ETV Bharat / politics

ଅନୁଗୋଳର 2 ନିର୍ବାଚନ ମଣ୍ଡଳୀରେ ପ୍ରଣବଙ୍କ ପ୍ରଚାର - PRANAB DAS ELECTION CAMPAIGN

author img

By ETV Bharat Odisha Team

Published : Apr 10, 2024, 11:02 PM IST

Pranab Prakash Das Election Campaign In Angul: ସମ୍ବଲପୁର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଅନୁଗୋଳ ଜିଲ୍ଲାର 2ଟି ନିର୍ବାଚନ ମଣ୍ଡଳୀ ଆଠମଲ୍ଲିକ ଓ ଛେଣ୍ଡିପଦାରେ ପ୍ରଚାର ଆରମ୍ଭ କରିଛନ୍ତି । ଅଧିକ ପଢ଼ନ୍ତୁ

ଅନୁଗୋଳର 2 ନିର୍ବାଚନ ମଣ୍ଡଳୀରେ ପ୍ରଣବଙ୍କ ପ୍ରଚାର
ଅନୁଗୋଳର 2 ନିର୍ବାଚନ ମଣ୍ଡଳୀରେ ପ୍ରଣବଙ୍କ ପ୍ରଚାର

ଅନୁଗୋଳର 2 ନିର୍ବାଚନ ମଣ୍ଡଳୀରେ ପ୍ରଣବଙ୍କ ପ୍ରଚାର

ଅନୁଗୋଳ: ନିର୍ବାଚନକୁ ନେଇ ଜମିଲାଣି ଜୋରଦାର ପ୍ରଚାର । ନେତାଙ୍କ ପ୍ରଚାରରେ କମ୍ପିଲାଣି ରାଜନୀତି ମୈଦାନ । ଭୋଟ ଭିକ୍ଷା ପାଇଁ ନେତାମାନେ ଭୋଟରଙ୍କ ଦ୍ବାରସ୍ତ ହେଉଥିବେ ବେଳେ ନିଜ ନିଜର ସମର୍ଥକଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିବା ଆରମ୍ଭ କଲେଣି । ଏହାରି ଭିତରେ ଆଜି (ବୁଧବାର) ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଅନୁଗୋଳ ଜିଲ୍ଲାର 2ଟି ନିର୍ବାଚନ ମଣ୍ଡଳୀରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଜିଲ୍ଲାର 2ଟି ଯାକ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଦେବାଦେବୀ ମନ୍ଦିରରେ ଦର୍ଶନ କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ।

ତେବେ ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ରହିଛି ଅନୁଗୋଳ ଜିଲ୍ଲାର 2ଟି ନିର୍ବାଚନ ମଣ୍ଡଳୀ, ଆଠମଲ୍ଲିକ ଓ ଛେଣ୍ଡିପଦା । ସମ୍ବଲପୁର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିବା ପ୍ରଣବ ପ୍ରକାଶ ଦାସ ଆଜି ଆଠମଲ୍ଲିକ ଓ ଛେଣ୍ଡିପଦାରେ ପହଞ୍ଚି ପ୍ରଚାରକୁ ଜୋରସୋର କରିଛନ୍ତି । ସକାଳେ ପ୍ରଣବ ଆଠମଲ୍ଲିକ ଠାରେ ପହଞ୍ଚିବା ପରେ ହଜାର ହଜାର ସଂଖ୍ୟାରେ କର୍ମୀ ତାଙ୍କୁ ସ୍ବାଗତ କରିଥିଲେ । ଆଠମଲ୍ଲିକ ସହରରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ଗୁଡିକରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ଏହାପରେ ଆଠମଲ୍ଲିକର ଆରାଧ୍ୟ ଦେବୀ ମା' ମାହେଶ୍ୱରୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ସେଠାରୁ ବିନିକେଇ ମନ୍ଦିର ଯାଇ ମଧ୍ୟ ପୂଜାର୍ଚ୍ଚନା କରିଥିଲେ । କିଛି ସମୟ ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଏବଂ ଅନ୍ୟ ନେତା ଓ କର୍ମୀମାନଙ୍କ ସହ ଆଲୋଚନା କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ହ୍ୟାଟିକ୍ ଲକ୍ଷ୍ୟରେ ପ୍ରୀତିରଞ୍ଜନ; ସୁକିନ୍ଦାରେ ତ୍ରିମୁଖୀ ଲଢେଇ - Sukinda Assembly Constituency


ସେହିପରି ଆଜି ଅପରାହ୍ମ ପ୍ରାୟ ୪ଟା ବେଳେ ଛେଣ୍ଡିପଦାର ପାତ୍ରପଦାସ୍ଥିତ ବାଟ ବାୟାଣୀ ଠାକୁରାଣୀ ପୀଠରେ ପହଞ୍ଚିଥିଲେ ପ୍ରଣବ । ପ୍ରାଣବଙ୍କୁ ଜରପଡା, ବାଲିପଟା ଓ ଛେଣ୍ଡିପଦାରେ ହଜାର ହଜାର ସଂଖ୍ୟାରେ କର୍ମୀ ବିପୁଳ ସ୍ୱାଗତ କରିଥିଲେ । ପାତ୍ରପଡା ଠାରେ ୫ ହଜାରରୁ ଅଧିକ କର୍ମୀ ଯୋଗ ଦେଇଥିଲେ । ପ୍ରଣବ ମା' ବାୟାଣୀଙ୍କ ପାଖରେ ପୂଜାର୍ଚ୍ଚନା କରିବା ପରେ କିଛି ସମୟ ବିଧାୟକ ପ୍ରାର୍ଥୀ ସୁଶାନ୍ତ ବେହେରା ଓ ଅନ୍ୟ ନେତା ଏବଂ କର୍ମୀମାନଙ୍କ ସହ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରି ଫେରି ଯାଇଥିଲେ । ପ୍ରଣବଙ୍କ ଅନୁଗୋଳ ଗସ୍ତ ବିଜେଡି କର୍ମୀମାନଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଆଣିଦେଇଛି । ଟିକେଟ ମିଳିବା ପରେ ପ୍ରଣବଙ୍କ ଏହା ପ୍ରଥମ ଗ୍ରସ୍ତ ହୋଇଥିବା ବେଳେ ଏହାକୁ ନେଇ ଅନୁଗୋଳରେ ନେତା ଓ କର୍ମୀଙ୍କ ମାନବଳ ସୁଦୃଢ଼ ହୋଇଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.