ETV Bharat / state

ପୁସ୍ତକମେଳାରେ ଦର୍ଶକଙ୍କୁ ଆକୃଷ୍ଟ କରୁଛି ପୁରୁଣା ସମ୍ବାଦପତ୍ର

author img

By ETV Bharat Odisha Team

Published : Jan 21, 2024, 1:57 PM IST

Jagatsinghpur Book Fair: ଜଗତସିଂହପୁର ପୁସ୍ତକ ମେଳାରେ ପୁରୁଣା ସମ୍ୱାଦପତ୍ର ପ୍ରଦର୍ଶନୀ କରାଯାଇଛି । ପୁରୁଣା ସମ୍ବାଦପତ୍ର ଦେଖିବା ପାଇଁ ଲୋକଙ୍କ ଭିଡ । ଅଧିକ ପଢନ୍ତୁ

ଜଗତସିଂହପୁର ପୁସ୍ତକ ମେଳା
ଜଗତସିଂହପୁର ପୁସ୍ତକ ମେଳା

ଜଗତସିଂହପୁର ପୁସ୍ତକ ମେଳା

ଜଗତସିଂହପୁର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପଡ଼ିଆରେ ଗତ 15 ତାରିଖଠାରୁ ଆରମ୍ଭ ହୋଇଛି ଜଗତସିଂହପୁର ପୁସ୍ତକ ମେଳା । ଏହି ପୁସ୍ତକ ମେଳାରେ ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ ପ୍ରକାଶନ ସଂସ୍ଥା ସେମାନଙ୍କ ଦ୍ୱାରା ପ୍ରକାଶିତ ପୁସ୍ତକଗୁଡିକୁ ପାଠକଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରୟାସ କରୁଥିବା ବେଳେ ଏହା ମଧ୍ୟରେ ଏକ ଷ୍ଟଲରେ ପୁରାତନ ଓଡ଼ିଆ ସମ୍ବାଦପତ୍ରକୁ ନେଇ ପ୍ରଦର୍ଶନୀ ଦେଖିବାକୁ ମିଳିଛି । ଏହି ପୁରାତନ ସମ୍ବାଦପତ୍ର ଷ୍ଟଲରେ ଲୋକଙ୍କ ଭିଡ ଜମୁଥିବା ଦେଖିବାକୁ ମିଳିଛି ।

ଏହି ପୁସ୍ତକମେଳାରେ ପୁସ୍ତକ ପ୍ରଦର୍ଶନ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବ । ମେଳାରେ ଘରକରଣା ସାମଗ୍ରୀ ଓ ଚଟପଟି ଖାଦ୍ୟର ପସରା ଦର୍ଶକଙ୍କୁ ବେଶ ଆକୃଷ୍ଟ କରୁଛି । ପୁସ୍ତକ ମେଳାର ଏକ ଷ୍ଟଲରେ ପୁରାତନ ଓଡ଼ିଆ ସମ୍ବାଦପତ୍ରକୁ ନେଇ ପ୍ରଦର୍ଶନୀ ଦେଖିବାକୁ ମିଳିଛି । ବିଦ୍ୟାର୍ଥୀ ହୁଅନ୍ତୁ ବା ବୟସ୍କ ଯିଏ ପୁସ୍ତକ ମେଳା ବୁଲିବାକୁ ଯାଉଛି ସେ ଏହି ଷ୍ଟଲ ନିକଟରେ ଅଟକି ପୁରାତନ ସମ୍ବାଦପତ୍ରକୁ ନିରୀକ୍ଷଣ କରୁଛି । ଏହା ମଧ୍ୟ ପାଠକମାନଙ୍କ ମଧ୍ୟରେ ବେଶ ଆଦୃତ ହୋଇପାରିଛି ।

ଏହାମଧ୍ୟ ପଢନ୍ତୁ... ଜଗତସିଂହପୁରରେ ପୁସ୍ତକ ମେଳାର ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ

ଓଡ଼ିଶାର ସର୍ବ ପୁରାତନ ଓଡ଼ିଆ ସମ୍ବାଦପତ୍ର ଉତ୍କଳ ଦୀପିକାଠାରୁ ଆରମ୍ଭ କରି 800ରୁ ଅଧିକ ସମ୍ବାଦପତ୍ର ଦର୍ଶକ ଦେଖିବାକୁ ପାଉଛନ୍ତି । ଏହି ପୁରାତନ ଖବରକାଗଜ ସଂଗ୍ରହ କରି ପାଠକମାନଙ୍କ ନିକଟରେ ପରିଚିତ କରିବା ପାଇଁ ଜଗତସିଂହପୁର ଜିଲ୍ଲା ବରିଷ୍ଠ ସାମ୍ବାଦିକ ସଂଘ ପକ୍ଷରୁ ଏହାର ଆୟୋଜନ କରାଯାଇଛି । ଏନେଇ ବରିଷ୍ଠ ସାମ୍ବାଦିକ ସଂଘର ରାଜ୍ୟ ସମ୍ପାଦକ କାହ୍ନୁ ଚରଣ ନନ୍ଦ କହିଛନ୍ତି ଯେ, 1866 ମସିହାରେ ପ୍ରଥମେ ହାତଲେଖା ଓଡ଼ିଆ ସମ୍ବାଦପତ୍ର ପ୍ରକାଶ ପାଇଥିଲା । ପରେ ପ୍ରିଣ୍ଟ ସମ୍ବାଦପତ୍ର ଉତ୍କଳ ଦୀପିକା 1939ରେ ପ୍ରକାଶ ପାଇଥିଲା । ଏହାର କପି ଏବେ ଲୋକେ ଏହି ଷ୍ଟଲରେ ଦେଖିବାକୁ ପାଉଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ଯେତେ ସବୁ ସମ୍ବାଦପତ୍ର ପ୍ରକାଶ ପାଇଛି ତାହା ନୂତନ ପିଢ଼ିକୁ ପରିଚିତ କରାଇବା ପାଇଁ ଏହି ପ୍ରୟାସ କରାଯାଇଛି ।


ତେବେ ଜଗତସିଂହପୁରରେ ଆୟୋଜିତ ଏହି ପୁସ୍ତକ ମେଳାର ଆଜି ଶେଷ ହେବାକୁ ଯାଉଛି । ଜାନୁଆରୀ 15ରୁ ଆରମ୍ଭ ହୋଇ ଏକ ସପ୍ତାହ ଧରି ଚାଲିଥିଲା ଏହି ମେଳା । ଚଳିତ ବର୍ଷ ଜଗତସିଂହପୁର ପୁସ୍ତକ ମେଳାରେ 71ଟି ପ୍ରକାଶନ ସଂସ୍ଥା ଏଥିରେ ସାମିଲ ହୋଇଛନ୍ତି । ଏହାସହ 36ଟି ବ୍ୟବସାୟିକ ଷ୍ଟଲ ଖୋଲିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.