ETV Bharat / international

ନୌସୈନିକଙ୍କ ମୁକ୍ତି ପାଇଁ କତାର ଅମିରଙ୍କୁ ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ, ଭାରତ ଆସିବାକୁ କଲେ ନିମନ୍ତ୍ରଣ

author img

By ETV Bharat Odisha Team

Published : Feb 15, 2024, 9:21 PM IST

PM Modi thanks Amir of Qatar for Navy veterans release: 2 ଦିନିଆ ଦୁଇ-ଦେଶୀୟ ଗସ୍ତ ସାରି ଦିଲ୍ଲୀ ଅଭିମୁଖେ ପ୍ରଧାନମନ୍ତ୍ରୀ । କତାର ଅମିରଙ୍କୁ ଭାରତ ଆସିବା ପାଇଁ କଲେ ନିମନ୍ତ୍ରଣ । ଅଧିକ ପଢନ୍ତୁ

ପୂର୍ବତନ ଭାରତୀୟ ନୌସୈନିକଙ୍କ ମୁକ୍ତି ପାଇଁ କତାର ଅମିରଙ୍କୁ ଧନ୍ଯବାଦ ଦେଲେ ପ୍ରଧାନମନ୍ତ୍ରୀ, ଭାରତ ଆସିବା ପାଇଁ କଲେ ନିମନ୍ତ୍ରଣ

ହାଇଦ୍ରାବାଦ: 2 ଦିନିଆ ୟୁଏଇ ଓ କତାର ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିଜ ଦୁଇ ଦେଶୀୟ ଗସ୍ତ ଶେଷ କରି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି । ଆଜି ସେ ନିଜ କତାର ପ୍ରତିପକ୍ଷ ତଥା ସ୍ଥାନୀୟ ଅମିର ତାମିମ ବିନ୍‌ ହମଦ ଅଲ ଥାନିଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି । ଗୁପ୍ତଚରଗିରି ଅଭିଯୋଗରେ ଗିରଫ ହୋଇ ମୃତ୍ୟୁଦଣ୍ଡ ପାଇଥିବା ଭାରତୀୟ ନୌସେନାର 8 ପୂର୍ବ ଅଧିକାରୀଙ୍କ ମୁକ୍ତି ପାଇଁ ସେ କତାର ଅମିରଙ୍କୁ ଧନ୍ୟବାଦ ଦେବା ସହ ଭାରତ ଆସିବା ପାଇଁ ନିମନ୍ତ୍ରଣ ମଧ୍ୟ କରିଛନ୍ତି ।

ଗସ୍ତର ପ୍ରଥମ ଭାଗରେ ପ୍ରଧାନମନ୍ତ୍ରୀ ଆବୁଧାବିରେ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସ୍ଥାନୀୟ ରାଷ୍ଟ୍ରପତି ନ୍ୟାହାନଙ୍କ ସହ ଦୁଇ ଦେଶର ପାରସ୍ପାରିକ ପ୍ରସଙ୍ଗରେ ଆଲୋଚନା କରିଥିଲେ । ପରେ ସେ ଆବୁଧାବିର ଜାଏଦ ଷ୍ଟାଡିୟମରେ ଆୟୋଜିତ ‘ଆଲାନ ମୋଦି’ କାର୍ଯ୍ୟରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିଥିଲେ । ଆବୁଧାବିରେ ନିର୍ମିତ ଭବ୍ୟ ହିନ୍ଦୁ ମନ୍ଦିରର ଉଦଘାଟନ ମଧ୍ୟ କରିଥିଲେ । ଗତକାଲି ସଂଧ୍ୟାରେ ସେ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ଶେଷ କରିବା ସହ କତାର ରାଜଧାନୀ ଦୋହା ଅଭିମୁଖେ ଯାତ୍ରା କରିଥିଲେ ।

ଦୋହାରେ ପହଞ୍ଚିବା ପରେ ସ୍ଥାନୀୟ ଅମିର ତାମିମ ବିନ ହମଦ ଅଲ ଥାନି ତାଙ୍କୁ ବିମାନ ବନ୍ଦରରେ ସ୍ବାଗତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ସ୍ଥାନୀୟ ସେନା ଦ୍ବାରା ଗାର୍ଡ-ଅଫ-ଅନର ମଧ୍ୟ ଗ୍ରହଣ କରିଥିଲେ । ଆଜି ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଭାରତ-କତାର ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । କତାରରେ ଗିରଫ ଓ ଦଣ୍ଡାଦେଶ ପାଇଥିବା ପୂର୍ବତନ ଭାରତୀୟ ନୌସୈନିକଙ୍କ ମୁକ୍ତି ନିଷ୍ପତ୍ତି ପାଇଁ ସେ ନିଜ ପ୍ରତିପକ୍ଷ ତଥା କତାର ଅମିରଙ୍କୁ ଧନ୍ୟବାଦ ଦେବା ସହ ଭାରତ ଗସ୍ତ କରିବା ପାଇଁ ନିମନ୍ତ୍ରଣ କରିଛନ୍ତି । ସଂଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀ ଅଭିମୁଖେ ଉଡାଣ ଭରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଆରବ ମାଟିରେ ଭବ୍ୟ ହିନ୍ଦୁ ମନ୍ଦିର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ: ‘ବର୍ଷ ବର୍ଷର ପରିଶ୍ରମ ଆଜି ସଫଳ ହୋଇଛି ’

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ଗୁଇନ୍ଦାଗିରି ଅଭିଯୋଗରେ ଗିରଫ ହୋଇ ମୃତ୍ୟୁ ଦଣ୍ଡାଦେଶ ପାଇଥିବା 8 ପୂର୍ବତନ ନୌସୈନିକଙ୍କୁ କତାର ମୁକ୍ତ କରିସାରିଛି । ଏମାନଙ୍କ ମଧ୍ୟରୁ 7ଜଣ ସ୍ବଦେଶ ମଧ୍ୟ ଫେରି ସାରିଛନ୍ତି । ଏହାକୁ ଭାରତର ବଡ କୂଟନୈତିକ ବିଜୟ ବୋଲି କେନ୍ଦ୍ର ସରକାର କହିଥିଲେ । ପ୍ରଧାନମନ୍ତ୍ରୀ ଏହି ମାମଲାର ପ୍ରତ୍ୟେକ୍ଷ ତତ୍ତ୍ବାବଧାନ କରୁଥିବା ଓ ତାଙ୍କର ସଫଳ ବିଦେଶ ନୀତି ଫଳରେ ଏହା ସମ୍ଭବ ହୋଇପାରିଛି ବୋଲି ବିଦେଶ ମନ୍ତ୍ରଣାଳୟ କହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.