ETV Bharat / politics

ଚିରଞ୍ଜୀବଙ୍କ ମନ୍ତବ୍ୟ ନେଇ ପ୍ରଶାନ୍ତଙ୍କ ପ୍ରତିକ୍ରିୟା, 'ଆମ ଭିତରେ କିଛି ଅସନ୍ତୋଷ ନାହିଁ' - Odisha Assembly Election

author img

By ETV Bharat Odisha Team

Published : Apr 23, 2024, 1:57 PM IST

Odisha Assembly Election 2024: ଟିକଟ ନେଇ ଚିରଞ୍ଜୀବ ବିଶ୍ବାଳଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲେ ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି । କହିଲେ, ଟିକଟ ପାଇଁ ଆମମାନଙ୍କ ମଧ୍ୟରେ କୌଣସି ଅସନ୍ତୋଷ ନାହିଁ । ଦଳର ସୁପ୍ରିମୋ ଯାହା ନିଷ୍ପତ୍ତି ନେଇଛନ୍ତି ତାକୁ ଆମେମାନେ ମାନି ନେଇଛୁ । ଅଧିକ ପଢନ୍ତୁ

ଚିରଞ୍ଜୀବଙ୍କ ମନ୍ତବ୍ୟ ନେଇ ପ୍ରଶାନ୍ତଙ୍କ ପ୍ରତିକ୍ରିୟା, 'ଆମ ଭିତରେ କିଛି ଅସନ୍ତୋଷ ନାହିଁ'

ଜଗତସିଂହପୁର: ନିକଟରେ କଂଗ୍ରେସ ଛାଡି ବିଜେଡିରେ ମିଶିଥିବା ଜଗତସିଂହପୁରର ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ବାଳଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ଏଥିରେ ସେ ବିଜେଡି ଟିକଟ ନମିଳିବା ନେଇ ଅସନ୍ତୋଷ ବ୍ୟକ୍ତ କରୁଥିବାର ଦେଖିବାକୁ ମିଳିଥିଲା । ଏହି ଭାଇରାଲ ଭିଡିଓ ଉପରେ ଏବେ ପ୍ରତିକ୍ରିୟା ରଖିଛନ୍ତି ଜଗତସିଂହପୁର ବିଧାୟକ ତଥା ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି । ଚିରଞ୍ଜୀବ ବିଶ୍ବାଳ ବିଜେଡିରେ ସାମିଲ ହେବା ପରେ ଦଳର ଶକ୍ତି ବଢିଛି ଏବଂ ଆମେ ଭିତରେ କୌଣସି ଅସନ୍ତୋଷ ନାହିଁ ବୋଲି କହିଛନ୍ତି ପ୍ରଶାନ୍ତ ।

ପ୍ରଶାନ୍ତ ମୁଦୁଲି ଏକ ଦଳୀୟ କାର୍ଯ୍ୟକ୍ରମରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ ଜଣେ ଦକ୍ଷ ସଂଗଠକ । ଜଗତସିଂହପୁର ଜିଲ୍ଲା କାହିଁକି ସମଗ୍ର ଓଡ଼ିଶାରେ ତାଙ୍କର ଲୋକପ୍ରିୟତା ରହିଛି । ସେ ବିଜେଡିରେ ମିଶିବା ପରେ ବିଜେଡିର ଶକ୍ତି ବୃଦ୍ଧି ପାଇଛି । ତାଙ୍କର ବାପା ସ୍ବର୍ଗତ ବସନ୍ତ କୁମାର ବିଶ୍ୱାଳ ଜଣେ ବିକାଶ ପୁରୁଷ ଥିଲେ । ତାଙ୍କ ପୁଅ ହିସାବରେ ଚିରଞ୍ଜୀବଙ୍କର ମଧ୍ୟ ଦକ୍ଷତା ରହିଛି । ଟିକଟ ପାଇଁ ଆମମାନଙ୍କ ମଧ୍ୟରେ କୌଣସି ଅସନ୍ତୋଷ ନାହିଁ । ଦଳର ସୁପ୍ରିମୋ ଯାହା ନିଷ୍ପତ୍ତି ନେଇଛନ୍ତି ତାକୁ ଆମେ ସମସ୍ତେ ମାନି ନେଇଛୁ ବୋଲି କହିଛନ୍ତି । ତେବେ ଭାଇରଲ ହେଉଥିବା ଭିଡିଓରେ ଚିରଞ୍ଜୀବ ବିଶ୍ୱାଳ ଟିକଟକୁ ନେଇ ଯେଉଁ ଅସନ୍ତୋଷ ବ୍ୟକ୍ତ କରିଥିଲେ, ସେହି ପ୍ରସଙ୍ଗକୁ ବିଧାୟକ ପ୍ରଶାନ୍ତ ମୁଦୁଲି ଏଡାଇ ଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ: ବିଜେଡି ଛାଡ଼ିଲେ ପୂର୍ବତନ ସମ୍ବଲପୁର ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ - Raseswari Panigrahi Quits BJD

ସୂଚନାଯୋଗ୍ୟ ଯେ, ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ବିଜେଡିର ଏକାଧିକ ଆଶାୟୀ ପ୍ରାର୍ଥୀ ରହିଥିଲେ । ଜଗତସିଂହପୁର ଜିଲ୍ଲାର ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି, ଶଙ୍ଖ ଭବନରେ ବିଜେଡିରେ ସାମିଲ ହେବା ପରେ ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ହେବା ପାଇଁ ଲବି କରୁଥିଲେ । ହେଲେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀ ଜଗତସିଂହପୁର ଆସନରୁ ପ୍ରଶାନ୍ତ ମୁଦୁଲିଙ୍କ ନାମ ଘୋଷଣା କରିଲେ । ଏଥିରେ ଚିରଞ୍ଜୀବଙ୍କ ସମେତ ଜଗତସିଂହପୁର ଓ ନାଉଗାଁ ଅଞ୍ଚଳର ବିଜେଡିରେ ସାମିଲ ହୋଇଥିବା କଂଗ୍ରେସ କର୍ମୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଟିକଟ ନମିଳିବାରୁ ଅସନ୍ତୁଷ୍ଟ ଚିରଞ୍ଜୀବ ବିଶ୍ୱାଳ ! ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡିଓ - Chiranjib Biswal

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.