ETV Bharat / politics

ଓଡିଆ ଅସ୍ମିତାକୁ ନେଇ ଲଢେଇ ହେବ,ଦୁର୍ନୀତି ଓ ଭ୍ରଷ୍ଟାଚାର ହେବ ପ୍ରମୁଖ ମୁଦ୍ଦା: ବିଜେପି - odisha BJP

author img

By ETV Bharat Odisha Team

Published : Apr 20, 2024, 9:13 PM IST

ODISHA BJP: ବିଜେପି ଓଡିଶାରେ ସରକାର କରିବ । ତେଣୁ ବଞ୍ଚିବା ପାଇଁ ବିଜେଡି ମେଣ୍ଟ କରିବାକୁ ଦିଲ୍ଲୀରେ ଯାଇଥିଲା । ଓଡିଆ ଅସ୍ମିତାକୁ ନେଇ ଲଢେଇ ହେବ ବୋଲି କହିଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲୋକ ମହାପାତ୍ର । ଅଧିକ ପଢନ୍ତୁ

ଓଡିଆ ଅସ୍ମିତାକୁ ନେଇ ଲଢେଇ ହେବ , ଦୁର୍ନୀତି ଓ ଭ୍ରାଷ୍ଟାଚାର ହେବ ପ୍ରମୁଖ ମୁଦ୍ଦା: ବିଜେପି
ଓଡିଆ ଅସ୍ମିତାକୁ ନେଇ ଲଢେଇ ହେବ , ଦୁର୍ନୀତି ଓ ଭ୍ରାଷ୍ଟାଚାର ହେବ ପ୍ରମୁଖ ମୁଦ୍ଦା: ବିଜେପି

ଓଡିଆ ଅସ୍ମିତାକୁ ନେଇ ଲଢେଇ ହେବ , ଦୁର୍ନୀତି ଓ ଭ୍ରାଷ୍ଟାଚାର ହେବ ପ୍ରମୁଖ ମୁଦ୍ଦା: ବିଜେପି

ଭୁବନେଶ୍ବର: ଓଡିଶାରେ ବିଜେଡି ଦୁର୍ବଳ । ସେମାନେ ସରକାରରୁ ଯାଉଛନ୍ତି ଏବଂ ବିଜେପି ଓଡିଶାରେ ସରକାର କରିବ । ତେଣୁ ବଞ୍ଚିବା ପାଇଁ ସେମାନେ ମେଣ୍ଟ କରିବାକୁ ଦିଲ୍ଲୀରେ ଯାଇ ପହଞ୍ଚିଥିଲେ । କିନ୍ତୁ ଓଡିଶାର ବିଜେପି ନେତାମାନେ କେନ୍ଦ୍ର ନିକଟରେ ଦାବି ରଖିଥିଲା ଯେ, ବିଜେପି ଓଡିଶାରେ ଏକା ସରକାର କରିବ । ଜାତୀୟ ଗଣମାଧ୍ୟମରେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହଙ୍କ ମନ୍ତବ୍ୟ ପରେ ରାଜ୍ୟ ବିଜେପି ଏଭଳି ପ୍ରତିକ୍ରିୟା ରଖିଛି ।

ବିଜେପି ଉପସଭାପତି ଗୋଲୋକ ମହାପାତ୍ର କହିଛନ୍ତି, ଓଡିଶାରେ ବିଜେଡି ଦୁର୍ବଳ । ସେମାନେ ସରକାରରୁ ଯାଉଛନ୍ତି ଏବଂ ବିଜେପି ଓଡିଶାରେ ସରକାର କରିବ । ତେଣୁ ବଞ୍ଚିବା ପାଇଁ ସେମାନେ ମେଣ୍ଟ କରିବାକୁ ଦିଲ୍ଲୀରେ ଯାଇ ପହଞ୍ଚିଥିଲେ । କିନ୍ତୁ ଓଡିଶାର ବିଜେପି ନେତା ମାନେ କେନ୍ଦ୍ର ନିକଟରେ ଦାବି ରଖିଥିଲା ଯେ, ବିଜେପି ଓଡିଶାରେ ଏକା ସରକାର କରିବ । ଓଡିଆ ଅସ୍ମିତାକୁ ନେଇ ବିଜେପି ଲଢେଇ କରିବ । ଦୁର୍ନୀତି ଓ ଭ୍ରଷ୍ଟାଚାର ହେବ ପ୍ରମୁଖ ମୁଦ୍ଦା । ଏ ସରକାର ଦୁର୍ନୀତି ଓ ଭ୍ରଷ୍ଟାଚାରରେ ବୁଡିଛି । ତେଣୁ ଓଡିଶା ବିଜେପିର କଥାକୁ କେନ୍ଦ୍ର ଗ୍ରହଣ କରି ଏକା ଲଢିବା ପାଇଁ କହିଲେ । କେନ୍ଦ୍ର ଗୃହମନ୍ତ୍ରୀ ମଧ୍ୟ ଏ କଥାକୁ ସ୍ପଷ୍ଟ ଭାବେ କହିଛନ୍ତି ।"

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଓଡିଆ ଅସ୍ମିତାକୁ ବିଜେଡି ସରକାର ପଦ ଦଳିତ କରିଛନ୍ତି । ଓଡିଆ ନାଁରେ ଅଣ ଓଡିଆ ଶାସନ କରୁଛନ୍ତି । ବିଦେଶରେ ଯାଇ ଦାଦନ ଖଟିବାକୁ ବାଧ୍ୟ ହେଉଛି ଓଡିଆ ଯୁବକ । ତେଣୁ ଓଡିଆ ଆଜି ବିପଦରେ, ଏ କଥାକୁ ବିଜେପିର କେନ୍ଦ୍ରୀୟ ନେତୃତ୍ଵ ଅନୁଭବ କରିଛନ୍ତି । ଓଡିଆ ଅସ୍ମିତା ଏବଂ ଓଡିଆତ୍ଵ, ଓଡିଆର ରକ୍ଷା ପାଇଁ ଲଢେଇ ଜୋରଦାର ହେବ ଏଥର ।

ସୂଚନା ଥାଉକି, ଗତକାଲି ଏକ ଜାତୀୟ ଗଣମାଧ୍ୟମରେ କହିଥିଲେ ଏଥର ଓଡ଼ିଶାରେ ନବୀନଙ୍କ ସହ ହେବ ସାମ୍ନାସାମ୍ନି ଲଢ଼େଇ । ଓଡ଼ିଶାରେ ଏକାକୀ ଲଢ଼ିବା ନେଇ ବିଜେପି ନିଷ୍ପତ୍ତିର କାରଣ ବି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । କହିଥିଲେ,"ଓଡ଼ିଆ ଭାଷା, ସଂସ୍କୃତି ଓ ଓଡ଼ିଶା ରାଜ୍ୟର ଗର୍ବ ପାଇଁ ଅଲଗା ଲଢ଼ିବାକୁ ନିଷ୍ପତ୍ତି ନେଲା ବିଜେପି । ଏହା ଆମ କାର୍ଯ୍ୟକର୍ତ୍ତାଙ୍କର ଦୃଢ଼ ମତ ଥିଲା ଏବଂ ମୁଁ ଭାବୁଛି ଓଡ଼ିଶା ଜନତାଙ୍କର ମଧ୍ୟ ଏହା ଦୃଢ଼ ମତ ଥିଲା । ସେହି ମତ ଆଧାରରେ ଆଗକୁ ବଢ଼ିଲୁ । ଏବେ ଆଉ ଦ୍ୱନ୍ଦ୍ୱ ନାହିଁ । ଏଥର ନବୀନଙ୍କ ସହ ସାମ୍ନାସାମ୍ନି ଲଢ଼େଇ ହେବ ।"

ଏହା ମଧ୍ୟ ପଢନ୍ତୁ......ବିଜେପି ବିଧାୟକ ପ୍ରାର୍ଥୀ ନାରାୟଣଙ୍କ ବିଶାଳ ବାଇକ ରାଲି, ଯୋଗଦେଲେ ଅନେକ ନେତାକର୍ମୀ - K Narayan Rao Holds Huge Bike Rally

ସେ ଆହୁରି କହିଛନ୍ତି ଯେ, ଆମେ ଓଡ଼ିଶା ଜନତାଙ୍କୁ ବିନମ୍ର ପ୍ରାର୍ଥନା କରୁଛୁ ମୋଦିଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ ପାଇଁ ସୁଯୋଗ ଦିଅନ୍ତୁ । ଯେଉଁଠି ମୋଦିଙ୍କ ନେତୃତ୍ୱର ବିଜୟ ହୋଇଛି, ସେଠି ବିକାଶର ଗତି ତ୍ୱରାନ୍ୱିତ ହୋଇଛି । ଓଡିଶା ବାସୀ ସୁଯୋଗ ଦିଅନ୍ତୁ ।

ଇଟିଭି ଭାରକ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.