ETV Bharat / politics

କେବେ ହେବ ନିର୍ବାଚନ ତାରିଖ ଘୋଷଣା ? ମତ ରଖିଲେ ରାଜନୀତି ସମୀକ୍ଷକ

author img

By ETV Bharat Odisha Team

Published : Feb 24, 2024, 8:44 PM IST

2024 General Election Date: କେବେ ନିର୍ବାଚନ ତାରିଖ ଘୋଷଣା ହେବ ନେଇ ଚର୍ଚ୍ଚା ହେଉଥିବା ବେଳେ ଏପଟେ ନିର୍ବାଚନ ଆୟୋଗ ଗୋଟିଏ ପରେ ଗୋଟିଏ ରାଜ୍ୟ ବୁଲି ପ୍ରସ୍ତୁତି ସମୀକ୍ଷା କରୁଛନ୍ତି । ଏ ନେଇ ମତ ରଖିଛନ୍ତି ରାଜନୀତି ସମୀକ୍ଷକ ରବି ଦାସ । ଅଧିକ ପଢନ୍ତୁ

2024 General election date
2024 General election date
କେବେ ହେବ ନିର୍ବାଚନ ତାରିଖ ଘୋଷଣା

ଭୁବନେଶ୍ବର: ମାର୍ଚ୍ଚ ଦ୍ଵିତୀୟ ସପ୍ତାହ ପରେ ଘୋଷଣା ହୋଇପାରେ ଲୋକସଭା ନିର୍ବାଚନ ତାରିଖ । ୨୦୨୪ ଲୋକସଭା ନର୍ବାଚନ ୭ରୁ ୮ ପର୍ଯ୍ୟାୟରେ ହୋଇପାରେ । ବର୍ତ୍ତମାନ ନିର୍ବାଚନ କମିଶନ ବିଭିନ୍ନ ରାଜ୍ୟ ବୁଲି ନିର୍ବାଚନ ସମୀକ୍ଷା କରୁଛନ୍ତି । ଏହି ପ୍ରକ୍ରିୟା ଶେଷ ହେବା ପରେ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ନିର୍ବାଚନ ଆୟୋଗ ସୂତ୍ରରୁ ଜଣାପଡ଼ିଛି । ନିର୍ବାଚନକୁ ନେଇ ଏଭଳି କିଛି ତଥ୍ୟ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ନିର୍ବାଚନ ଅୟୋଗଙ୍କ ଅଧିକାରୀ ବର୍ତ୍ତମାନ ତାମିଲନାଡୁ ଗସ୍ତରେ ଅଛନ୍ତି । ଏହା ପରେ ଉତ୍ତରପ୍ରଦେଶ ଓ ଜାମ୍ମୁ କାଶ୍ମୀର ଗସ୍ତ କରିବେ । ମାର୍ଚ୍ଚ ୧୩ ପୂର୍ବରୁ ଏହି ଗସ୍ତ ଶେଷ ହେବାର କାର୍ଯ୍ୟକ୍ରମ ରହିଛି । ନିର୍ବାଚନ ପ୍ରସ୍ତୁତିର ଆକଳନ ପାଇଁ ଆୟୋଗ ଗତ କିଛି ମାସ ହେବ ବିଭିନ୍ନ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ନିୟମିତ ବୈଠକ କରୁଛନ୍ତି । ସିଇଓମାନେ ଇଭିଏମର ଗତିବିଧି, ସୁରକ୍ଷା ବାହିନୀର ଆବଶ୍ୟକତା ଉପରେ ରିପୋର୍ଟ ଦେବା ସହ ସୀମା ସୁରକ୍ଷା ଉପରେ କଡା ନଜର ରଖିଛନ୍ତି । ସେହିପରି ନିର୍ବାଚନର ସୁରକ୍ଷା ଦୃଷ୍ଟିରୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର କରିବାକୁ ନିର୍ବାଚନ ଆୟୋଗ ଯୋଜନା ରଖିଥିବା କଥା କୁହାଯାଉଛି ।

ଏହା ବି ପଢନ୍ତୁ - ରାଜନୈତିକ ଦଳ ଓ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା କଲେ ECI

ଏ ନେଇ ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି, "ନିର୍ବାଚନ ତାରିଖ ଘୋଷଣା ଅଧିକାର ନିର୍ବାଚନ ଆୟୋଗଙ୍କୁ ସମ୍ବିଧାନରେ ଦିଆଯାଇଛି । କାର୍ଯ୍ୟକାଳ ପୁରିବାର ୬ ମାସ ପୂର୍ବରୁ ନିର୍ବାଚନ କମିଶନ ତାଙ୍କ କାର୍ଯ୍ୟ ଆରମ୍ଭ କରନ୍ତି । ଚଳିତ ଥର ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇସାରିଛି । ସବୁ ରାଜ୍ୟକୁ ଗୋଟି ଗୋଟି କରି ସେ ଯାଉଛନ୍ତି । ନିର୍ବାଚନର ପ୍ରାକ ପ୍ରସ୍ତୁତି ସରିଗଲେ ସେ ନିର୍ବାଚନ ତାରିଖ ଘୋଷଣା କରିବେ । ସେଥିପାଇଁ କେନ୍ଦ୍ର ସରକାରଙ୍କର ମଧ୍ୟ ସବୁଜ ସଙ୍କେତ ଦରକାର । ଯାହା ଜଣାପଡୁଛି ନିର୍ବାଚନ ଆୟୋଗଙ୍କ ସବୁ ରାଜ୍ୟକୁ ଗସ୍ତ ଶେଷ ହୋଇନାହିଁ । ଆଉ କିଛି ରାଜ୍ୟ ଗସ୍ତ ବାକି ରହିଛି ।"

ରାଜ୍ୟ ଗସ୍ତ ସମୟରେ ନିର୍ବାଚନ ଆୟୋଗ ବିଭିନ୍ନ ନିର୍ଦ୍ଦେଶ ମଧ୍ୟ ଦେଉଛନ୍ତି । ରାଜ୍ୟ ସରକାର, ରାଜ୍ୟ ପ୍ରଶାସନ, ପୋଲିସ ପ୍ରଶାସନ ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେଗୁଡିକ ଉପରେ ରାଜ୍ୟ ପଦକ୍ଷେପ ନେବା ଦରକାର । କଣ ପଦକ୍ଷେପ ନେଇଛନ୍ତି ତାହା ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ଆୟୋଗଙ୍କୁ ଜଣାଇବେ । ମେ ମାସ ସୁଦ୍ଧା ଲୋକସଭା ଓ ଓଡ଼ିଶା ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି । ମେ ମାସ ସୁଦ୍ଧା ନିର୍ବାଚନ ହେବା ସହ ଫଳାଫଳ ଘୋଷଣା ହୋଇଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.