ETV Bharat / politics

‘ଅପରାଧିକ କାର୍ଯ୍ୟରେ ଲିପ୍ତ ଓ BJDରୁ ବିତାଡିତ ନେତା ହିଁ BJPର ପୋଷ୍ଟର ବୟ’ - Swayam Prakash On Poster Boy

author img

By ETV Bharat Odisha Team

Published : Apr 15, 2024, 7:07 PM IST

Updated : Apr 15, 2024, 9:33 PM IST

BJD TARGETS BJP: ଅପରାଧିକ କାର୍ଯ୍ୟରେ ଲିପ୍ତ ଓ BJDରୁ ବିତାଡିତ ନେତାଙ୍କୁ ନେଇ ଦଳରେ ସ୍ଥାନ ଦେଉଛି ବିଜେଡି । ପ୍ରେସମିଟ କରି ବର୍ଷିଲେ ବିଜେଡି ମୁଖପାତ୍ର ସ୍ବଂୟପ୍ରକାଶ । ପ୍ରଦୀପ ଓ ପ୍ରଶାନ୍ତଙ୍କର ରଖିଲେ ଉଦାହରଣ । ଅଧିକ ପଢନ୍ତୁ

‘ଅପରାଧିକ କାର୍ଯ୍ୟରେ ଲିପ୍ତ ଓ BJDରୁ ବିତାଡିତ ନେତା ହିଁ BJP ର ପୋଷ୍ଟର ବୟ’
‘ଅପରାଧିକ କାର୍ଯ୍ୟରେ ଲିପ୍ତ ଓ BJDରୁ ବିତାଡିତ ନେତା ହିଁ BJP ର ପୋଷ୍ଟର ବୟ’

‘ଅପରାଧିକ କାର୍ଯ୍ୟରେ ଲିପ୍ତ ଓ BJDରୁ ବିତାଡିତ ନେତା ହିଁ BJPର ପୋଷ୍ଟର ବୟ’

ଭୁବନେଶ୍ବର: ଅପରାଧିକ କାର୍ଯ୍ୟ ସହିତ ଜଡିତ ଓ ବିଜେଡିରୁ ବିତାଡିତ ନେତା ଏବେ ବିଜେପିର ପୋଷ୍ଟର ବୟ । ପ୍ରଦୀପ ପାଣିଗ୍ରାହୀ ଓ ପ୍ରଶାନ୍ତ ଜଗଦେବ ହେଉଛନ୍ତି ଏହାର ଉଦାହରଣ । ଏମାନଙ୍କୁ ନେଇ ନିର୍ବାଚନ ରଣନୀତି ପରିଚାଳନା କରୁଛି ବିଜେପି । ପ୍ରସଙ୍ଗ ଭିତ୍ତିକ ଲଢେଇରେ ବିଜେଡିକୁ ସାମ୍ନା କରି ନପାରି ଅପରାଧୀ ବିଜେପିର ଆଶାବାଡ଼ି ପାଲଟିଛି । ଏହା ହାସ୍ୟାସ୍ପଦ ବିଷୟ ବୋଲି ବିଜେଡି କହିଛି ।

ବିଜେଡି ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର କହିଛନ୍ତି ଯେ, ଅପରାଧିକ କାର୍ଯ୍ୟ ସହ ଜଡିତ ଓ ବିଜେଡିରୁ ବିତାଡିତ ନେତା ବିଜେପିର ପୋଷ୍ଟର ବୟ ସାଜିଛନ୍ତି । ପ୍ରଦୀପ ପାଣିଗ୍ରାହୀ ଓ ପ୍ରଶାନ୍ତ ଜଗଦେବଙ୍କୁ ନେଇ ନିର୍ବାଚନ ରଣନୀତି ପରିଚାଳନା କରୁଛି ବିଜେପି । ପ୍ରଶାନ୍ତ ଜଗଦେବ ସେହି ନେତା ଯିଏ ବିଜେପି କର୍ମୀଙ୍କ ଉପରେ ଗାଡି ଚଢ଼ାଇ ଦେଇଥିଲେ । ଏଥିପାଇଁ ତାଙ୍କୁ ଜେଲ ଯିବାକୁ ପଡିଥିଲା । ଯେଉଁମାନେ ପ୍ରଶାନ୍ତଙ୍କୁ ଗାଳି ଦେଉଥିଲେ ସେହି ରାଜ୍ୟ ବିଜେପି ନେତା ତାଙ୍କୁ ଉତ୍ତରୀୟ ପକାଇ ସ୍ୱାଗତ କଲେ । ରାଜ୍ୟ ବିଜେପିର ଜଣେ ତୁଙ୍ଗ ନେତାଙ୍କର ପ୍ରଶାନ୍ତ ଅତ୍ୟନ୍ତ ପାଖ ଲୋକ ସାଜିଛନ୍ତି । ତାଙ୍କୁ ମାର୍ଗଦର୍ଶନ ଦେଉଛନ୍ତି । ସେ ତୁଙ୍ଗ ନେତା ଯେଉଁ ଆଡେ ନିର୍ବାଚନ ପ୍ରଚାରରେ ଯାଉଛନ୍ତି ତାଙ୍କ ସହିତ ପ୍ରଶାନ୍ତ ଯାଉଛନ୍ତି ବୋଲି ସ୍ବଂୟ କହିଛନ୍ତି ।

ଏହା ବି ପଢନ୍ତୁ- ବସଷ୍ଟାଣ୍ଡ ଓ ରେଳ ଷ୍ଟେସନରୁ ପ୍ରାର୍ଥୀ ଖୋଜୁଛି ବିଜେପି: ସ୍ବୟଂ ପ୍ରକାଶ


ସ୍ବଂୟ ଆହୁରି ମଧ୍ୟ କହିଛନ୍ତି,‘‘ପ୍ରଶାନ୍ତ ଜଗଦ୍ଦେବ ମଦ୍ୟପାନ କରି ସରକାରୀ ଅଧିକାରୀଙ୍କୁ ଧମକାଉଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କୁ ବଡେଇବାକୁ ପଛ ଘୁଞ୍ଚା ଦେଉନାହାନ୍ତି । ନିଜ କର୍ମୀଙ୍କୁ ବିଜେପି ନେତା ମୁହଁ କେମିତି ଦେଖାଉଛନ୍ତି ? କଥା କେବଳ ପ୍ରଶାନ୍ତ ଜଗଦେବଙ୍କ ଠାରେ ଅଟକୁ ନାହିଁ, ଏହା ଯାଇ ପ୍ରଦୀପ ପାଣିଗ୍ରାହୀଙ୍କ ପାଖରେ ପହଁଞ୍ଚିଛି । ଚାକିରୀ କରାଇ ଦେବା ନାଁ'ରେ ନିଜ ନିର୍ବାଚନ ମଣ୍ଡଳୀର ସାଧାରଣ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇଥିଲେ । ଏଥିପାଇଁ ସେ ଜେଲ ଯାଇଥିଲେ । ଏ କଥା କାହାକୁ ଅଛପା ନାହିଁ । ସେହି ପ୍ରଦୀପ ପାଣିଗ୍ରାହୀ ବିଜେପିର ରଣନୀତିକାର ସାଜିଛନ୍ତି । ପ୍ରଦୀପ ପାଣିଗ୍ରାହୀ ସରକାରୀ ଅଧିକାରୀଙ୍କୁ ଡରେଇବା ଆରମ୍ଭ କରିଛନ୍ତି । ଆଶା କର୍ମୀ, ମିଶନ ଶକ୍ତିର ମହିଳାଙ୍କୁ ଅପମାନିତ କରୁଛନ୍ତି । ସେମାନଙ୍କ ମନରେ ଡରର ବାତାବରଣ ସୃଷ୍ଟି କରୁଛନ୍ତି । ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବା ନେତାଙ୍କୁ ଯାହା ଇଚ୍ଛା ତାହା କରିବା ଲାଗି ବିଜେପି ଲାଇସେନ୍ସ ଦେଇଛି କି ?’’

ସ୍ୱଚ୍ଛ୍ବ, ଅବାଧ ଓ ନିରପେକ୍ଷ ବ୍ୟବସ୍ଥା ଭିତରେ ନିର୍ବାଚନ ପରିଚାଳନା ହେବା କଥା । ଲଗାତର ଭାବେ ବିଜେଡି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି । ତଥ୍ୟ ପ୍ରମାଣ ମଧ୍ୟ ଦେଇଛୁ । ପ୍ରଦୀପ ପାଣିଗ୍ରାହୀ ଓ ପ୍ରଶାନ୍ତ ଜଗଦେବ କିପରି ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନାଲି ଆଖି ଦେଖାଉଥିବା ତଥ୍ୟ ଦେଇଛୁ । ସେମାନେ ଭୟର ବାତାବରଣ ସୃଷ୍ଟି କରୁଛନ୍ତି । ପ୍ରସଙ୍ଗ ଭିର୍ତିକ ଲଢେଇରେ ବିଜେଡିକୁ ସାମ୍ନା କରି ପାରୁନଥିବାରୁ, ଅପରାଧୀ ମାନେ ବିଜେପିର ଆଶାବାଡ଼ି ପାଲଟିଛନ୍ତି । ହାସ୍ୟାସ୍ପଦ ବିଷୟ ଆଉ କିଛି ନାହିଁ ବୋଲି ସ୍ବଂୟ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 15, 2024, 9:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.