ETV Bharat / sports

ବିଶ୍ବସ୍ତରୀୟ ହେବ ବାରବାଟୀ: 3ବର୍ଷରେ ସରିବ କାମ, 60 ହଜାରକୁ ବଢ଼ିବ ସିଟ୍‌ ସଂଖ୍ୟା

author img

By ETV Bharat Odisha Team

Published : Feb 21, 2024, 7:30 PM IST

Barabati Stadium Renovation: ଐତିହାସିକ ବାରବାଟୀ ଷ୍ଟାଡିୟମ ପାଇବ ନୂଆ ରୂପ । 3 ବର୍ଷ ମଧ୍ୟରେ ଏହି ଷ୍ଟାଡିୟମ ହେବ ବିଶ୍ବସ୍ତରୀୟ । ନବକଳେବର ପାଇଁ ଆସନ୍ତା 27ରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ

Barabati Stadium Renovation
Barabati Stadium Renovation
Barabati Stadium Renovation

କଟକ: ଐତିହାସିକ ବାରବାଟୀ ଷ୍ଟାଡିୟମର ହେବ ନବକଳେବର । ଓସିଏ ପ୍ରସ୍ତାବକୁ ଗ୍ରୀନ ସିଗ୍ନାଲ ଦେଇଛନ୍ତି ରାଜ୍ୟ ସରକାର । ଷ୍ଟାଡିୟମର ନୂଆ ଲୁକ୍‌ ପାଇଁ ଚଳିତ ମାସ 27 ତାରିଖରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଗମୀ 3 ବର୍ଷ ମଧ୍ୟରେ ଷ୍ଟାଡିୟମ ଏକ ନୂଆ ରୂପରେ ନଜର ଆସିବ । ଯେଉଁଥିରେ ସବୁ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିବା ସହ ସିଟ୍‌ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

ଓସିଏ ସମ୍ପାଦକ ଦେଇଥବା ସୂଚନା ଅନୁସାରେ ଭଙ୍ଗାଯିବ ସମସ୍ତ ଗ୍ୟାଲେରୀ । କଟକର କିଛି କୀର୍ତ୍ତିରାଜିକୁ ଛାଡିଲା ପରେ ଅନ୍ୟ ସମସ୍ତ ନିର୍ମାଣକୁ ଭାଙ୍ଗି ନୂତନ ଷ୍ଟାଡିୟମର ହେବ ଶୁଭାରମ୍ଭ । ଏନେଇ ଆଜି ସ୍ପଷ୍ଟ ହୋଇଛି । 5T ଅଧ୍ୟକ୍ଷ ଭିକେ ପଣ୍ଡିଆନ ଆଜି କଟକ ବାରବାଟୀ ଷ୍ଟାଡିୟମ ଗସ୍ତ କରି ଏହି ତମାମ ଦିଗ ଉପରେ ତର୍ଜମା କରିଛନ୍ତି । ଆଗମୀ 50 ବର୍ଷର ମଜଭୁତ କ୍ରିକେଟ ଭବିଷ୍ୟତକୁ ଆଖି ଆଗରେ ରଖି ବିସିସିଆଇ, ଓସିଏ ଏବଂ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହି ମେଗା ପ୍ରୋଜେକ୍ଟ କାର୍ଯ୍ୟ ଆରମ୍ଭ ହେବ । ନୂଆ ଗ୍ୟାଲେରୀ ନିର୍ମାଣ ହେବା ପରେ ବଢିବ ଦର୍ଶକଙ୍କ ସିଟ୍‌ ସଂଖ୍ୟା । ପୂର୍ବରୁ 42 ହଜାର ସିଟ୍‌ ରହିଥିଲା ବେଳେ ବର୍ତ୍ତମାନ ଏହା 60 ହଜାରକୁ ବୃଦ୍ଧି ପାଇବ । ବର୍ତ୍ତମାନ ଜମି ମାଲିକାନା ନେଇ ଯେଉଁ ବିବାଦ ରହିଛି, ତାହା ଆଗାମୀ ଦିନରେ ରାଜ୍ୟ ସରକାର ଅଲିମ୍ପିକ ସଙ୍ଘକୁ ହସ୍ତାନ୍ତର କରିବେ । ଏହାସହ ଷ୍ଟାଡିୟମରେ ଥିବା ଜିମ୍‌, ଖେଳାଳିମାନଙ୍କ ଡ୍ରେସିଂ ରୁମ୍‌ ଭଳି ଅନେକ ଦିଗ ନୂଆ ରୂପ ପାଇବ ।

ଏହା ମଧ୍ୟ ପଢ଼ନ୍ତୁ...ନୂଆ ରୂପ ପାଇବ ବାରବାଟୀ: ସମୀକ୍ଷା କଲେ 5ଟି ଅଧ୍ୟକ୍ଷ, 27ରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ଆଜି 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଷ୍ଟାଡିୟମ ବୁଲିବା ସହ ଓସିଏର ସମସ୍ତ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ପରେ ଏହି ନିଷ୍କର୍ସ ସମ୍ନାକୁ ଆସିଛି । ଅନ୍ୟପଟେ କ୍ରିକେଟ ଛଡା ଅନ୍ୟ କୌଣସି ଗେମ୍‌ ଷ୍ଟାଡିୟମରେ ଅନୁଷ୍ଠିତ ହେବ ନାହିଁ । 3 ବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଓଡିଶା କ୍ରୀଡ଼ା ଇତିହାସରେ ବାରବାଟୀ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିବ । ପୂର୍ବରୁ ଓଡିଶା କ୍ରିକେଟ ସଂଘର ବାର୍ଷିକ ସାଧାରଣ ପରିଷଦ ବୈଠକରେ 600 କୋଟି ବ୍ୟୟ ଅଟକଳରେ ଏହି ପ୍ରସ୍ତାବ ଗୃହୀତ ହୋଇଥିଲା । ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ ଓ ସମ୍ପାଦକ ସଞ୍ଜୟ ବେହେରା ସମସ୍ତ ସଦସ୍ୟଙ୍କ ଦାବିକୁ ରାଜ୍ୟ ସରକାରଙ୍କ ନିକଟରେ ଉତ୍ଥାପନ କରିଥିଲେ । ଏହାପରେ ଆଜି ପାଣ୍ଡିଆନଙ୍କ ଗସ୍ତ ପରେ ଷ୍ଟାଡିୟମ ନୂଆ ଲୁକ୍‌ ପାଇବା ପାଇଁ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବା ନେଇ ସ୍ପଷ୍ଟ କରିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.