ETV Bharat / state

ବୌଦ୍ଧରେ ଆରମ୍ଭ ହେବ ଏଏଲଏସ ଆମ୍ବୁଲାନ୍ସ ସେବା, ଗୁରୁତର ରୋଗୀଙ୍କୁ ମିଳିପାରିବ ଆଶୁ ଚିକିତ୍ସା

author img

By ETV Bharat Odisha Team

Published : Jan 20, 2024, 5:01 PM IST

ବୌଦ୍ଧରେ ଆରମ୍ଭ ହେବ ଏଏଲଏସ ଆମ୍ବୁଲାନ୍ସ ସେବା , ଗୁରୁତର ରୋଗୀଙ୍କୁ ମିଳିପାରିବ ଆଶୁ ଚିକିତ୍ସା
ବୌଦ୍ଧରେ ଆରମ୍ଭ ହେବ ଏଏଲଏସ ଆମ୍ବୁଲାନ୍ସ ସେବା , ଗୁରୁତର ରୋଗୀଙ୍କୁ ମିଳିପାରିବ ଆଶୁ ଚିକିତ୍ସା

First Advanced Life Support Ambulance in Boudh: ବୌଦ୍ଧ ଜିଲ୍ଲାରେ ଆରମ୍ଭ ହେବ ଏ.ଏଲ.ଏସ (ଆଡଭାନ୍ସ ଲାଇଭ ସପୋର୍ଟ) ଆମ୍ବୁଲାନ୍ସ ସେବା । ଏଥିରେ ରହିଛି ଡିଫିବ୍ରିଲେଟର, ସିରିଞ୍ଜ ଇନ୍ଫ୍ୟୁଜନ ପମ୍ପ, ଅକ୍ସିଜେନ ସିଲିଣ୍ଡର, ଏମରଜେନ୍ସି ଡ୍ରଗ୍ସ , ବ୍ରିଦିଙ୍ଗ ପମ୍ପ, ଇଲେକଟ୍ରିକ ସକ୍ ଟ୍ରିଟମେଣ୍ଟ ଭଳି ବ୍ୟବସ୍ଥା । ଅଧିକ ପଢନ୍ତୁ

ବୌଦ୍ଧରେ ଆରମ୍ଭ ହେବ ଏଏଲଏସ ଆମ୍ବୁଲାନ୍ସ ସେବା , ଗୁରୁତର ରୋଗୀଙ୍କୁ ମିଳିପାରିବ ଆଶୁ ଚିକିତ୍ସା

ବୌଦ୍ଧ: ବୌଦ୍ଧ ଜିଲ୍ଲାର ସ୍ବାସ୍ଥ୍ୟସେବାରେ ଯୋଡି ହୋଇଛି ଏକ ନୂଆ ଅଧ୍ୟାୟ । ଜିଲ୍ଲାରେ ପ୍ରଥମ ଥର ପାଇଁ ଆରମ୍ଭ ହେବ ଏ.ଏଲ.ଏସ (ଆଡଭାନ୍ସ ଲାଇଭ ସପୋର୍ଟ) ଆମ୍ବୁଲାନ୍ସ ସେବା । ଜିଲ୍ଲାର ଭୌଗୋଳିକ ଦୃଷ୍ଟିକୋଣରୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ସମସ୍ୟା ରହିଆସିଛି । ବୌଦ୍ଧ ଜିଲ୍ଲାର ମୁଖ୍ୟ ଡାକ୍ତରଖାନା ସମେତ କଣ୍ଟାମାଳ, ମନମୁଣ୍ଡା, ବାଉଶୁଣୀ, ପୁରୁଣା କଟକ ଓ ଆଢେଣୀଗଡଠାରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରହିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନାଗରିକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଛାଡିଦେଲେ ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବରୁ ସ୍ବାସ୍ଥ୍ୟ ସବାକୁ ନେଇ ବିଭିନ୍ନ ସମୟରେ ଅପ୍ରୀତିକର ପରିସ୍ଥିତି ଉପୁଜୁଛି ।

ଏହାଛଡା ବୌଦ୍ଧ ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆମ୍ବୁଲାନ୍ସର ଘୋର ଅଭାବ ଯୋଗୁଁ ଅନେକ ସମୟରେ ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇରହିଛି । ବର୍ତ୍ତମାନ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଛି ଏ.ଏଲ.ଏସ ବା ଆଡଭାନ୍ସ ଲାଇଭ ସପୋର୍ଟ ଆମ୍ବୁଲାନ୍ସ ସେବା । ଏହି ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବାରେ ବିଭିନ୍ନ ଉନ୍ନତମାନର ଯନ୍ତ୍ରାଂଶ ରହିଛି । ଫଳରେ ବୌଦ୍ଧ ଡାକ୍ତରଖାନାରୁ ଅନ୍ୟତ୍ର ସ୍ଥାନାନ୍ତର ହେଉଥିବା ଦୁରାରୋଗ୍ୟ ରୋଗୀ ଏହାର ସୁଫଳ ପାଇପାରିବେ ।

ଏହା ମଧ୍ୟ ପଢନ୍ତୁ... ଭିତ୍ତିଭୂମି ଥାଇ ବି ଲୋକଙ୍କୁ ମିଳୁନି ଉନ୍ନତ ଚିକିତ୍ସା ସୁବିଧା, ବଢୁଛି ରେଫର ସଂଖ୍ୟା


ଏହି ଏଏଲଏସ ଆମ୍ବୁଲାନ୍ସ ସେବା ଜରିଆରେ ଗୁରୁତର ରୋଗୀଙ୍କୁ ରାସ୍ତାରେ ନେବା ସମୟରେ ଆବଶ୍ୟକୀୟ ଆଶୁ ଚିକିତ୍ସା କରାଯାଇପାରିବ । ମୁଣ୍ଡରେ ଗୁରୁତର ଆଘାତ ଲାଗିବା, କୋମା, ହାର୍ଟ ଆଟାକ୍ ଭଳି ସ୍ଥିତିକୁ ମୁକାବିଲା କରିବା ପାଇଁ ଏହି ଆମ୍ବୁଲାନ୍ସ ସେବାରେ ଡିଫିବ୍ରିଲେଟର, ସିରିଞ୍ଜ ଇନ୍ଫ୍ୟୁଜନ ପମ୍ପ, ଅକ୍ସିଜେନ ସିଲିଣ୍ଡର, ଏମରଜେନ୍ସି ଡ୍ରଗ୍ସ , ବ୍ରିଦିଙ୍ଗ ପମ୍ପ, ଇଲେକଟ୍ରିକ ସକ୍ ଟ୍ରିଟମେଣ୍ଟ ଭଳି ବ୍ୟବସ୍ଥା ରହିଛି ।

ଏନେଇ ଜିଲ୍ଲାର ବୁଦ୍ଧିଜୀବୀ ବେଶ ଆଶାବାଦୀ ହେବା ସହିତ ଖୁସି ପ୍ରକାଶ କରିଛନ୍ତି । ଏତଦ୍ ବ୍ୟତୀତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ତଥା ଅଧିକ ଆମ୍ବୁଲାନ୍ସ ସେବା ଯୋଗାଇ ଦେବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.