ETV Bharat / politics

ରତ୍ନଭଣ୍ଡାର ପ୍ରସଙ୍ଗ ବିଜେପିର ପୁରୁଣା ଅଭ୍ୟାସ; ପ୍ରଧାନମନ୍ତ୍ରୀ ଉଠାଇବା ଦୁର୍ଭାଗ୍ୟଜନକ:ଲେଖାଶ୍ରୀ - BJD RESPONSE OVER PM MODI COMMENT

author img

By ETV Bharat Odisha Team

Published : May 11, 2024, 10:59 PM IST

Lekhashree Respond On PM Modi's Target: ଆଜି ପ୍ରଧାନମନ୍ତ୍ରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିବା ନେଇ ବିଜେଡି ସରକାରକୁ ଟାର୍ଗେଟ କରିଥିଲେ । ଯାହାର କାଉଣ୍ଟର ଜବାବ ରଖିଛନ୍ତି ବାଲେଶ୍ବର ବିଜେଡି ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର । ଅଧିକ ପଢନ୍ତୁ

Lekhashree Samantsinghar Respond On PM Modi's Target
Lekhashree Samantsinghar Respond On PM Modi's Target (ETV Bharat)

Lekhashree Samantsinghar Respond On PM Modi's Target (ETV Bharat Odisha)

ଭୁବନେଶ୍ବର: ପୁଣି ଥରେ ରାଜନୈତିକ ପଶାପାଲିରେ ଗଡିଛି ରତ୍ନଭଣ୍ଡାର ଗୋଟି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି । ରାଜ୍ୟରେ ଏକ ରାଜନୈତିକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ ଉଠାଇଛନ୍ତି । କାହିଁକି ରତ୍ନଭଣ୍ଡାର ଖୋଲାଯାଉନାହିଁ ବୋଲି ପ୍ରଶ୍ନ କରିବା ସହ ରାଜ୍ୟ ସରକାରଙ୍କୁ ସେ ଘେରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ବିଜେଡି ପକ୍ଷରୁ ଜବାବ ରଖିଛନ୍ତି ବାଲେଶ୍ଵର ଲୋକସଭା ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର । ଲେଖାଶ୍ରୀ କହିଛନ୍ତି ଯେ, ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇବା ବିଜେପିର ପୁରୁଣା ଅଭ୍ୟାସ । ଏହି କଥାକୁ ପ୍ରଧାନମନ୍ତ୍ରୀ ରାଜନୈତିକ ମୁଦ୍ଦା କରିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ବଲାଙ୍ଗୀର ସଭାରେ ବିଜେଡି ଉପରେ ବର୍ଷିଲେ ମୋଦି, ୧୦ରେ ଜିଲ୍ଲାବାସୀଙ୍କୁ କଲେ ଭୁବନେଶ୍ବର ନିମନ୍ତ୍ରଣ - PM Modi Targets State Govt

ଲେଖାଶ୍ରୀ କହିଛନ୍ତି ଯେ, '୪୦ ବର୍ଷ ତଳେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଥିଲା । ବିଜେଡି ସରକାରର ୨୪ ବର୍ଷର ଶାସନ ଭିତରେ ବିଜେପି ଭାଗୁଆଳି ସରକାର ଥିଲା । ଏହି ଅବଧି ଭିତରେ ବିଜେପି ପକ୍ଷରୁ ମନମୋହନ ସାମଲ ଏବଂ ବିଶ୍ବଭୂଷଣ ହରିଚନ୍ଦନ ୯ ବର୍ଷ ବିଭାଗୀୟ ମନ୍ତ୍ରୀ ଥିଲେ । ହେଲେ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିନଥିଲେ । ରତ୍ନଭଣ୍ଡାର ପ୍ରସଙ୍ଗକୁ କାହିଁକି ଉଠାଇବା ସେ ନେଇ ମୁଁ ବିଜେପିରେ ଥିଲା ବେଳେ ପ୍ରଶ୍ନ କଲେ ଶୀର୍ଷ ନେତୃବୃନ୍ଦ କୁହନ୍ତି, ଏହା କେବଳ ରାଜନୈତିକ ମୁଦ୍ଦା । ନିର୍ବାଚନ ଆସିଲେ କିମ୍ବା ନିର୍ବାଚନକୁ ଶୋଚନୀୟ ଭାବେ ହାରିବାକୁ ଯାଉଥିଲେ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇବା ଓଡିଶା ବିଜେପି ନେତାଙ୍କ ପୁରୁଣା ଅଭ୍ୟାସ । ଏକଥା ମୁଁ ଅତି ନିକଟରୁ ଦେଖିଛି ।'

ଲେଖାଶ୍ରୀ ଏହା ମଧ୍ୟ ଅଭିଯୋଗ କରିଛନ୍ତି, ' କିଛି ରାଜନୈତିକ ଫାଇଦା ମିଳିବା ଆଶାରେ ମିଛ କଥା କହିବାକୁ ସଭିଙ୍କୁ ବାଧ୍ୟ କରାଯାଏ । ଏହି ପ୍ରସଙ୍ଗକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଠାଇଛନ୍ତି । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା । ଆସନ୍ତା ଜୁଲାଇରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ଯାଉଛି । ଓଡିଶା ବିଜେପି ନେତାଙ୍କ ମନୋବଳ ବଢାଇବାକୁ ଏହା କେବଳ ଏକ ଚେଷ୍ଟା । କାଳେ କିଛି ସହାନୁଭୂତି ମିଳିଯିବ । ଗତ ୨୦୧୯ ସାଧାରଣ ନିର୍ବାଚନ, ୨୦୨୨ ପଞ୍ଚାୟତ ନିର୍ବାଚନ, ସବୁ ଉପ-ନିର୍ବାଚନରେ ମଧ୍ୟ ଏହି ପ୍ରସଙ୍ଗକୁ ଉଠାଇଥିଲା ଓଡିଶା ବିଜେପି । ଫଳ କଣ ହେଲା ସଭିଏଁ ଜାଣିଛନ୍ତି । ଓଡିଶାବାସୀ ସବୁ ଜାଣନ୍ତି । କିଏ ନିର୍ବାଚନ ବେଳେ ଟୁରିଷ୍ଟ ଭଳି ଆସନ୍ତି ପରେ ଦେଖା ଦିଅନ୍ତି ନାହିଁ । ଆଉ କିଏ ବର୍ଷ ବର୍ଷ ଧରି ଓଡିଶାବାସୀଙ୍କ ସୁଖ ପାଇଁ କାମ କରିଚାଲିଛନ୍ତି ।'

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.