ETV Bharat / sports

ନୂଆ ଇନିଂସ ଆରମ୍ଭ ପୂର୍ବରୁ ସୋଏବ-ସାନିଆଙ୍କ ହୋଇଥିଲା ଛାଡପତ୍ର

author img

By ETV Bharat Odisha Team

Published : Jan 21, 2024, 2:25 PM IST

ସୋଏବ ମଲିକ-ସାନିଆ ମିର୍ଜାଙ୍କ ହେଲା ଛାଡପତ୍ର, ତୃତୀୟ ବିବାହ ପାଇଁ ଏକ୍ସ ସ୍ବାମୀଙ୍କୁ ଜଣାଇଲେ ଶୁଭେଚ୍ଛା
ସୋଏବ ମଲିକ-ସାନିଆ ମିର୍ଜାଙ୍କ ହେଲା ଛାଡପତ୍ର, ତୃତୀୟ ବିବାହ ପାଇଁ ଏକ୍ସ ସ୍ବାମୀଙ୍କୁ ଜଣାଇଲେ ଶୁଭେଚ୍ଛା

Sania Mirza-Shoaib Malik Divorce: ଟେନିସ୍ ଖେଳାଳି ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ସୋଏବ ମଲିକ ଛାଡପତ୍ର ହୋଇଛି । କିଛି ମାସ ପୂର୍ବରୁ ଉଭୟଙ୍କ ଛାଡପତ୍ର ହୋଇସାରିଛି । ମିର୍ଜା ପରିବାର ପକ୍ଷରୁ ଜାରି ବିବୃତ୍ତିରେ ଏହା ସ୍ପଷ୍ଟ କରିଛନ୍ତି । ଏଥିସହ ସାନିଆ ପୂର୍ବତନ ସ୍ବାମୀ ସୋଏବଙ୍କୁ ଜୀବନର ନୂଆ ଯାତ୍ରା ପାଇଁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଟେନିସ୍ ଖେଳାଳି ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ସୋଏବ ମଲିକଙ୍କ ଛାଡପତ୍ର ହୋଇସାରିଛି । କିଛି ମାସ ପୂର୍ବରୁ ଦୁହିଁଙ୍କ ବିବାହ ବିଚ୍ଛେଦ ହୋଇଛି । ସୋଏବଙ୍କ ତୃତୀୟ ବିବାହ ପରେ ମିର୍ଜା ପରିବାର ଏବଂ ସାନିଆଙ୍କ ଟିମ୍ ପକ୍ଷରୁ ବିବୃତ୍ତି ଜାରି କରି ଏହା ସ୍ପଷ୍ଟ କରାଯାଇଛି । ସାନିଆଙ୍କ ବାପା ଇମ୍ରାନ ମିର୍ଜା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଉଭୟଙ୍କ ବିବାହ ବିଚ୍ଛେଦ ନେଇ ନିଶ୍ଚିତ କରିଛନ୍ତି । ଏଥିସହ ସାନିଆ ନିଜର ପୂର୍ବତନ ସ୍ବାମୀ ସୋଏବଙ୍କୁ ଜୀବନର ନୂଆ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ପରିବାର ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ''ସାନିଆ ସର୍ବଦା ତାଙ୍କ ବ୍ୟକ୍ତିଗତ ଜୀବନକୁ ସର୍ବସାଧାରଣଙ୍କ ଠାରୁ ଦୂରେଇ ରଖିଛନ୍ତି । ତେବେ ଆଜି ସେମାନଙ୍କୁ କହିବାର ଆବଶ୍ୟକତା ରହିଛି ଯେ, ସୋଏବ ଏବଂ ତାଙ୍କ ଛାଡପତ୍ର ହେବାର କିଛି ମାସ ବିତିଗଲାଣି । ସୋଏବଙ୍କୁ ତାଙ୍କର ନୂତନ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଉଛୁ । ତାଙ୍କ ଜୀବନର ଏହି ସମ୍ବେଦନଶୀଳ ଅବସ୍ଥାରେ, ଆମେ ସମସ୍ତ ପ୍ରଶଂସକ ଏବଂ ଶୁଭେଚ୍ଛୁମାନଙ୍କୁ ଅନୁରୋଧ କରିବାକୁ ଚାହିଁବୁ ଯେ କୌଣସି କଳ୍ପନା ଜଳ୍ପନାରୁ ଦୂରେଇ ରୁହନ୍ତୁ ଏବଂ ତାଙ୍କ ଗୋପନୀୟତାକୁ ସମ୍ମାନ ଦିଅନ୍ତୁ । ମିର୍ଜା ପରିବାର ଏବଂ ସାନିଆଙ୍କ ଟିମ ପକ୍ଷରୁ ଆପଣ ସମସ୍ତଙ୍କୁ ନିବେଦନ ।''

ସୂଚନା ଥାଉକି, ସାନିଆ ମିର୍ଜା ଏବଂ ସୋଏବ ମଲିକ ୨୦୧୦ ମସିହାରେ ବିବାହ କରିଥିଲେ । ସେମାନଙ୍କର ବୈବାହିକ ସମ୍ପର୍କ ପ୍ରାୟ ୧୪ ବର୍ଷ ଧରି ଚାଲିଥିଲା । ସେମାନେ କିଛି ସମୟ ପାଇଁ ଅଲଗା ରହୁଥିଲେ । ଫଳରେ ଉଭୟଙ୍କ ଛାଡପତ୍ରର କଳ୍ପନା ଜଳ୍ପନା ନେଇ ଚର୍ଚ୍ଚା ଲାଗି ରହିଥିଲା । ଏହାରି ମଧ୍ୟରେ ସୋଏବ ମଲିକଙ୍କ ବିବାହ ଖବର ସାମ୍ନାକୁ ଆସିଥିଲା । ସୋଏବ ମଲିକ ପାକିସ୍ତାନୀ ଅଭିନେତ୍ରୀ ସାନା ଜାଭେଦଙ୍କୁ ତୃତୀୟ ବିବାହ କରିଛନ୍ତି । ସାନିଆଙ୍କ ସୋଏବଙ୍କ ଦ୍ବିତୀୟ ସ୍ତ୍ରୀ ହୋଇଥିବା ବେଳେ ତାଙ୍କ ପୂର୍ବରୁ ଆୟସା ସିଦ୍ଧିଙ୍କୁ ବିବାହ କରିଥିଲେ ସୋଏବ ।

ଏହା ମଧ୍ୟ ପଢନ୍ତୁ: ହ୍ୟାଟ୍ରିକ୍ ମାରିଲେ ସୋଏବ; ସାନିଆଙ୍କ ସହ ଛାଡପତ୍ର ଗୁଜବ, ଧରିଲେ ଅଭିନେତ୍ରୀ ସାନାଙ୍କ ହାତ

ସୋଏବ-ସାନା (ଗତକାଲି)୨୦ ଜାନୁଆରୀ ୨୦୨୪ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ଆଜି(ଜାନୁଆରୀ ୨୧) ସାନିଆଙ୍କ ଟିମ ଏବଂ ପରିବାର ସୋଏବଙ୍କ ସହ ଛାଡପତ୍ରର ସୂଚନା ଦେଇଛନ୍ତି । କହିରଖୁଛୁ କି, ସାନିଆ ଏବଂ ସୋଏବଙ୍କର ଏକ ପୁଅ ଇଜହାନ ରହିଛନ୍ତି । ୨୦୧୮ରେ ସାନିଆ ଓ ସୋଏବ ପିତାମାତା ହୋଇଥିଲେ । ଇଜହାନ ବର୍ତ୍ତମାନ ୫ ବର୍ଷର ହୋଇଥିବା ବେଳେ ସେ ତାଙ୍କ ମାଆ ସାନିଆଙ୍କ ସହ ହିଁ ରହୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.