ETV Bharat / politics

ଆସନ୍ତା ୭ରେ ସୁନ୍ଦରଗଡରେ ହେବ ଭାରତ ଯୋଡ଼ ନ୍ୟାୟ ଯାତ୍ରା

author img

By ETV Bharat Odisha Team

Published : Feb 3, 2024, 10:27 PM IST

Rahul Gandhi likely to enter Odisha on Feb 6 : ଆସନ୍ତା ଫେବୃଆରୀ ୬ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାଉରକେଲା, ବୀରମିତ୍ରପୁର, ରାଜଗାଙ୍ଗପୁର, କୁତ୍ରା, ସୁନ୍ଦରଗଡ଼ରେ ପଦଯାତ୍ରା ସହ ସାଧାରଣ ସଭାରେ କରିବେ ସମ୍ବୋଧନ । ଅଧିକ ପଢନ୍ତୁ

ଆସନ୍ତା ୭ ରେ ସୁନ୍ଦରଗଡ଼ ଜିଲ୍ଲାରେ ହେବ ଭାରତ ଯୋଡ଼ ନ୍ୟାୟ ଯାତ୍ରା
ଆସନ୍ତା ୭ ରେ ସୁନ୍ଦରଗଡ଼ ଜିଲ୍ଲାରେ ହେବ ଭାରତ ଯୋଡ଼ ନ୍ୟାୟ ଯାତ୍ରା

ଆସନ୍ତା ୭ ରେ ସୁନ୍ଦରଗଡ଼ ଜିଲ୍ଲାରେ ହେବ ଭାରତ ଯୋଡ଼ ନ୍ୟାୟ ଯାତ୍ରା

ରାଉରକେଲା : ଆସନ୍ତା ଫେବୃଆରୀ ୬ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ଓଡ଼ିଶାରେ ପହଞ୍ଚିବେ ରାହୁଲ ଗାନ୍ଧୀ । ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭାରତ ଯୋଡ ନ୍ୟାୟ ଯାତ୍ରା କରି ଜନସାଧାରଣଙ୍କୁ ସମ୍ବୋଧିତ କରିବେ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ତେବେ ରାହୁଲଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ହୋଇପଡ଼ିଛି କଂଗ୍ରେସ ଶିବିର ।

ଝାଡ଼ଖଣ୍ଡରେ ଏକ ସାଧାରଣ ସଭାରେ ୬ ତାରିଖରେ ଯୋଗ ଦେବା ପରେ ରାହୁଲ ସଡ଼କ ପଥରେ ଆସି ସନ୍ଧ୍ୟାରେ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁରରେ ପହଞ୍ଚିବେ ଏବଂ ସେଠାରେ ରାତ୍ରି ଯାପନ କରିବେ । ଏହା ପରେ ୭ ତାରିଖ ଦିନ ସକାଳ ୯ଟା ସମୟରେ ରାଉରକେଲାର ପାନପୋଷ ସ୍ଥିତ ଗାନ୍ଧୀ ଛକରେ ପହଞ୍ଚିବେ ଏବଂ ଲୋକଙ୍କୁ ସମ୍ବୋଧନ କରିବେ। ସେଠାରୁ ଏକ ପଦଯାତ୍ରାରେ ବାହାରି ପାନପୋଷ ସ୍ଥିତ ଗାନ୍ଧି ଛକରୁ ନେଇ ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ଆଡକୁ ଯାତ୍ରା କରିବେ । ତେବେ ରାଉରକେଲା ଆସି ସେ କର୍ମୀ ଏବଂ ସାଧାରଣ ଲୋକଙ୍କୁ ସମ୍ବୋଧିତ କରିବେ । ରାଜଗାଙ୍ଗପୁର ଠାରେ ପହଞ୍ଚି ଲୋକଙ୍କୁ ସମ୍ବୋଧିତ କରି ପଦଯାତ୍ରା କରି ସୁନ୍ଦରଗଡ଼ ଅଭିମୁଖେ ବାହାରି ଯିବେ । ସୁନ୍ଦରଗଡ଼ରେ ଏକ ସାଧାରଣ ସଭାରେ ସେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଏହା ମଧ୍ୟ ପଢନ୍ତୁ ... ନ୍ୟାୟ ଯାତ୍ରାରେ ପୁଣି ବର୍ଷିଲେ ରାହୁଲ, କହିଲେ ଆଦାନୀଙ୍କୁ ଛାଡି ସମସ୍ତଙ୍କ ସହିତ ଅନ୍ୟାୟ କରୁଛି ବିଜେପି

ଫେବୃଆରୀ 8 ତାରିଖରେ ଝାରସୁଗୁଡ଼ାରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା କରିବେ ରାହୁଲ ଗାନ୍ଧି । 8 ତାରିଖରେ ବ୍ରଜରାଜନଗର, ବେଲପାହାଡ଼ ଶେଷରେ କନକତରାରୁ ଛତିଶଗଡ଼ ଯିବେ ରାହୁଲ । 8 ତାରିଖ ସକାଳୁ ଝାରସୁଗୁଡ଼ା ସହରରୁ ଲଖନପୁର ଦେଇ ଛତିଶଗଡ଼ ବାହାରିବ ଭାରତ ଯୋଡ ନ୍ୟାୟ ଯାତ୍ରା । ସ୍ଥାନେ ସ୍ଥାନେ ଲୋକଙ୍କୁ ଭେଟି ପୁନଃ କଂଗ୍ରେସ ଦଳରେ ଯୋଗ ଦେଇ ଦେଶରେ ଶାନ୍ତି ମୈତ୍ରୀ ସ୍ଥାପନ କରିବା ପାଇଁ ପ୍ରବର୍ତ୍ତାଇବେ ରାହୁଲ । ରାଜ୍ୟରେ ପ୍ରାୟ 200 କିଲୋମିଟର ରୋଡ୍‌ ଶୋ କରିବେ ରାହୁଲ ଗାନ୍ଧୀ । ରାଜ୍ୟ ସଭାପତି ଶରତ ପଟ୍ଟନାୟକ ଓ ପିସିସି ରାଜ୍ୟ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକଙ୍କ ସମେତ ଅନ୍ୟ ବରିଷ୍ଠ ନେତା ଓ କର୍ମୀ ରାଉରକେଲା ଆସି ପହଞ୍ଚିଛନ୍ତି । ଜିଲ୍ଲା କଂଗ୍ରେସ କର୍ମୀଙ୍କ ସହ ବୈଠକ କରି ରାହୁଲ ଗାନ୍ଧିଙ୍କ ଗସ୍ତକୁ କିପରି ସଫଳ କରାଯିବ ସେ ନେଇ ଆଲୋଚନା କରାଯାଇଛି ।

ଏହି ଅବସରରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ ଦେଶରେ ବର୍ତ୍ତମାନ ଏକଛତ୍ରବାଦୀ ଶାସନ ଚାଲିଛି । ବିଜେପି ଗତ ୧୦ ବର୍ଷ ଧରି ଲୋକ ବିଭିନ୍ନ ସ୍ବପ୍ନ ଦେଖାଇ ଭୁଆଁ ବୁଲାଇଛି । ରାଜ୍ୟରେ ନବୀନ ପଟ୍ଟନାୟକ ଶାସନରେ ଦୀର୍ଘଦିନ ରହି ମଧ୍ୟ ଓଡିଶା ପାଇଁ କିଛି କରିନାହାଁନ୍ତି । ସେହିପରି ରାଜ୍ୟରେ ଉଭୟ ବିଜେପି ଓ ବିଜେଡି ମଧ୍ୟରେ ଭିତିରିଆ ବୁଝାମଣା ହୋଇଛି । ଆଗାମୀ ନିର୍ବାଚନରେ କଂଗ୍ରେସ ବହୁମତରେ ବିଜୟୀ ହେବ । ରାହୁଲ ଗାନ୍ଧୀଙ୍କ ଏହି ପଦଯାତ୍ରା ଏଥର ନିର୍ବାଚନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ଏବଂ କଂଗ୍ରେସକୁ ଏହାର ଲାଭ ହେବା ସହ ଲୋକଙ୍କ ଉପରେ ପ୍ରଭାବ ପକାଇବ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.