ETV Bharat / health

ଏଡିନୋଭାଇରସ୍‌ରେ 2 ମୃତ, ଜାଣନ୍ତୁ ରୋଗର କାରଣ - adenovirus

author img

By ETV Bharat Odisha Team

Published : Apr 1, 2024, 12:38 PM IST

Adenovirus: ପଶ୍ଚିମବଙ୍ଗରେ ଡରାଇଲାଣି ଏଡିନୋଭାଇରସ୍ । 2 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଜାଣନ୍ତୁ ରୋଗର ଲକ୍ଷଣ

Adenovirus
Adenovirus

ହାଇଦ୍ରାବାଦ: କୋଲକାତାରେ ପୁଣି ମୁଣ୍ଡ ଟେକିଛି ଏଡିନୋଭାଇରସ୍ । ମିଡିଆ ରିପୋର୍ଟ ଅନୁସାରେ, ଗୋଟିଏ ସପ୍ତାହ ହେବ ଏଡିନୋଭାଇରସ ସଂକ୍ରମଣ ବ୍ୟାପିବା କାରଣରୁ 2 ଜଣଙ୍କ ମୃତ୍ୟୁ ହୋଇଛି । ଦୁଇ ସପ୍ତାହ ମଧ୍ୟରେ ଦୁଇ ଛୁଆଙ୍କର ମୃତ୍ୟୁ ହୋଇଛି । ତେବେ ଆହୁରି ଅନେକ ଶିଶୁ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଏଡିନୋଭାଇରସ୍ କଣ: ଏଡିନୋଭାଇରସ ଏକ ସାଧାରଣ ଭାଇରସ ଅଟେ । ଯାହା ଥଣ୍ଡା ଏବଂ ଫ୍ଲୁ ଭଳି ସମସ୍ୟା ସୃଷ୍ଟି କରିଥାଏ । ଅନୁସନ୍ଧାନକାରୀମାନେ ପ୍ରାୟ 50 ପ୍ରକାରର ଏଡିନୋଭାଇରସ ଚିହ୍ନଟ କରିଛନ୍ତି ଯାହା ମଣିଷକୁ ସଂକ୍ରମିତ କରିପାରେ । ଏଡିନୋଭାଇରସ ସଂକ୍ରମଣ ବର୍ଷସାରା ହୋଇପାରେ, କିନ୍ତୁ ଶୀତ ଏବଂ ବସନ୍ତରେ ପ୍ରାରମ୍ଭରେ ଅଧିକ ହୋଇଥାଏ ବୋଲି କୁହାଯାଇଛି ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏଡିନୋଭାଇରସ ସବୁ ବର୍ଗରେ ବ୍ୟକ୍ତିଙ୍କୁ ପ୍ରଭାବିତ କରିପାରେ, କିନ୍ତୁ ବିଶେଷ କରି ଏହି ରୋଗ 5 ବର୍ଷରୁ କମ୍ ବୟସର ଛୁଆଙ୍କୁ ହେବାର ସମ୍ଭାବନା ଅଧିକ ରହିଥାଏ । ସେମାନଙ୍କ କ୍ଷେତ୍ରରେ ସ୍ବଚ୍ଛତାର ଅଭାବ ଯୋଗୁଁ ଏହା ହୋଇପାରେ ବୋଲି କୁହାଯାଇଛି । ଏହି କାରଣରୁ ସଂକ୍ରାମକ ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ । ଏଡିନୋଭାଇରସ୍ ପ୍ରାୟତଃ ନବଜାତ ଶିଶୁ ଏବଂ ଛୋଟ ପିଲାମାନଙ୍କୁ ବାୟୁ ମାଧ୍ୟମରେ ବ୍ୟାପିପାରେ । ସଂକ୍ରମିତ ବ୍ୟକ୍ତିଙ୍କ ସହ ମିଳାମିଶା କରିବା, ସ୍ବଚ୍ଛତା ବଜାୟ ରଖିନପାରିବା, ଦୁର୍ବଳ ପ୍ରତିରକ୍ଷା ପ୍ରଣାଳୀ, ଶ୍ବାସକ୍ରିୟା କିମ୍ବା ହୃଦଘାତ ସମସ୍ୟା ବ୍ୟକ୍ତି ଗୁରୁତର ଏଡିନୋଭାଇରସ୍ ସଂକ୍ରମଣର ସମ୍ମୁଖୀନ ହୋଇପାରନ୍ତି ।

ଏହା ମଧ୍ୟ ପଢନ୍ତୁ: Adenovirus Alarm: ପୁଣି ଗଲା 4 ଶିଶୁଙ୍କ ଜୀବନ, ମୃତ୍ୟୁସଂଖ୍ୟା 147 !

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଯେଉଁମାନଙ୍କର ପ୍ରତିରକ୍ଷା ପ୍ରଣାଳୀ ଦୁର୍ବଳ ରହିଥାଏ, ସେମାନଙ୍କ ଠାରେ ଏଡିନୋଭାଇରସ ସଂକ୍ରମଣ ହେତୁ ଗୁରୁତର ହେବାର ସମ୍ଭାବନା ଅଧିକ ରହିଥାଏ । ଯେଉଁମାନଙ୍କର ଅଙ୍ଗ ପ୍ରତିରୋପଣ କରାଯାଇଥାଏ, ସେମାନଙ୍କ ଠାରେ ଏହି ଭାଇରସରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ ରହିଥାଏ ।

ଏଡିନୋଭାଇରସ୍‌ର ଲକ୍ଷଣ: ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏଡିନୋଭାଇରସ ସଂକ୍ରମଣର ଲକ୍ଷଣ ଶରୀରର ଅଙ୍ଗ ଉପରେ ନିର୍ଭର କରିଥାଏ । କେଉଁ ଅଙ୍ଗରେ ସଂକ୍ରମିତ ହୋଇଛି ତାହା ଉପରେ ଲକ୍ଷଣ ନିର୍ଭର କରିଥାଏ । ଅଧିକାଂଶ କ୍ଷେତ୍ରରେ ଏହା ଶ୍ବାସନଳୀକୁ ପ୍ରଭାବିତ କରିଥାଏ । ଏହା ସାଧାରଣ ଥଣ୍ଡା କିମ୍ବା ଫ୍ଲୁ ଭଳି ଲକ୍ଷଣ ସୃଷ୍ଟି କରିପାରେ । ସାଧାରଣ ଲକ୍ଷଣ ମଧ୍ୟରେ ସାଧାରଣ ଥଣ୍ଡା, ଜ୍ୱର, ଗଳା ଯନ୍ତ୍ରଣା, ତୀବ୍ର ବ୍ରୋଙ୍କାଇଟିସ୍, ଫୁସଫୁସରେ ବାୟୁପଥର ପ୍ରଦାହ, ଆଖି ଗୋଲାପୀ ପଡିଯିବା ଏବଂ ତୀବ୍ର ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ୍ ଅନ୍ତର୍ଭୁକ୍ତ । ଏହାସହ ମୂତ୍ରାଶୟ ସମସ୍ୟା କିମ୍ବା ସଂକ୍ରମଣରେ ସ୍ନାୟୁ ସମ୍ବନ୍ଧୀୟ ରୋଗ ମଧ୍ୟ ହୋଇପାରେ ।

ସଂକ୍ରମଣରୁ କିଭଳି ବର୍ତ୍ତିବେ: ଅଳ୍ପ ଦିନ ମଧ୍ୟରେ ଏହି ସଂକ୍ରମଣରୁ ମୁକ୍ତି ମିଳିଥାଏ । କିନ୍ତୁ ଆଖି ସଂକ୍ରମଣ କିମ୍ବା ନିମୋନିଆ ଏକ ସପ୍ତାହ କିମ୍ବା ଅଧିକ ସମୟ ଧରି ରହିପାରେ । ପ୍ରତିରକ୍ଷା ପ୍ରଣାଳୀ ଦୁର୍ବଳ ହୋଇଥିବା ଛୁଆମାନେ ଡାକ୍ତରଖାନାରେ ଭର୍ତ୍ତି ହୋଇଥାଆନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ସଂକ୍ରମଣରୁ ରକ୍ଷା କରିବା ଜରୁରୀ ଅଟେ । ଅନ୍ୟପଟେ ସଂକ୍ରମିତ ଛୁଆଙ୍କ ଠାରୁ ଦୂରତା ବଜାଇ ରଖିବା ଜରୁରୀ ଅଟେ । ହାତର ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବା ଏବଂ ପିଲାମାନଙ୍କର ହାତ ଧୋଇବା ପିଲାମାନଙ୍କୁ ସଂକ୍ରମଣରୁ ସୁରକ୍ଷିତ ରଖିବା ପାଇଁ ଏକ ଉପାୟ ହୋଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.