ETV Bharat / politics

ପୁରୁଣା କାମରେ ନୂଆ ଫଳକ ଲଗାଇ ଆମ ଓଡ଼ିଶା ନବୀନ ଓଡ଼ିଶାର ପ୍ରଚାର: କଂଗ୍ରେସ

author img

By ETV Bharat Odisha Team

Published : Mar 2, 2024, 8:20 PM IST

Congress Lashed out at BJD: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ । ଦଳର ଅଭିଯୋଗ ପୁରୁଣା କାମରେ ନୂଆ ଫଳକ ଲଗାଇ ଆମ ଓଡ଼ିଶା ନବୀନ ଓଡ଼ିଶାର ପ୍ରଚାର କରୁଛି ବିଜେଡି । ଅଧିକ ପଢନ୍ତୁ

Odisha Congress
Odisha Congress

ପୁରୁଣା କାମରେ ନୂଆ ଫଳକ ଲଗାଇ ଆମ ଓଡ଼ିଶା ନବୀନ ଓଡ଼ିଶାର ପ୍ରଚାର

ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । ରାଜ୍ୟ ସରକାର ପୁରୁଣା କାମରେ ନୂଆ ଫଳକ ଲଗାଇ ଆମ ଓଡ଼ିଶା ନବୀନ ଓଡ଼ିଶାର ପ୍ରଚାର କରୁଥିବା ଅଭିଯୋଗ କରିଛି ଦଳ । କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମିଳନୀରେ ସରକାରଙ୍କୁ ଏପରି ଟାର୍ଗେଟ କରିଛନ୍ତି ସୁଦର୍ଶନ ଦାସ । ଏବେ ବି ରାଜ୍ୟରେ ପିସି କାରବାର ଚାଲିଥିବା ମଧ୍ୟ କଂଗ୍ରେସ ଅଭିଯୋଗ କରିଛି ।

ଏହା ବି ପଢନ୍ତୁ-ଦୃଢ ସ୍ଥିତିରେ ବିଜେଡି; ୧୭ ଲୋକସଭା ଓ ୧୨୦ରୁ ଊର୍ଦ୍ଧ୍ବ ବିଧାନସଭା ଆସନ ଜିତିବୁ କହିଲେ ସସ୍ମିତ

ଏନେଇ ସାମ୍ବାଦିକ ସମ୍ମିଳନୀରେ ସୁଦର୍ଶନ କହିଛନ୍ତି, " କଂଗ୍ରେସ ଫଟୋ ଦେଖାଇ ଜଳେଶ୍ବର ନାମ୍ପୋ ପଞ୍ଚାୟତରେ ଏକ ମନ୍ଦିରରେ ୬ ଲକ୍ଷ ୫୦ ହଜାର ଟଙ୍କା ଫଳକ ମରାଯାଇଥିବା ହିଁ ଏହି ମନ୍ଦିର ଆଗରୁ ନିର୍ମାଣ ହୋଇଛି । ନବୀନ ପାଣ୍ଡିଆନ ସରକାରରେ ୩୦ ପ୍ରତିଶତ ପିସି କାରବାର ହେଉଛି । ପଞ୍ଚାୟତଠାରୁ ଲୋକସେବା ଭବନ ପର୍ଯ୍ୟନ୍ତ ସବୁ କାମରେ ୨୦ରୁ ୪୦ ପ୍ରତିଶତ ପିସି ନିଆଯାଉଛି । ୨୦୧୭ ଜୁନରେ ମୁଖ୍ୟମନ୍ତ୍ରୀ ପିସି ହେବ ନାହିଁ ବୋଲି କହିଥିଲେ, କିନ୍ତୁ ଏବେ ବି ରାଜ୍ୟରେ ପିସି କାରବାର ଚାଲିଛି । ୩୭୯୦ କୋଟି ଟଙ୍କା ଆମ ଓଡିଶା ନବୀନ ଓଡିଶାରେ ଖର୍ଚ୍ଚ କରାଯାଉଛି । ଏଥିରୁ ପ୍ରାୟ ୧୦୧୯ କୋଟି ଟଙ୍କା ପିସି କାରବାର ହେଉଛି । ନିର୍ବାଚନ ଜିତିବା ପାଇଁ ଏହି ଟଙ୍କା ହରିଲୁଟ ହେଉଛି ।"

ଏହା ବି ପଢନ୍ତୁ- 'ରାଜ୍ୟର ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ଏକାକୀ ଲଢିବ ବିଜେପି'

ସେ ଆହୁରି କହିଛନ୍ତି, "ବିଜେଡି ଏବଂ ବିଜେପି ମେଣ୍ଟ କରନ୍ତୁ କି ନ କରନ୍ତୁ । ଉଭୟ ଦଳ ଭିତରେ ଯେଉଁ ବୁଝାମଣା ରହିଛି ତାହା ଓଡିଶାବାସୀ ଜାଣିଛନ୍ତି । ଯେତେବେଳେ ବିଜେଡି ଅଶ୍ବିନୀ ବୈଷ୍ଣବଙ୍କୁ ସମର୍ଥନ ଦେଇଥିଲେ ସେତେବେଳେ ହିଁ ସବୁ ସ୍ପଷ୍ଟ ହୋଇଯାଇଥିଲା । ଏବେ ବିଜେପି ସଭାପତି ଏକା ଲଢ଼ିବା କଥା କହୁଛନ୍ତି । କିନ୍ତୁ ଉଭୟ ଦଳତ ଆପୋଷ ବୁଝାମଣାରେ ଚାଲିଛି । ଉଭୟଙ୍କ ମେଣ୍ଟ ହେଉଛି ଅସାଧୁ ମେଣ୍ଟ । ଓଡ଼ିଶାର ଖଣି, ପାଣି, ଜମିକୁ ଲୁଟ କରିବାକୁ ଉଭୟ ସରକାର ଯୋଜନା କରିଛନ୍ତି । ସେପଟେ ବିଜେପି ପ୍ରଭାରୀ କହୁଛନ୍ତି ଆମେ ବିଧାନସଭାରେ ୮୦ ସିଟ ଜିତିବୁ । ପୂର୍ବ ନିର୍ବାଚନରେ ୧୨୦ ମିଶନ କହୁଥିଲେ ତାହା କଣ ସଫଳ ହେଲା । ତେଣୁ ଏ ସବୁ ନିର୍ବାଚନୀ ଗପ । କିନ୍ତୁ କଂଗ୍ରେସର ୯ରୁ ୯୦ ମିଶନ ନିଶ୍ଚିନ୍ତ ସଫଳ ହେବ। ୧୨ରୁ ୧୫ ଲୋକସଭା ସିଟରେ ମଧ୍ୟ ଆମେ ବିଜୟୀ ହେବୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.