ETV Bharat / health

ବିଶ୍ବ ସ୍ବାସ୍ଥ୍ୟ ଦିବସ, ମୋ ସ୍ବାସ୍ଥ୍ୟ ମୋ ଅଧିକାର - World Health Day 2024

author img

By ETV Bharat Odisha Team

Published : Apr 7, 2024, 6:02 AM IST

World Health Day 2024: ସ୍ୱାସ୍ଥ୍ୟ ବିଷୟରେ ସଚେତନତା ହେବା ଏବଂ ସୁସ୍ଥ ଜୀବନଯାପନ ଜରୁରୀ ଅଟେ । ତେବେ ଏଥିପାଇଁ ସଚେତନ କରାଇବା ଲାଗି ପ୍ରତିବର୍ଷ ଏପ୍ରିଲ 7 ତାରିଖରେ ବିଶ୍ବ ସ୍ବାସ୍ଥ୍ୟ ଦିବସ ପାଳନ କରାଯାଏ । ଅଧିକ ପଢନ୍ତୁ

World Health Day
World Health Day

ହାଇଦ୍ରାବାଦ: ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପ୍ରତିବର୍ଷ ଏପ୍ରିଲ 7 ତାରିଖରେ ପାଳନ କରାଯାଇଥାଏ । ସ୍ୱାସ୍ଥ୍ୟ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଲୋକଙ୍କୁ ସୁସ୍ଥ ଜୀବନଯାପନ ପାଇଁ ପ୍ରେରଣା ଯୋଗାଇବା ଆଜି ଦିନର ମୂଳ ଉଦ୍ଦେଶ୍ୟ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପ୍ରତିଷ୍ଠା ଦିବସକୁ ବିଶ୍ବ ସ୍ବାସ୍ଥ୍ୟ ଦିବସ ଭାବେ ପାଳନ କରାଯାଏ । ଏହି ଦିନ ବିଭିନ୍ନ ଦେଶକୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଯୋଗ କରିବାକୁ ଏବଂ ପରସ୍ପରଠାରୁ କିଛି ଶିଖିବା ପାଇଁ ପ୍ରୋତ୍ସିହିତ କରିଥାଏ ।

ବିଶ୍ବ ସ୍ବାସ୍ଥ୍ୟ ଦିବସର ଇତିହାସ : 1948 ମସିହାରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ପ୍ରତିଷ୍ଠା ହୋଇଥିଲା । ଏହି ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦସ୍ୟ ବିଭିନ୍ନ ସ୍ବାସ୍ଥ୍ୟ ସଚେତନତା ଶିବିର ଆୟୋଜିତ କରିଥାଆନ୍ତି । ପ୍ରଥମେ 1950 ମସିହାରେ ବିଶ୍ବ ସ୍ବାସ୍ଥ୍ୟ ଦିବସ ପାଳନ କରାଯାଇଥିଲା । ମ୍ୟାଲେରିଆ, ଏଚ୍‌ଆଇଭି ଏଡସ୍, କର୍କଟ ଏବଂ ମାନସିକ ସ୍ବାସ୍ଥ୍ୟ ଭଳି ଅନେକ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଏହି ଦିନ ସଚେତନତା ସୃଷ୍ଟି କରିଥାଏ । ଏହି ଦିନ ଲୋକଙ୍କୁ ଏକ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବାକୁ ପ୍ରେରଣା ଯୋଗାଇଥାଏ । ଯେଉଁଥିରେ ନିୟମିତ ବ୍ୟାୟାମ, ସୁସ୍ଥ ଖାଦ୍ୟ ଏବଂ ତମାଖୁ ଏବଂ ମଦ୍ୟପାନରୁ ନିବୃତ୍ତ ରହିଥାଏ ।

ଏହା ମଧ୍ୟ ପଢନ୍ତୁ: World Health Day 2022: ସୁଖ ଓ ସୁସ୍ଥତାର ମୂଳପିଣ୍ଡ ସୁସ୍ବାସ୍ଥ୍ୟ

ବିଶ୍ବ ସ୍ବାସ୍ଥ୍ୟ ଦିବସର ମହତ୍ତ୍ବ: ସ୍ୱାସ୍ଥ୍ୟକୁ ମାନବ ଜୀବନର ଆଧାର ବୋଲି ବିଚାର କରିବା ବିଶ୍ବ ସ୍ବାସ୍ଥ୍ୟ ଦିବସର ମହତ୍ତ୍ବ ଅଟେ । ଏହି ଦିନ ଆମକୁ ସ୍ମରଣ କରାଏ ଯେ, ସ୍ୱାସ୍ଥ୍ୟ କେବଳ ରୋଗର ଅନୁପସ୍ଥିତି ନୁହେଁ ବରଂ ଏହା ଶାରୀରିକ, ମାନସିକ ଏବଂ ସାମାଜିକ ଭାବେ ସୁସ୍ଥତା ଅଟେ । ଏହି ଦିନ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରଦାନ । ଆଜିର ଦିନରେ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବା ପାଇଁ ପ୍ରେରଣା ଯୋଗାଇଥାଏ ।

ବିଶ୍ବ ସ୍ବାସ୍ଥ୍ୟ ଦିବସର ଥିମ: ପ୍ରତିବର୍ଷ ଏକ ଥିମକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ଦିବସ ପାଳନ କରାଯାଇଥାଏ । 2024ର ଥିମ ହେଉଛି ମୋ ସ୍ବାସ୍ଥ୍ୟ ମୋ ଅଧିକାର । ଆଜିର ଦିନରେ ସମସ୍ତଙ୍କୁ ସ୍ବାସ୍ଥ୍ୟ ସୁବିଧା ପ୍ରଦାନ କରିବା ପାଇଁ ସୁଯୋଗ ପ୍ରଦାନ କରିଥାଏ । ଏହି ଦିନର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସ୍ୱାସ୍ଥ୍ୟର ମହତ୍ତ୍ବ ବିଷୟରେ ଅବଗତ କରାଇବା ଏବଂ ସେମାନଙ୍କୁ ଏକ ସୁସ୍ଥ ଜୀବନଯାପନ କରିବାକୁ ପ୍ରେରଣା ଦେବା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.