ETV Bharat / politics

ବିଜେଡିକୁ ବିଜେପିର ଟାର୍ଗେଟ୍, କହିଲା ସେମାନେ ଖୋଜୁଛନ୍ତି ଆମଦାନୀ କେଉଁଠୁ କରିବେ - BJP Targets BJD

author img

By ETV Bharat Odisha Team

Published : Apr 3, 2024, 8:19 PM IST

BJP Targets BJD: ବିଜେଡିକୁ ଟାର୍ଗେଟ୍ କଲା ବିଜେଡି । କଂଗ୍ରେସରୁ କିମ୍ବା ଆମର କିଏ ବଳି ଗଲେ ତାଙ୍କୁ ଆମଦାନୀ କରୁଛନ୍ତି ବୋଲି କହି ବର୍ଷିଛି ବିଜେପି । ଅଧିକ ପଢନ୍ତୁ

BJP Targets BJD
BJP Targets BJD

BJP Targets BJD

ଭୁବନେଶ୍ବର: ଟିକେଟ ଘୋଷଣାକୁ ନେଇ ବିଜେପି ଏବଂ ବିଜେଡି ଭିତରେ କଥା କଟାକଟି। ବିଜେପି ଗତକାଲି (ମଙ୍ଗଳବାର) 112 ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ପୂର୍ବରୁ ପ୍ରାର୍ଥୀ ଘୋଷଣା ବିଳମ୍ବ ନେଇ ବିଜେଡି ବିଜେପିକୁ ଟାର୍ଗେଟ୍ କରିଥିଲା । ବର୍ତ୍ତମାନ ବିଜେଡିକୁ ଟାର୍ଗେଟ୍ କରିଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର । ସେ କହିଛନ୍ତି, "ବିଜେପିର ଟିକେଟ କେନ୍ଦ୍ରୀୟ ନିର୍ବାଚନ କମିଟି ଘୋଷଣା କରେ। ଏହି ପରିପ୍ରେକ୍ଷୀରେ 112 ବିଧାନସଭା ଓ 21 ଲୋକସଭା ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଛି । ଯେଉଁ ବନ୍ଧୁ ଆରୋପ କରୁଥିଲେ ଆମେ କାହିଁକି ଟିକେଟ ଘୋଷଣା କରୁନୁ ସେହି ବିଜୁ ଜନତା ଦଳ କାହିଁକି ସବୁ ପ୍ରାର୍ଥୀଙ୍କ ନାଁ ଘୋଷଣା କରୁନି? ତା'ର ଉତ୍ତର ରଖନ୍ତୁ ବିଜେଡି ନେତୃବୃନ୍ଦ।" ଆଜି ବିଜେଡି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ।



"ବିଜୁ ଜନତା ଦଳ ଗତକାଲି ଆକ୍ଷେପ କରୁଥିଲା ଆମେ ବସ ଷ୍ଟାଣ୍ଡରେ ଅପେକ୍ଷା କରିଛୁ, ତାଙ୍କର କିଏ ଆସିଲେ ଆମେ ନେବୁ । ସେମାନେ ଆଜି ଆମର ଦୁଇ ଜଣ ନେଇ ପ୍ରମାଣ କରିଦେଲେ ସେମାନେ ଆମର କିଏ ଓହ୍ଲାଏ ତାକୁ ଅପେକ୍ଷା କରିଛନ୍ତି। ବିଜୁ ଜନତା ଦଳ ଦୁର୍ବଳ ହୋଇଗଲାଣି । ତାଙ୍କର ଆଉ ବଳ ନାହିଁ। ତାଙ୍କର ସବୁ ନେତା ଏବେ ଛାଡ଼ି ସାରିଲେଣି । ତାଙ୍କର ଦୁଇ ସାଂସଦ ଆମ ସହ ମିଶି ଏବେ ଆମର ସାଂସଦ ସଂଖ୍ୟା 10 ହେଲାଣି। ତାଙ୍କ ନିକଟରେ ଲୋକ ନାହାନ୍ତି, ଏଣୁ ସେମାନେ ଖୋଜୁଛନ୍ତି ଆମଦାନୀ କେଉଁଠାରୁ କରିବେ। କଂଗ୍ରେସରୁ କିମ୍ବା ଆମର କିଏ ବଳି ଗଲେ ତାଙ୍କୁ ଆମଦାନୀ କରୁଛନ୍ତି । ପ୍ରାର୍ଥୀ ଘୋଷଣା ପୂର୍ବରୁ ବିଜେଡି ହାରି ସାରିଲାଣି କାରଣ ତାଙ୍କ ପାଖରେ ଲୋକ ନାହାନ୍ତି", ବୋଲି କହିଛନ୍ତି ଗୋଲକ ମହାପାତ୍ର।

ଏହା ମଧ୍ୟ ପଢନ୍ତୁ...ବସଷ୍ଟାଣ୍ଡ ଓ ରେଳ ଷ୍ଟେସନରୁ ପ୍ରାର୍ଥୀ ଖୋଜୁଛି ବିଜେପି: ସ୍ବୟଂ ପ୍ରକାଶ - Swayam Prakash Targets Odisha BJP



ସୂଚନା ଅନୁସାରେ, ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶରେ ବିଳମ୍ବ ହେତୁ ବିଜେପିକୁ ଟାର୍ଗେଟ କରିଥିଲା ବିଜେଡି । ଦଳ ମୁଖପାତ୍ର କହିଥିଲେ, "ଓଡି଼ଶା ବିଜେପି ପାଖରେ ୧୪୭ ଆସନ ପାଇଁ ଯେହେତୁ ପ୍ରାର୍ଥୀ ନାହାନ୍ତି ତେଣୁ ଅନ୍ୟ ଦଳରୁ ବିତାଡିତ ନେତା, ଅନ୍ୟ ଦଳରେ ଟିକେଟରୁ ବଞ୍ଚିତ ହୋଇଥିବା ନେତା ଏବଂ ଅପରାଧିକ କାମରେ ଲିପ୍ତ ଥିବା ଲୋକଙ୍କୁ ପ୍ରାର୍ଥୀ କରିବାକୁ ବିଜେପି ଭରସା କରୁଛି । ବସଷ୍ଟାଣ୍ଡ, ରେଲୱେ ପ୍ଲାଟଫର୍ମ ଯେଉଁଠି ପାଉଛନ୍ତି ସେଠୁ ଆଣି ଲୋକଙ୍କୁ ପ୍ରାର୍ଥୀ କରିଦେଉଛନ୍ତି । ଦଳ ଅପେକ୍ଷା କରିଛି କେଉଁଦିନ ୧୪୭ ଜଣଙ୍କ ନାଁ ତାଲିକା ପୂରଣ ହେବ ସେଦିନ ତାଲିକା ଘୋଷଣା ହେବ । ଏଯାଏଁ ୧୪୭ ତ ଦୂରର କଥା ୮୦ ଆସନ ପାଇଁ ମଧ୍ୟ ପ୍ରାର୍ଥୀ ମିଳୁନାହିଁ ।"



ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.