟ ଦିନରେ ସେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଜାନବାଇ, ବଡପଡା, ଜନ୍ତାପାଇ, ଜଡାମ୍ବ ଓ ହନ୍ତାଳ ଗୁଡା ଗସ୍ତ କରି ବିଏସଏଫ ବାହିନୀଙ୍କ ସହିତ ସମୀକ୍ଷା କରିଥିଲେ । ଏଥିସହ ବିଏସ୍ଏଫ୍ ଯବାନମାନଙ୍କୁ ସେମାନଙ୍କର କାର୍ଯ୍ୟକୁ ଦେଖି ପ୍ରଶଂସା କରିଥିବା ବେଳେ ଉଭୟ ଓଡ଼ିଶା-ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା-ଛତିଶଗଡ ସୀମାବର୍ତ୍ତୀ ଅଞ୍ଚଳ ରେ କୁମ୍ବିଂ ଅପରେସନ ଉପରେ ଗୁରୁତ୍ବ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଓଡିଶାରେ ନୂତନ BSF ଆଇଜି, ଛତିଶଗଡ଼ୀ ନକ୍ସଲ ଦମନ ମୂଳଲକ୍ଷ୍ୟ

ସେହିପରି ସେହି ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଲୋକଙ୍କର ମନ ଜିତିବା ଓ ସେମାନଙ୍କ ନିକଟତର ହବା ଉପରେ ଗୁରୁତ୍ବ ଦେଇଥିଲେ । ସରକାରଙ୍କ ବିଭିନ୍ନ ଯୋଜନା ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଖରେ କିଭଳି ପହଞ୍ଚିବ ତା ଉପରେ ମଧ୍ୟ ଗୁରୁତ୍ବ ଦେଇଥିଲେ । ଯାହା ଫଳରେ ସେଠାକାର ଲୋକମାନେ ଏହାର ସୁବିଧା ସହ ମୁଖ୍ୟସ୍ରୋତରେ ସାମିଲ୍ ହେବାକୁ ଆହ୍ବାନ ଦେଇଛନ୍ତି । ସେ ଦର୍ଶାଇଛନ୍ତି ଯେ ଜିଲ୍ଲାରେ ନିୟୋଜିତ ଥିବା ବିଏସ୍ଏଫ୍ କ୍ୟାମ୍ପ ଦୂରଦୂର ରହୁଥିଲେ ମଧ୍ୟ, ସମସ୍ତ ପ୍ରକାର ସହାୟତା ପାଇଁ ସବୁବେଳେ ଲୋକମାନଙ୍କ ନିକଟରେ ରହିବା ଉଚିତ୍। 2010 ମସିହାରେ ଓଡିଶାରେ ବିଏସ୍ଏଫ୍ ନିୟୋଜିତ ପରଠାରୁ, ମାଲକାନଗିରି ଏବଂ କୋରାପୁଟର ଜିଲ୍ଲାର ଆଭ୍ୟନ୍ତରୀଣ ତଥା ଦୂରବର୍ତ୍ତୀ ଅଞ୍ଚଳରେ ଜନସାଧାରଣଙ୍କ ସୁରକ୍ଷା ତଥା ନିରାପତ୍ତା ପାଇଁ ବିଏସ୍ଏଫ୍ ମାଓବାଦୀ ରଣନୀତିକୁ ସଫଳତାର ସହ ପ୍ରତିରୋଧ କରିଆସୁଛି ବୋଲି ଆଜି ବିଏସ୍ଏଫ୍ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.