ETV Bharat / health

କଳା ଗହମରେ କେଉଁ ସବୁ ଔଷଧୀୟ ଗୁଣ ରହିଛି ? ଜାଣନ୍ତୁ - Black Wheat

author img

By ETV Bharat Odisha Team

Published : Apr 12, 2024, 10:36 PM IST

Black Wheat
Black Wheat

Black Wheat: କଳା ଗହମରେ ଅନେକ ଔଷଧୀୟ ଗୁଣ ରହିଛି । ଫଳରେ ଏହା ଅନେକ ରୋଗୀଙ୍କୁ ସୁସ୍ଥ କରିବା ଦିଗରେ ସହାୟକ ହୋଇଥାଏ । ଅଧିକ ପଢନ୍ତୁ

ପାଟନା: କୁହାଯାଏ ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଆମର ସ୍ବାସ୍ଥ୍ୟ । ତେଣୁ ଆମେ ସର୍ବଦା ଉତ୍ତମ ସ୍ବାସ୍ଥ୍ୟକୁ ନେଇ ସଚେତନ ରହିବା ଉଚିତ । ଏହିପରିଭାବେ ବ୍ୟସ୍ତବହୁଳ ଜୀବନରେ, ଆମେ ଏପରି ଖାଦ୍ୟ ଖାଇବା ଉଚିତ ଯାହା ଆପଣଙ୍କୁ ଫିଟ୍ ରଖିବ । କହିବାକୁ ଗଲେ ସମଗ୍ର ଦେଶରେ ଲୋକମାନେ ଅନେକ ପ୍ରକାରର ରୋଗରେ ପୀଡିତ । ସେମାନଙ୍କ ମଧ୍ୟରୁ ଅଧିକାଂଶ ମଧୁମେହ ଏବଂ ରକ୍ତଚାପ ରୋଗୀ । ଏପରି ସ୍ଥିତିରେ, ଆମେ ଆପଣଙ୍କୁ କଳା ଗହମ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଖାଇବା ଦ୍ବାରା ଆପଣ ଯଥେଷ୍ଟ ଫିଟ୍ ରହିବେ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି ।

ଡକ୍ଟର ଗୌରବ ଶର୍ମା ( ମା ଜାନକୀ ହସ୍ପିଟାଲ, ମୁଜାଫରପୁର) କହିଛନ୍ତି, "କଳା ଗହମରେ ଆନ୍ଥୋସିଆନିନ ନାମକ ଏକ ପିଗମେଣ୍ଟ ରହିଛି । ଏହି ପିଗମେଣ୍ଟର ଉପସ୍ଥିତି କାରଣରୁ ଏଭଳି ପ୍ରଜାତିର ଗହମର ରଙ୍ଗ କଳା ହୋଇଥାଏ । ଏହି ଆନ୍ଥୋସିଆନିନ ପିଗମେଣ୍ଟ ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଭାବେ କାର୍ଯ୍ୟ କରେ । ଏହା ଖାଇବା ଦ୍ବାରା ଶରୀରକୁ ପ୍ରଚୁର ପରିମାଣରେ ପୃଷ୍ଟିସାର ମିଳିଥାଏ । ଏପରିକି ଯେଉଁମାନେ ମଧୁମେହରେ ପୀଡିତ ନୁହନ୍ତି ସେମାନେ ମଧ୍ୟ ଏହାକୁ ସେବନ କରିପାରିବେ ।" ଖାଲି ସେତିକି ନୁହେଁ, ଏହି କଳା ଗହମରେ ଭରପୁର ଭିଟାମିନ ମଧ୍ୟ ରହିଛି । ଏଥିରେ ଭିଟାମିନ B୧, B୨, B୩, B୫, B୯ ସମେତ ପୃଷ୍ଟିସାର ଓ ଶ୍ବେତସାର ମଧ୍ୟ ରହିଛି । ଏହାସହ ଜିଙ୍କ, କପର, କ୍ୟାଲସିୟମ, ପଟାସିୟମ, ମ୍ୟାଗ୍ନେସିୟମ, ସେଲେନିୟମ ଏବଂ ଫସପରସ ମଧ୍ୟ ଏଥିରେ ରହିଛି। ତେଣୁ ଏହାକୁ ସେବନ କରିବା ଦ୍ବାରା ଏହା ବିଭିନ୍ନ ସ୍ବାସ୍ଥ୍ୟ ଜନିତ ସମସ୍ୟାର ନିରାକରଣ କରିବା ଦିଗରେ ସହାୟକ ହେବ ।

ଏହା ମଧ୍ୟ ପଢନ୍ତୁ...କୋରାପୁଟକୁ ନୂଆ ପରିଚୟ ଦେବ ରଙ୍ଗୀନ ଧାନ, ଗୁଣବତ୍ତା ଆବିଷ୍କାର କଲେ ଗବେଷକ

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, କଳା ଗହମ ଖାଇବା ପୂର୍ବରୁ ଡାଇଟିସିୟାନଙ୍କ ପରାମର୍ଶ ନେବା ଜରୁରୀ । ଯଦି କୌଣସି ବ୍ୟକ୍ତି ନିମୋନିଆରେ ଆକ୍ରାନ୍ତ ଅଛନ୍ତି ତାଙ୍କ କ୍ଷେତ୍ରରେ ଏହି ଗହମ ସେବନ ବାରଣ କରାଯାଇଛି । ତେବେ କଳା ଗହମର ଚାହିଦା ଦିନକୁ ଦିନ ବଢୁଥିବାବେଳେ ଏହି କ୍ଷେତ୍ରରେ କୃଷକଙ୍କୁ ପ୍ରୋତ୍ସାହନ ଯୋଗାଉଛନ୍ତି ସରକାର । ପୂର୍ବରୁ ରାଜସ୍ଥାନ, ହରିୟାଣାରେ ଏହି ଗହମ ଚାଷ ହେଉଥିବାବେଳେ ବର୍ତ୍ତମାନ ବିହାରରେ ମଧ୍ୟ ଏହି ଚାଷ ହେଉଥିବା ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.