ETV Bharat / state

ଉତ୍କଳ ଦିବସରେ ଗୋପବନ୍ଧୁଙ୍କ ଜନ୍ମପୀଠରେ ପାଣ୍ଡିଆନ, ସଞ୍ଜୟ ଦାସବର୍ମା ବି ଉପସ୍ଥିତ - Pandian Visits Suando

author img

By ETV Bharat Odisha Team

Published : Apr 1, 2024, 10:49 PM IST

Pandian Visits Suando: ଗୋପବନ୍ଧୁଙ୍କ ଏନ୍ତୁଡ଼ିଶାଳ ସୁଆଣ୍ଡୋ ଗ୍ରାମ ପରିଦର୍ଶନ କଲେ ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ । ପବିତ୍ର ଉତ୍କଳ ଦିବସ ଅବସରରେ ଗୋପବନ୍ଧୁଙ୍କ ଉଦ୍ଦେଶ୍ୟରେ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଅଧିକ ପଢନ୍ତୁ

Pandian Visits Suando
Pandian Visits Suando

ଭୁବନେଶ୍ବର: ପବିତ୍ର ଉତ୍କଳ ଦିବସ ଅବସରରେ ଗୋପବନ୍ଧୁଙ୍କ ଏନ୍ତୁଡ଼ିଶାଳ ସୁଆଣ୍ଡୋ ଗ୍ରାମ ପରିଦର୍ଶନ କରିଛନ୍ତି ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ।ଓଡ଼ିଆ ଜାତିର ପୂଣ୍ୟ ଓ ସମର୍ପଣର ପୀଠ ସତ୍ୟବାଦୀ ବ୍ଲକ ସୁଆଣ୍ଡୋରେ ପହଞ୍ଚି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଅର୍ପଣ କରିଛନ୍ତି । ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ମହାନ ଯୁଗ ପୁରୁଷଙ୍କ ଗୋପବନ୍ଧୁଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଗସ୍ତ ସମୟରେ ରାଜ୍ୟ ଯୋଜନା ବୋର୍ଡର ପୂର୍ବତନ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଉପସ୍ଥିତ ଥିଲେ ।

ଫାଇଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ କହିଛନ୍ତି, "ସେହି ମହାନ ଯୁଗ ପୁରୁଷମାନେ ଦଶନ୍ଧି ଦଶନ୍ଧି ଧରି ଓଡ଼ିଆ ଜାତିକୁ ପ୍ରେରଣା ଦେଉଛନ୍ତି ।" ସୁଆଣ୍ଡୋରୁ ଫେରିବା ବାଟରେ ପାଣ୍ଡିଆନ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଷଠିଘର ପରିଦର୍ଶନ କରିଛନ୍ତି । ଏହା ସହିତ ଗୋପବନ୍ଧୁଙ୍କ ସ୍ମୃତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଓଡ଼ିଶା ଗଠନର ସଂକଳ୍ପ ସହିତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ନବଜାଗରଣ ଉଦ୍ଦେଶ୍ୟରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଜନ୍ମ ଓ କର୍ମ ଭୂମି ସୁଆଣ୍ଡୋର ବିକାଶ ପାଇଁ ରାଜ୍ୟ ସରକାର ବହୁ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ।



ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଏ ଜାତି ପ୍ରତି ସମର୍ପଣ ଓ ଅସୀମ ତ୍ୟାଗକୁ ଆମର ଉତ୍ତର ପିଢ଼ି ପାଖରେ ପହଞ୍ଚାଇବାକୁ ପଡିବ । ଏଥିପାଇଁ ସୁଆଣ୍ଡୋ ଗ୍ରାମର ସାମଗ୍ରିକ ବିକାଶ, ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଷଠିଘରର ସଂରକ୍ଷଣ ଆଦିକୁ ଅତ୍ୟନ୍ତ ନିକ୍ଷୁଣ ଭାବରେ ପ୍ରତିପାଦିତ କରାଯାଇଛି । ପାଣ୍ଡିଆନ ତାଙ୍କ ଗସ୍ତ ସମୟରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଅଣନାତି ଧୀରେନ୍ଦ୍ର ନାଥ ଦାସ ଓ ରବିନ୍ଦ୍ରନାଥ ଦାସଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି । ସୁଆଣ୍ଡୋ ଗ୍ରାମର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି । ସୁଆଣ୍ଡୋ ଗ୍ରାମରେ ପ୍ରଭୁ ଲୋକେଶ୍ୱରଙ୍କ ମନ୍ଦିର ବେଢ଼ାରେ ରୋଷଘର, ବଳପୁରରେ ପ୍ରଭୁ ବାବା ବାଲୁଙ୍କେଶ୍ୱର ପୀଠର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ୫ଟି ଅଧ୍ୟକ୍ଷଙ୍କୁ ଅନୁରୋଧ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...‘ପ୍ରତିଟି ଓଡ଼ିଆ ଆଜିର ଦିନକୁ ଉତ୍କଳର ସନ୍ତାନ ଭାବେ ଗର୍ବ କରେ’ - Pandian Pays Tribute To Gopabandhu



ସେହିପରି ଏହି ପୁଣ୍ୟ ତିଥିରେ ମହାନ ଯୁଗପୁରୁଷମାନଙ୍କ ପ୍ରତି ସଞ୍ଜୟ ଦାସବର୍ମା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହା ସହିତ ଆଜିର ଯୁବପୀଢି ସେହି ମହାନ ସମାଜ ସଂସ୍କାରକମାନଙ୍କ ପ୍ରଦର୍ଶିତ ମାର୍ଗରେ ପ୍ରେରିତ ହେବା ପାଇଁ ଆହ୍ୱାନ ଦେଇଛନ୍ତି ସଞ୍ଜୟ । ଏହି ଗସ୍ତ ସମୟରେ ସତ୍ୟବାଦୀ ପଞ୍ଚାୟତ ସମିତିର ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ଉପାଧ୍ୟକ୍ଷା ନିବେଦିତା ପାତ୍ର, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରେମାନନ୍ଦ ବେହେରା, ବରିଷ୍ଠ ନେତୃତ୍ୱ ପ୍ରମୋଦ ରାଉତରାୟ, ଦେବାଶିଷ ରାୟ, ସତ୍ୟବାଦୀ ଆତ୍ମା କମିଟିର ଅଧ୍ୟକ୍ଷ ମହମ୍ମଦ ଜିକିରିୟା, ବିଦ୍ୟାଧରପୁର ସରପଞ୍ଚ ଦୁଃଶାସନ ପ୍ରଧାନ, ସମିତି ସଭ୍ୟ ପ୍ରଫୁଲ୍ଲ ପ୍ରଧାନ ପ୍ରମୁଖ ଅଞ୍ଚଳବାସୀ ପାଣ୍ଡିଆନଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.