ETV Bharat / sports

ଲୁହରେ ଭିଜିଗଲା ବିଜୟ ଖୁସି, ମ୍ୟାଚ ଜିତିବା ପରେ ହୃଦଘାତରେ ଟଳି ପଡିଲେ ଯୁବ କ୍ରିକେଟର

author img

By ETV Bharat Odisha Team

Published : Feb 23, 2024, 12:21 PM IST

Cricketer Hoysala K Dies: ହୃଦଘାତରେ ଚାଲିଗଲେ କର୍ଣ୍ଣାଟକ କ୍ରିକେଟର । ମ୍ୟାଚ ସାରି ରାତ୍ରୀଭୋଜନ କରିବାକୁ ଯିବା ସମୟରେ ଟଳିପଡିଲେ 34 ବର୍ଷୀୟ ହୋଏସାଲା କେ । ଅଧିକ ପଢନ୍ତୁ

ହୋଏସାଲା କେ
Hoysala K

ବେଙ୍ଗାଲୁରୁ: ମ୍ୟାଚ ଖେଳିଲେ, ଧୂଆଁଧାର ପ୍ରଦର୍ଶନ କରି ବିଜୟୀ ମଧ୍ୟ ହେଲେ । ଖୁସି ହୋଇ ରାତ୍ରୀଭୋଜନ କରିବାକୁ ଯିବା ସମୟରେ ଟଳିପଡିଲେ । ହୃଦଘାତରେ କ୍ରିକେଟରଙ୍କ ଦେହାନ୍ତ । କର୍ଣ୍ଣାଟକରୁ ଆସିଛି ଏହି ଦୁଃଖଦ ଖବର । ମୃତ କ୍ରିକେଟର ହେଲେ 34 ବର୍ଷୀୟ ହୋଏସାଲା କେ । ହୃଦଘାତ ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ତେବେ ହୋଏସଲାଙ୍କ ମୃତ୍ୟୁକୁ ନେଇ କର୍ଣ୍ଣାଟକ କ୍ରିକେଟ ଜଗତରେ ଶୋକର ଛାୟା ଖେଳି ଯାଇଛି । ଆଜି କର୍ଣ୍ଣାଟକ କ୍ରିକେଟ ଜଗତ ପାଇଁ ଏକ ଦୁଃଖଦ ଦିନ । କର୍ଣ୍ଣାଟକ ନିଜର ପ୍ରତିଭାବାନ କ୍ରିକେଟରଙ୍କୁ ହରାଇଛି । ବେଙ୍ଗାଲୁରୁରେ ଏଜିସ୍ ସାଉଥ୍ ଜୋନ୍ ଟୁର୍ଣ୍ଣାମେଣ୍ଟ ସମୟରେ ଏହି ଘଟଣା ଘଟିଛି ।

ସୂଚନା ଅନୁସାରେ, ବେଙ୍ଗାଲୁରୁର ଆରଏସଏସ ଗ୍ରାଉଣ୍ଡରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା । ଗତକାଲି(ଗୁରୁବାର) ଆଇଜି ସାଉଥ ଜୋନ ଟୁର୍ଣ୍ଣାମେଣ୍ଟରେ ହୋଏସଲା ତାମିଲନାଡୁ ବିପକ୍ଷରେ ଏକ ମ୍ୟାଚ୍ ଖେଳିଥିଲେ । ତେବେ ମ୍ୟାଚ ଖେଳି ବିଜୟୀ ମଧ୍ୟ ହୋଇଥିଲେ । ଏହା ପରେ ସାଙ୍ଗମାନଙ୍କ ସହ ମିଶି ରାତ୍ରୀଭୋଜନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଭୋଜନ କରିବା ପୂର୍ବରୁ ହିଁ ହଠାତ ତଳେ ପଡି ଯାଇଥିଲେ । ତେବେ ସେଠାରେ ଉପସ୍ଥିତ ରହିଥିବା ଡାକ୍ତରୀ କର୍ମଚାରୀ ତାଙ୍କୁ ଜରୁରୀକାଳୀନ ଚିକିତ୍ସା କରିବାକୁ ଚେଷ୍ଟା କରିଥିଲେ । ତେବେ ଚିକିତ୍ସାର କୌଣସି ପ୍ରଭାବ ନପଡିବା କାରଣରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବେଙ୍ଗାଲୁରୁର ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ହିଁ ଆଖି ବୁଜି ଦେଇଥିଲେ କ୍ରିକେଟର ।

ଏହା ମଧ୍ୟ ପଢନ୍ତୁ: ଆଇସିୟୁରେ ଭର୍ତ୍ତି ହେଲେ କ୍ରିକେଟର ମୟଙ୍କ ଅଗ୍ରୱାଲ, ଏବେ ବିପଦମୁକ୍ତ

ଏହା ପରେ ତାଙ୍କ ପରିବାର ସଦସ୍ୟଙ୍କୁ ତୁରନ୍ତ ସୂଚନା ଦିଆଯାଇଥିଲା । ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ହିଁ ହୋଏସଲାଙ୍କ ମୃତ୍ୟୁ ହୋଇଥିବା ନେଇ ଡାକ୍ତରମାନେ ସ୍ପଷ୍ଟ କରିଛନ୍ତି । ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍ ତଥା ବୋଲର ହୋଏସଲା ଅଣ୍ଡର-25 ବର୍ଗରେ କର୍ଣ୍ଣାଟକ ଦଳକୁ ପ୍ରତିନିଧିତ୍ୱ କରିଥିଲେ । ସେ କର୍ଣ୍ଣାଟକ ପ୍ରିମିୟର ଲିଗ ମଧ୍ୟ ଖେଳିଛନ୍ତି । ତେବେ ହୋଏସଲାଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳ ସହିତ କର୍ଣ୍ଣାଟକ କ୍ରିକେଟର ଜଗତରେ ଶୋକର ଛାୟା ଖେଳିଯାଇଛି । ଦିନକୁ ଦିନ ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଯୁବବର୍ଗଙ୍କ ମଧ୍ୟରେ ହୃଦଘାତ ଏକ ପ୍ରକାର ଚିନ୍ତାର କାରଣ ସାଜିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.