ETV Bharat / state

୮ ପରୀକ୍ଷା କେନ୍ଦ୍ରରେ ଅବ୍ୟବସ୍ଥା ଠାବ କଲା AI, କାର୍ଯ୍ୟାନୁଷ୍ଠାନ ପାଇଁ ବୋର୍ଡର ସୁପାରିଶ

author img

By ETV Bharat Odisha Team

Published : Feb 22, 2024, 8:42 AM IST

Updated : Feb 22, 2024, 10:31 AM IST

AI-Powered CCTV detects irregularities at exam centres: ମାଟ୍ରିକ ପରୀକ୍ଷାରେ ପ୍ରଥମ ଦିନରେ ୮ ପରୀକ୍ଷା କେନ୍ଦ୍ରରେ ଅବ୍ୟବସ୍ଥା ଠାବ କରିଛି AI (Artificial Intelligence) । ଏ ସମ୍ପର୍କରେ ଜାଣିବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଛି ବୋର୍ଡ । ଅଧିକ ପଢନ୍ତୁ

୮ ପରୀକ୍ଷା କେନ୍ଦ୍ରରେ ଅବ୍ୟବସ୍ଥା ଠାବ କଲା AI

କଟକ: ମାଟ୍ରିକ ପରୀକ୍ଷା ସମୟରେ ୫ଟି ଜିଲ୍ଲାର ବିଭିନ୍ନ ସ୍କୁଲରୁ ଅବ୍ୟବସ୍ଥା ସାମ୍ନାକୁ ଆସିଛି । ସେସବୁ ଅବ୍ୟବସ୍ଥା ଧରିଛି AI (କୃତ୍ରିମ ବୁଦ୍ଧିମତା) । AI ଚାଳିତ କ୍ୟାମେରା ମାଧ୍ୟମରେ ପରୀକ୍ଷାର ପ୍ରଥମ ଦିନରେ ୮ଟି କେନ୍ଦ୍ରରେ ଅବ୍ୟବସ୍ଥା ହୋଇଥିବା ଚିହ୍ନଟ କରାଯାଇଛି । ୮ଟି ସେଣ୍ଟର ମଧ୍ୟରୁ କଟକର ୪ଟି ସେଣ୍ଟରରେ ଏହି ବ୍ୟତିକ୍ରମ ଠାବ କରାଯାଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । କଟକ ବ୍ୟତୀତ କଳାହାଣ୍ଡି, ଢେଙ୍କାନାଳ, ପୁରୀ ଓ ନୟାଗଡ଼ ଜିଲ୍ଲାର ଆଉ ୪ଟି ପରୀକ୍ଷା କେନ୍ଦ୍ରରେ ଅବ୍ୟବସ୍ଥା ହୋଇଥିବା AI ଠାବ କରିଛି ।

୪ ଜିଲ୍ଲାର ଗୋଟିଏ ଲେଖାଏଁ ସେଣ୍ଟରରେ ଅବ୍ୟବସ୍ଥା ଚିହ୍ନଟ କରାଯାଇଛି । ପରୀକ୍ଷା କେନ୍ଦ୍ରରେ ଏହି ଅବ୍ୟବସ୍ଥା ନେଇ ଶିକ୍ଷା ବିଭାଗ, ଓ ପୋଲିସକୁ ଅବଗତ କରିଛି ବୋର୍ଡ । ଏଥିସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ବୋର୍ଡ ପକ୍ଷରୁ ସୁପାରିସ କରାଯାଇଛି । ଦୁଇ ଇନଭିଜିଲେଟରଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ ହୋଇଛି । ନରସିଂପୁର ଏ.ନ ହାଇସ୍କୁଲ ସେଣ୍ଟର ଦୁଇ ଇନଭିଜିଲେଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଥିବା ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ବୋର୍ଡ ସୂଚନା ଦେଇଛି ।

ଏହା ମଧ୍ୟ ପଢନ୍ତୁ: ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା, ପ୍ରଥମ ଦିନରୁ AI ଧରିଲା ତୃଟି

AI ପାଇଁ ଧାର୍ଯ୍ୟ ହୋଇଛି ୮ଟି ପାରାମିଟର । ଏହି ପରାମିଟର ଯଦି କୌଣସି କେନ୍ଦ୍ରରେ ଉଲ୍ଲଘଂନ ହୁଏ ତେବେ ବୋର୍ଡ ଜାଣିପାରିବ । ଯେପରିକି, ପରୀକ୍ଷା କେନ୍ଦ୍ରଗୁଡିକର ଫାଟକ ଉଭୟ ପ୍ରବେଶ ଏବଂ ପ୍ରସ୍ଥାନ ସ୍ଥାନରେ ବାରମ୍ବାର ଚଳପ୍ରଚଳ ହେଲେ AI ଠାବ କରିବ । ପରୀକ୍ଷା କେନ୍ଦ୍ର ଭିତରେ ଡେସ୍କ ଓ ବେଞ୍ଚ ବ୍ୟବସ୍ଥିତ ନଥିଲେ କିମ୍ବା କେନ୍ଦ୍ରରେ ଲାଗିଥିବା ସିସିଟିଭି ଟାମ୍ପର ଓ ଅଫଲାଇନ ହେଲେ ଧରିବ AI । ଯଦି ଇନଭିଜିଲେଟର ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ପରୀକ୍ଷା ହଲରେ ନ ବୁଲନ୍ତି, ଅର୍ଥାତ ଗୋଟିଏ ସ୍ଥାନରେ ବସି ରୁହନ୍ତି ତାହାହେଲେ AI ମାଧ୍ୟମରେ ଏହା ଜଣାପଡିଯିବ ।

ପ୍ରଶ୍ନପତ୍ର ଖୋଲିବା ସମୟରେ ରୁମରେ ଧାର୍ଯ୍ୟ ଲୋକଙ୍କ ଠାରୁ ଅଧିକ ଲୋକ ରହିଲେ ଧରିବ AI । ପରୀକ୍ଷା ହଲ ଭିତରେ ବିଶୃଙ୍ଖଳା ହେଲେ ଅର୍ଥାତ ଗଣ୍ଡଗୋଳ, ଭିଡ଼ ଆଦି ହେଲେ AI ଜରିଆରେ ଜଣାପଡିବ । ପରୀକ୍ଷା କେନ୍ଦ୍ରରେ ଅନଧିକାର ପ୍ରବେଶକାରୀଙ୍କୁ ମଧ୍ୟ ଧରିବ AI । ଦୀର୍ଘ ସମୟ ଧରି ସିସିଟିଭି ଅକାମି ରହିଲେ AI ଠାବ କରିବ । ଏଥିପାଇଁ ସାଇରନ ବାଜିବ ଯାହାକି ବୋର୍ଡ କର୍ତ୍ତୃପକ୍ଷ ବୋର୍ଡ କାର୍ଯ୍ୟାଳୟରେ ବସି ସୂଚନା ପାଇବେ । AI ବ୍ୟତିକ୍ରମକୁ ଚିହ୍ନଟ କରି କଣ୍ଟ୍ରୋଲ ରୁମକୁ ଆଲର୍ଟ ଦେବ ।

ଇଟିଭି ଭାରତ, କଟକ

Last Updated : Feb 22, 2024, 10:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.