ETV Bharat / international

ଆମେରିକା ଏୟାରବେସ ଉପରେ ମିସାଇଲ ଷ୍ଟ୍ରାଇକ୍, ଏକାଧିକ ଆହତ

author img

By ETV Bharat Odisha Team

Published : Jan 21, 2024, 7:30 AM IST

Missiles attack on US airbase: ଇରାକ ସ୍ଥିତ ଆମେରିକା ଏୟାରବେସ ଉପରେ ଇରାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀର ମିସାଇଲ ଆକ୍ରମଣ । ଏକାଧିକ ଆହତ । ଅଧିକ ପଢନ୍ତୁ

ଆମେରିକା ଏୟାରବେସରେ ମିଶାଇଲ ଷ୍ଟ୍ରାଇକ୍, ଏକାଧିକ ଆହତ

ବାଗଦାଦ: ପଶ୍ଚିମ ଇରାକ ସ୍ଥିତ ଆମେରିକା ଏୟାରବେସ ଉପରେ ମିସାଇଲ ଷ୍ଟ୍ରାଇକ । ଶନିବାର ଦିନ ଇରାନ ସମର୍ଥିତ ଆତଙ୍କୀ ଗୋଷ୍ଠୀ ଆମେରିକା ଏୟାରବେସ ଉପରେ ଏକାଧିକ ଥର ବାଲିଷ୍ଟିକ ମିସାଇଲ ଓ ରକେଟ ମାଡ କରିଛି । ଏଥିରେ ଏକାଧିକ ଆମେରିକା ଅଧିକାରୀ ଆହତ ହୋଇଥିବା ସୂଚନା ରହିଛି । ୟୁଏସ ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ ଏନେଇ ସୂଚନା ଜାରି କରାଯାଇଛି । ସେଣ୍ଟକମ୍ ସୂଚନା ଅନୁଯାୟୀ, ଏକାଧିକ ଆମେରିକୀୟ ଅଧିକାରୀ ଏହି ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ଚିକିତ୍ସା ଚାଲିଛି । ଅନ୍ୟପଟେ ଜଣେ ଇରାକ ସଦସ୍ୟ ମଧ୍ୟ ଏହି ଆକ୍ରମଣରେ ଆହତ ହୋଇଛି ।

ଏହାମଧ୍ୟ ପଢନ୍ତୁ.. ଇରାକରେ ପଶି ମୋସାଦ୍ ମୁଖ୍ୟାଳୟ ଉପରେ ଇରାନର ଏୟାରଷ୍ଟ୍ରାଇକ, 4 ମୃତ

ସୋସିଆଲ ମିଡିଆ ଏକ୍ସରେ ୟୁଏସ ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟା ପାଖାପାଖି 6.30 ସୁଦ୍ଧା(ବାଗଦାଦ ସମୟାନୁଯାୟୀ) ପଶ୍ଚିମ ଇରାକରେ ଥିବା ଓ୍ୱାଶିଂଟନ ଅଲ ଅସଦ ଏୟାରବେସ ଉପରେ ଇରାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ପକ୍ଷରୁ ବାରମ୍ବାର ବାଲିଷ୍ଟିକ ମିସାଇଲ ଓ ରକେଟ ମାଡ କରାଯାଇଥିଲା । ଅଧିକାଂଶ ମିସାଇଲକୁ ଏୟାର ଡିଫେନ୍ସ ସିଷ୍ଟମ ବାୟୁରେ ହିଁ ରୋକି ଏହାକୁ ନଷ୍ଟ କରିଥିବା ବେଳେ କିଛି ମିସାଇଲ ଏୟାରବେସ ଉପରେ ପଡି ଏହା ଉପରେ ପ୍ରଭାବ ପକାଇଛି । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ ଆକଳନ କରାଯାଇନାହିଁ । ତେବେ ଆକ୍ରମଣରେ ଏକାଧିକ ଆମେରିକୀୟ କର୍ମଚାରୀଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ଚିକିତ୍ସା ଜାରି ରହିଛି । ସେପଟେ ଆକ୍ରମଣରେ ଅତିକମରେ ଜଣେ ଇରାକୀ ସେବା ସଦସ୍ୟ ଆହତ ହୋଇଛି ।

ଏହାପୂର୍ବରୁ ବୁଧବାର ଦିନ ଇରାକର ଏରିବଲ ସହର ସ୍ଥିତ ଆମେରିକା ବାଣିଜ୍ୟ ଦୂତାବାସ ନିକଟରେ ବିସ୍ଫୋରଣ ହୋଇଥିଲା । ଇରାନର ରେଭୋଲ୍ୟୁସନାରୀ ଗାର୍ଡ କର୍ପସ ପକ୍ଷରୁ ଏହି ଆକ୍ରମଣ କରାଯାଇଥିଲା । ଆମରିକା ବାଣିଜ୍ୟିକ ଦୂତାବାସ ନିକଟରେ ପାଖାପାଖି 8ଟି ସ୍ଥାନରେ ବିସ୍ଫୋରଣ ହୋଇଥିଲା । ହେଲେ ଏଥିରେ ଆମେରିକୀୟ ନାଗରିକଙ୍କର କୌଣସି କ୍ଷତି ହୋଇନଥିଲା ।

ସୂଚନାଯୋଗ୍ୟ, ଇସ୍ରାଏଲ-ହମାସ ଯୁଦ୍ଧ ପରେ ମଧ୍ୟପ୍ରାଚ୍ୟ ଦେଶଗୁଡିକ ଅଶାନ୍ତ ରହିଛି । ଇରାନ ଇସ୍ରାଏଲ ଆକ୍ରମଣକୁ ବିରୋଧ କରିଆସୁଥିବା ବେଳେ ହମାସକୁ ସମର୍ଥନ କରିବାକୁ ଯାଇ ସିରିୟା, ୟେମେନ, ଲେବାବନ ଦେଶଗୁଡିକ ଇସ୍ରାଏଲ ଉପରେ ଆକ୍ରମଣ କରିଆସୁଛି । ଇରାନ ସମର୍ଥିତ ହାଉତି ଆତଙ୍କୀ ଗୋଷ୍ଠୀ ଲୋହିତ ସାଗରରେ ବାଣିଜ୍ୟିକ ଜଳପଥରେ ଯାଉଥିବା ଜାହାଜଗୁଡିକ ଉପରେ ବାରମ୍ବାର ଆକ୍ରମଣ କରୁଛି । ପାଲେଷ୍ଟାଇନ ଉପରେ ଇସ୍ରାଏଲର ଆକ୍ରମଣକୁ ବିରୋଧ କରି ହାଉତି ପକ୍ଷରୁ ଏହି ଆକ୍ରମଣ କରାଯାଉଛି । ଅନ୍ୟପଟେ ଏହି ଆକ୍ରମଣରେ ଜବାବୀ କାର୍ଯ୍ୟାନୁଷ୍ଠାନ ମଧ୍ୟ ଆମେରିକା ଗ୍ରହଣ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.