ETV Bharat / state

ଅସ୍ତରଙ୍ଗରେ କଙ୍ଗାରୁ କୋର୍ଟ, ୨୩ ଦଳିତ ପରିବାରଙ୍କୁ ନିର୍ଯାତନା ଅଭିଯୋଗ

author img

By ETV Bharat Odisha Team

Published : Feb 22, 2024, 7:00 AM IST

Kangaroo Court: ପୁରୀ ଜିଲ୍ଲା ଅସ୍ତରଙ୍ଗରେ କଙ୍ଗାରୁ କୋର୍ଟର ଶିକାର ହେଲେ ୨୩ ଦଳିତ ପରିବାର । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଜାତୀୟ ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁ ମହାସଂଘ । ଅଧିକ ପଢନ୍ତୁ

ଅସ୍ତରଙ୍ଗରେ କଙ୍ଗାରୁ କୋର୍ଟ, ୨୩ ଦଳିତ ପରିବାରଙ୍କୁ ନିର୍ଯାତନା ଅଭିଯୋଗ
ଅସ୍ତରଙ୍ଗରେ କଙ୍ଗାରୁ କୋର୍ଟ, ୨୩ ଦଳିତ ପରିବାରଙ୍କୁ ନିର୍ଯାତନା ଅଭିଯୋଗ
ଅସ୍ତରଙ୍ଗରେ କଙ୍ଗାରୁ କୋର୍ଟ, ୨୩ ଦଳିତ ପରିବାରଙ୍କୁ ନିର୍ଯାତନା ଅଭିଯୋଗ

ନିମାପଡା: ଦଳିତ ପରିବାରଙ୍କୁ ନିର୍ଯାତନା ଅଭିଯୋଗ । ପୁରୀ ଜିଲ୍ଲା ଅସ୍ତରଙ୍ଗରେ କଙ୍ଗାରୁ କୋର୍ଟର ଶିକାର ହେଲେ ୨୩ ଦଳିତ ପରିବାର । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଜାତୀୟ ଦଳିତ, ଆଦିବାସୀ ଓ ମାଇନୋରିଟି(ସଂଖ୍ୟାଲଘୁ) ମହାସଂଘ । ଏହା ମାଧ୍ୟମରେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି ଅସ୍ତରଙ୍ଗ ଅଳସାହି ପଞ୍ଚାୟତ ବାରଙ୍ଗ ଅଞ୍ଚଳର ୨୩ ଦଳିତ ପରିବାର । ଅଭିଯୋଗ ଅନୁଯାୟୀ, ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଦଳିତ ପରିବାର ମାନଙ୍କୁ ଚାଷ କରିବା ପାଇଁ ପ୍ରତି ପରିବାରକୁ ଏକ ଏକର ଜମି ଯୋଗାଇ ଦିଆଯାଇ ଥିବା ବେଳେ ଏହି ଚାଷ ଜମିରେରେ ଚାଷ କରି ଏମାନେ ସେମାନଙ୍କ ପରିବାର ଭରଣ ପୋଷଣ କରୁଥିଲେ । କିନ୍ତୁ କିଛି ଖଳ ପ୍ରକୃତିର ଲୋକ ମାନେ ଜୋର ଜବରଦସ୍ତ ଫସଲ କାଟି ନେଇଯାଉଛନ୍ତି । ଏଥିରେ ପ୍ରତିବାଦ କଲେ ମାଡ ମାରି ଲହୁଲୁହାଣ କରି ଦିଆଯାଉଛି । ଘରେ ପଶି ମହିଳାଙ୍କ ପ୍ରତି ଅସଦାଚରଣ କରାଯାଉଛି । ଏପରିକି ଘରୁ ସୁନା ଗହଣା ଲୁଟ ମଧ୍ୟ କରିଛନ୍ତି । ଏହା ବିରୋଧରେ ହାଇକୋର୍ଟର ଆଶ୍ରୟ ନେବାରୁ ଦୁର୍ବୃତ୍ତମାନେ ଜେସିବି ଆଣି ଜମିରୁ ୪୦ ଲକ୍ଷ ଟଙ୍କାର ମାଟି ତାଡି ନେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ... ବିତର୍କ କାର୍ଯ୍ୟକ୍ରମରେ ଜାତିଆଣ ଆକ୍ଷେପ ପ୍ରସଙ୍ଗ, ଦଳିତ ସଂଘର ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

ବାରମ୍ବାର ଏନେଇ ଅଭିଯୋଗ କଲେ ମଧ୍ୟ ପ୍ରଶାସନିକ ସ୍ତରରେ ଏମାନଙ୍କୁ କୌଣସି ସହାୟତା ମିଳିପାରୁନାହିଁ । ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅସ୍ତରଙ୍ଗ ପୋଲିସ ମଧ୍ୟ ଖାତିର କରୁନଥିବା ଅଭିଯୋଗ ଆଣିଛନ୍ତି ଏହି ଦଳିତ ଲୋକ ମାନେ । ପ୍ରଶାସନିକ ନିଷ୍କ୍ରିୟତା ଯୋଗୁ ଖଳ ପ୍ରକୃତି ଅତ୍ୟାଚାର ଦିନକୁ ଦିନ ବଢି ଚାଲିଛି ବୋଲି ଅଭିଯୋଗ କରିଛନ୍ତି ଏହି ଦଳିତ ଲୋକମାନେ । ଏହି ଦଳିତ ଲୋକ ମାନଙ୍କ ସପକ୍ଷରେ ରାଜ୍ୟ ଦଳିତ ସଂଘ ନେତୃତ୍ବ ମାନେ ବାହାରି ଏହି ଦଳିତ ଲୋକମାନଙ୍କୁ ସରକାର ତଦନ୍ତ କରି ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଦାବି ରଖିଛନ୍ତି ନଚେତ ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛି । ସେହିପରି ଏଭଳି ଅତ୍ୟାଚାର ପଛର ଦୋଷୀ ମାନଙ୍କୁ ଗିରଫ କରିବାକୁ ଦାବି କରିବା ସହ ସରକାର ଓ ଜିଲ୍ଲା ପ୍ରଶାସନ ଆମର ସମସ୍ୟା ସମାଧାନ ନ କଲେ ଭୋଟ ବର୍ଜନ କରିବୁ ବୋଲି ଧମକ ଦେଇଛନ୍ତି 23 ଦଳିତ ପରିବାର ।

ଇଟିଭି ଭାରତ, ନିମାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.