ETV Bharat / state

ବରଗଡ଼ ଚିନି କଳ ଜମି ଇଡକୋକୁ ହସ୍ତାନ୍ତର କରିବେ ସରକାର

author img

By ETV Bharat Odisha Team

Published : Mar 16, 2024, 7:39 AM IST

Baragarh Sugar Mill: ବରଗଡ଼ ଚିନି କଳ ଜମି ଇଡକୋକୁ ହସ୍ତାନ୍ତର କରିବେ ସରକାର । ସମୁଦାୟ ୧୦୩.୨୧ ଏକର ଜମିରୁ ୭୨.୧୨ ଏକର ଜମି ପାଇଁ ଇଡକୋ ୪୦.୬୮ କୋଟି ଟଙ୍କା ପ୍ରଦାନ କରିଛି । ଆଗକୁ ପଢ଼ନ୍ତୁ

ବରଗଡ଼ ଚିନି କଳ ଜମି ଇଡ୍କୋକୁ ହସ୍ତାନ୍ତର କରିବେ ସରକାର
ବରଗଡ଼ ଚିନି କଳ ଜମି ଇଡ୍କୋକୁ ହସ୍ତାନ୍ତର କରିବେ ସରକାର

ଭୁବନେଶ୍ବର: ବରଗଡ଼ ଚିନି କଳ ଜମି ଇଡକୋକୁ ହସ୍ତାନ୍ତର କରିବେ ସରକାର । ଆଗାମୀ ଦିନରେ ସେଠାରେ ପ୍ରତିଷ୍ଠା କରାଯିବ ନୂତନ ଶିଳ୍ପ । ସମୁଦାୟ ୧୦୩.୨୧ ଏକର ଜମିରୁ ୭୨.୧୨ ଏକର ଜମି ପାଇଁ ଇଡକୋ ୪୦.୬୮ କୋଟି ଟଙ୍କା ପ୍ରଦାନ କରିଛି । ବରଗଡ ସ୍ଥିତ ଚିନିକଳ ଜମିକୁ ଇଡକୋକୁ ହସ୍ତାନ୍ତର କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଆଗାମୀ ଦିନରେ ଇଡକୋ ଏହି ଜମିରେ ନୂତନ ଶିଳ୍ପ ପ୍ରତିଷ୍ଠା କରିବାପାଇଁ ପଦକ୍ଷେପ ନେବ ।

ସୂଚନାଯୋଗ୍ୟ, ଯନ୍ତ୍ରାଂଶ ରକ୍ଷଣାବେକ୍ଷଣ ଓ ମରାମତି ତଥା ନୂତନ ମେସିନ୍ ପାଇଁ ପାଣ୍ଠି ଅଭାବ ଏବଂ ଅନ୍ୟାନ୍ୟ ବିଭିନ୍ନ କାରଣ ପାଇଁ ଚିନିକଳରେ କାମ ବନ୍ଦ ରହିଥିଲା । ସେଥିପାଇଁ ଏହାର ଜମିକୁ ଇଡକୋକୁ ହସ୍ତାନ୍ତର କରି ନୂତନ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତି ଅନୁଯାୟୀ ଚିନିକଳର ସମୁଦାୟ ୧୦୩.୨୧ ଏକର ଜମି ମଧ୍ୟରୁ ବିବାଦମୁକ୍ତ ୭୨.୧୨ ଏକର ଜମି ପାଇଁ ଇଡକୋ ୪୦.୬୮ କୋଟି ଟଙ୍କା ପ୍ରଦାନ କରିଛି । ବରଗଡର ଅତିରିକ୍ତ ଜିଲ୍ଲାପାଳ ତଥା ବରଗଡ କୋଅପରେଟିଭ ସୁଗାର ମିଲ୍‌ସର Liquidatorଙ୍କୁ ଏହି ଟଙ୍କା ପ୍ରଦାନ କରାଯାଇଛି । ବାକି ସବୁ ଜମି ବିବାଦମୁକ୍ତ ହେବାପରେ ଇଡକୋକୁ ହସ୍ତାନ୍ତର କରାଯିବାର ସୂଚନା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ.... ରଜଧାନୀରେ ଗର୍ଜିଲେ ସମିତିସଭ୍ୟ, ଦାବି ପୁରଣ ପାଇଁ ସରକାରଙ୍କୁ ଦେଲେ କଡା ଚେତାବନୀ

ଏହା ମଧ୍ୟ ପଢ଼ନ୍ତୁ.... କଳାବ୍ୟାଚ ପିନ୍ଧି ପ୍ରତିବାଦ, ସାମ୍ବାଦିକଙ୍କ ଦାବିକୁ ସରକାରଙ୍କ ଅଣଦେଖା ଅଭିଯୋଗ

ଏହା ମଧ୍ୟ ପଢ଼ନ୍ତୁ....ଧାରଣାରେ ବିଏମସିର ସ୍ୱଚ୍ଛ ସାଥି, ସର୍ବନିମ୍ନ ମଜୁରୀ ପାଇଁ ମେୟର ଓ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଦାବିପତ୍ର

ତେବେ ୧୯୬୯ ମସିହାରୁ ଆରମ୍ଭ ହୋଇଥିବା ବରଗଡ଼ ଚିନିକଳ ଓଡ଼ିଶା ମାନଚିତ୍ରରେ ଶିଳ୍ପ ନଗରୀର ମାନ୍ୟତା ପାଇଥିଲା । ସମୟ କ୍ରମେ ବରଗଡ଼ରେ ଆଖୁ ଚାଷ ବନ୍ଦ ହୋଇଯିବାରୁ ଚିନିକଳ ବନ୍ଦ ହୋଇ ପଡି ଏହି ସଂସ୍ଥା ଧୀରେଧୀରେ କ୍ଷତି ଆଡକୁ ଚାଲିଗଲା । କର୍ମଚାରୀମାନେ ଦରମା ନପାଇ ଦୁର୍ଦ୍ଦିନରେ ସମୟ କାଟୁଥିଲେ । ତେବେ ଅନେକ ବାଦ ବିବାଦ ପରେ ଏହି କଳକୁ ଇଡ୍କୋକୁ ହସ୍ତାନ୍ତର କରିବେ ସରକାର । ଅନ୍ୟପଟେ ନୟାଗଡ଼ର ହଜାରହଜାର ଚାଷୀଙ୍କ ଜୀବନରେଖା ଚିନିକଳ ଏବେ ଭୂତକୋଠିରେ ପରିଣତ ହୋଇଛି l ହଜାରହଜାର ଚାଷୀଙ୍କ ଜୀବନରେଖା ଥିବା ଚିନ କଳ ଏବେ ନିଜେ ଉଦ୍ଧାର ଲୋଡ଼ୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.