ETV Bharat / politics

3 ରାଜ୍ୟରେ 16 ଲୋକସଭା ପ୍ରାର୍ଥୀ ଦେଲା କଂଗ୍ରେସ; ମଣ୍ଡିରୁ ବିକ୍ରମାଦିତ୍ୟ, ଚଣ୍ଡିଗଡରୁ ମନୀଷ ତିଓ୍ବାରୀ - Congress candidates list

author img

By ETV Bharat Odisha Team

Published : Apr 13, 2024, 11:03 PM IST

Congress releases 16 candidates list for ls poll: 3 ରାଜ୍ୟରେ 16 ଲୋକସଭା ପ୍ରାର୍ଥୀ ଦେଲା କଂଗ୍ରେସ । ହିମାଚଳରେ କଙ୍ଗନାଙ୍କ ସହ ଲଢିବେ ବିକ୍ରମାଦିତ୍ୟ ସିଂ । ଅଧିକ ପଢନ୍ତୁ

3 ରାଜ୍ୟରେ 16 ଲୋକସଭା ପ୍ରାର୍ଥୀ ଦେଲା କଂଗ୍ରେସ, ମଣ୍ଡିରୁ ବିକ୍ରମାଦିତ୍ୟ, ଚଣ୍ଡିଗଡରୁ ମନୀଷ ତିଓ୍ବାରୀ
3 ରାଜ୍ୟରେ 16 ଲୋକସଭା ପ୍ରାର୍ଥୀ ଦେଲା କଂଗ୍ରେସ, ମଣ୍ଡିରୁ ବିକ୍ରମାଦିତ୍ୟ, ଚଣ୍ଡିଗଡରୁ ମନୀଷ ତିଓ୍ବାରୀ

ହାଇଦ୍ରାବାଦ: 3 ରାଜ୍ୟରେ 16 ଲୋକସଭା ପ୍ରାର୍ଥୀ ଦେଲା କଂଗ୍ରେସ । ଗୁଜୁରାଟ, ଓଡିଶା, ହିମାଚଳ ପ୍ରଦେଶ ଓ ଚଣ୍ଡିଗଡ ଆସନରେ ପ୍ରାର୍ଥୀ ଦେଇଛି ଦଳ । ହିମାଚଳ ପ୍ରଦେଶ ମଣ୍ଡି ଆସନରେ ରାଜ୍ୟ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂଙ୍କୁ ଲୋକସଭା ନିର୍ବାଚନ ଲଢାଇଛି ଦଳ । ବିକ୍ରମାଦିତ୍ୟ ବିଜେପି ପ୍ରାର୍ଥୀ ତଥା କଙ୍ଗନା ରଣାଓ୍ବାତଙ୍କ ବିରୋଧରେ ନିର୍ବାଚନ ଲଢିବେ । ସେହିପରି ଚଣ୍ଡିଗଡ ଆସନରୁ ଦଳର ବରିଷ୍ଠ ନେତା ମନୀଷ ତିଓ୍ବାରୀଙ୍କୁ ଟିକେଟ ମିଳିଛି । ମନୀଷ ବିଜେପି ଯୋଗାଯୋଗରେ ଥିବା ଓ କୌଣସି ସମୟରେ ଦଳ ଛାଡିବା ନେଇ ଚର୍ଚ୍ଚା ହେଉଥିଲା । ଆଜି ପ୍ରାର୍ଥୀ ତାଲିକାରେ ତାଙ୍କ ନାମ ପ୍ରକାଶ କରିଛି ଦଳ ।

ଆଜି ପର୍ଯ୍ୟାୟରେ ଦଳ ଗୁଜୁରାଟରୁ 4, ଓଡିଶାରୁ ସର୍ବାଧିକ 9, ହିମାଚଳ ପ୍ରଦେଶରେ 2ଟି ଆସନ ସହ କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡରେ ପ୍ରାର୍ଥୀ ଘୋଷଣା କରିଛି । ଭାରତୀୟ ଜନତା ପାର୍ଟି ମଣ୍ଡି ଆସନରେ ଚର୍ଚ୍ଚିତ ତଥା ବିବାଦୀୟ ଅଭିନେତ୍ରୀ କଙ୍କନା ରଣାଓ୍ବାତଙ୍କୁ ପ୍ରାର୍ଥୀ କରି ନିର୍ବାଚନ ପ୍ରବେଶ ସୁଯୋଗ ଦେଇଛି । ଏହି ଆସନରେ ଏବେ ବିକ୍ରମାଦିତ୍ୟଙ୍କ ମା ପ୍ରତିଭା ସିଂ ସାଂସଦ ରହିଛନ୍ତି । ଚଳିତଥର ସେ ହିଁ ବିଜେପି ପ୍ରାର୍ଥୀ କଙ୍ଗନାଙ୍କ ବିରୋଧରେ କଂଗ୍ରେସ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଥିଲା । ଦଳ ନିଷ୍ପତ୍ତି ନେଲେ ସେ ମଧ୍ୟ ଲଢିପାରନ୍ତି । ହେଲେ ସୁଖବିନ୍ଦର ସିଂ ସୁଖୁ ସରକାରରେ ଏବେ ମନ୍ତ୍ରୀ ଥିବା ବିକ୍ରମାଦିତ୍ୟଙ୍କୁ ଦଳ ସାଂସଦ ଆସନରେ ଲଢାଇବାକୁ ନିଷ୍ପତ୍ତି ନେଇଛି । ନବାଗତ କଙ୍ଗନାଙ୍କ ସହ ଯୁବନେତା ବିକ୍ରମାଦିତ୍ୟଙ୍କ ଲଢେଇ ହେବ । ଚଣ୍ଡିଗଡ ଆସନରେ ବିଜେପି ଏଥର ଚଳିତ ସାଂସଦ କିରଣ ଖେରଙ୍କୁ ଟିକେଟ ଦେଇନି ।

ଏହା ମଧ୍ୟ ପଢନ୍ତୁ :- ରାଜ୍ୟରେ 9 ଲୋକସଭା ପ୍ରାର୍ଥୀ ଦେଲା କଂଗ୍ରେସ: ଭୁବନେଶ୍ବରରୁ ୟାସିର ନଓ୍ବାଜ, ବାଲେଶ୍ବରରୁ ଶ୍ରୀକାନ୍ତ - Congress announces candidates

ଓଡିଶାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଦଳକୁ ନିକଟରେ ଫେରିଥିବା ଶ୍ରୀକାନ୍ତ ଜେନାଙ୍କୁ ଉତ୍ତର ଓଡିଶାର ଗୁରୁତ୍ବପୂର୍ଣ୍ଣ ବାଲେଶ୍ବର ଆସନରୁ ପ୍ରାର୍ଥୀ କରିଛି । ଭୁବନେଶ୍ବର ସଂସଦୀୟ କ୍ଷେତ୍ରରୁ ରାଜ୍ୟ ଯୁବ କଂଗ୍ରେସ ସଭାପତି ୟାସିର ନଓ୍ବାଜ ପ୍ରାର୍ଥୀ ହୋଇଛନ୍ତି । ଆଜି ଘୋଷଣାକୁ ମିଶାଇ ଓଡିଶାରେ ସଂସଦୀୟ ପ୍ରାର୍ଥୀ ସଂଖ୍ୟା 17ରେ ପହଞ୍ଚିଛି । ଟିକେଟ ବଣ୍ଟନ କ୍ଷେତ୍ରରେ ସାମାନ୍ୟ ପଛରେ ରହିଛି କଂଗ୍ରେସ । ଏକାଧିକ ରାଜ୍ୟରେ ଇଣ୍ଡିଆ ସହଯୋଗୀ ଦଳଙ୍କ ମଧ୍ୟରେ ଆସନ ବୁଝାମଣା ଜାରି ରହିଥିବାରୁ ପ୍ରକ୍ରିୟା ସାମାନ୍ୟ ବିଳମ୍ବ ମଧ୍ୟ ହେଉଥିବା ପରି ଦୃଶ୍ୟମାନ ହେଉଛି । ଦଳ ନିର୍ବାଚନ ଇସ୍ତାହାର ଘୋଷଣା କରିବା ବିଭିନ୍ନ ରାଜ୍ୟରେ ପ୍ରଚାର ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.