ETV Bharat / international

ସ୍କୁଲ ଛାତ୍ରାବାସରେ ଭୟଙ୍କର ଅଗ୍ନିକାଣ୍ଡ, 13ରୁ ଅଧିକ ମୃତ

author img

By ETV Bharat Odisha Team

Published : Jan 20, 2024, 12:01 PM IST

13 dead in china school fire: ଚୀନର ଏକ ସ୍କୁଲର ଛାତ୍ରାବାସରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଘଟଣରେ ପାଖାପାଖି 13 ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ..

ସ୍କୁଲ ଛାତ୍ରାବାସରେ ଭୟଙ୍କର ଅଗ୍ନିକାଣ୍ଡ, 13ରୁ ଅଧିକ ମୃତ
ସ୍କୁଲ ଛାତ୍ରାବାସରେ ଭୟଙ୍କର ଅଗ୍ନିକାଣ୍ଡ, 13ରୁ ଅଧିକ ମୃତ

ବେଜିଂ: ଚୀନର ଏକ ସ୍କୁଲର ଛାତ୍ରାବାସରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ପାଖାପାଖି 13 ଜଣଙ୍କ ମୃତ୍ୟୁ ହୋଇଥିବା ନେଇ କୁହାଯାଉଥିବା ବେଳେ ପ୍ରକୃତ ସଂଖ୍ୟା ଜଣାପଡିନାହିଁ । ତେବେ ଏହି ଘଟଣାରେ ଜଣେ ଆହତ ହୋଇଥିବା ସୂଚନା ରହିଛି । ଶୁକ୍ରବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଥିବା ବେଳେ ଏହାର କାରଣ ଅସ୍ପଷ୍ଟ ରହିଛି । ସ୍ଥାନୀୟ ପ୍ରଶାସନ ଘଟଣାର ତଦନ୍ତ କରୁଥିବା ବେଳେ ସ୍କୁଲର ଜଣେ କର୍ତ୍ତୃପକ୍ଷଙ୍କୁ ଅଟକ ରଖି ଏ ବାବଦରେ ପଚରାଉଚରା କରାଯାଉଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତି 11ଟା ସୁଦ୍ଧା ମଧ୍ୟ ଚୀନର ନୟାଙ୍ଗ ସ୍ଥିତ ୟନସାନ୍ପୁ ଗାଁରେ ଅବସ୍ଥିତ ୟିଙ୍ଗକାଇ ସ୍କୁଲର ଛାତ୍ରାବାସରେ ନିଆଁ ଲାଗିଥିଲା । ଏନେଇ ସ୍ଥାନୀୟ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ପାଖାପାଖି 11.30 ସୁଦ୍ଧା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିବା ସହ ଛାତ୍ରାବାସ ମଧ୍ୟରେ ଫସିରହିଥିବା ପିଲମାନଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । କିଛି ପିଲାଙ୍କୁ ନିଆଁ କବଳରୁ ଉଦ୍ଧାର କରାଯାଇଥିବା ବେଳେ ପାଖାପାଖି 13 ଜଣଙ୍କର ଅଗ୍ନିକାଣ୍ଡରେ ଜୀବନ ଯାଇଥିବା ନେଇ ସୂଚନା ରହିଥିବା ବେଳେ ପ୍ରକୃିତ ମୃତ୍ୟୁ ସଂଖ୍ୟା ନେଇ ଏବେସୁଦ୍ଧା ସ୍ପଷ୍ଟ ହୋଇନାହିଁ । ତେବେ ଏହି ଅଗ୍ନିକାଣ୍ଡରେ ଜଣେ ପିଲା ଆହତ ହୋଇଥିବା ବେଳେ ତାକୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ପିଲାଟିର ଚିକିତ୍ସା ଜାରି ରହିଛି ।

ଏହାମଧ୍ୟ ପଢନ୍ତୁ.. ଥାଇଲାଣ୍ଡରେ ବାଣ କାରଖାନାରେ ବିସ୍ଫୋରଣ: 15ରୁ ଅଧିକ ମୃତ

ଅନ୍ୟପଟେ କେଉଁ କାରଣରୁ ସ୍କୁଲ ଛାତ୍ରବାସରେ ଏତେ ବଡ ଧରଣର ଅଗ୍ନିକାଣ୍ଡ ଘଟିଲା ତାହା ଅସ୍ପଷ୍ଟ ରହିଥିବା ବେଳେ ଏନେଇ ତଦନ୍ତ ଜାରି ରଖିଛି ସ୍ଥାନୀୟ ପ୍ରଶାସନ । ଏହି ଘଟଣାରେ ସ୍କୁଲର ମ୍ୟାନେଜର ଅଟକ ରଖି ଏ ବାବଦରେ ପଚରାଉଚରା କରାଯାଉଥିବା ଜଣାପଡିଛି । ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ ।

ଚୀନରେ ସ୍କୁଲରେ ଅଗ୍ନିକାଣ୍ଡ ଘଟଣା ବାରମ୍ବାର ଘଟୁଥିବା ନଜିର ରହିଛି । ସୁରକ୍ଷା ବ୍ୟବସ୍ଥାରେ ଅବହେଳା ଯୋଗୁଁ ଏଭଳି ଅଘଟଣ ବାରମ୍ବାର ଘଟୁଥିବା ଦେଖିବାକୁ ମିଳିଛି । ନିରାପତ୍ତା ମାନଦଣ୍ଡ ଓ କାର୍ଯ୍ୟାନୁଷ୍ଠାନରେ ଢିଲାପଣ ଯୋଗୁଁ ଚାଇନରେ ଅଗ୍ନିକାଣ୍ଡ କିମ୍ବା ବଡ ବଡ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳିଛି । 2023 ନଭେମ୍ବର ମାସରେ ଉତ୍ତର ଚୀନରେ ଏକ କୋଇଲା କମ୍ପାନୀରେ ଅଗ୍ନିକାଣ୍ଡ ଘଟିଥିଲା । ଯେଉଁଥିରେ 26 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.