ETV Bharat / health

ଯୌନ ସାଥି ରଖିବାରେ ଶୀର୍ଷରେ ତୁର୍କୀ, କେତେ ପାର୍ଟନର ରଖନ୍ତି ଭାରତୀୟ ? - Least Promiscuous Of Most People

author img

By ETV Bharat Odisha Team

Published : Apr 12, 2024, 1:08 PM IST

Updated : Apr 12, 2024, 1:58 PM IST

Average Number of Sexual Partner: ଯୌନ ସାଥିକୁ ନେଇ ଓ୍ବାର୍ଲ୍ଡ ରିଭ୍ୟୁ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି । ଜାଣନ୍ତୁ କେଉଁ ଦେଶର ଲୋକମାନଙ୍କର କେତେ ଯୌନ ସାଥି ।

Sexual Partner
Sexual Partner

ହାଇଦ୍ରାବାଦ: ଆଜିକା ଯୁବପିଢି ଲିଭଇନ୍ ରିଲେସନସିପ୍‌ରେ ରହିବା ପାଇଁ ପସନ୍ଦ କରିଥାଆନ୍ତି । ଏହା ଏକ ପ୍ରକାର ଟ୍ରେଣ୍ଡ ସାଜିଛି । ତେବେ ଓ୍ବାର୍ଲ୍ଡ ରିଭ୍ୟୁ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁସାରେ, 2024 ମସିହାରେ ହାରାହାରୀ ଯୌନ ସାଥି ମାନ୍ୟତାରେ(Sexual Partners ) ରାଙ୍କିଂରେ ଭାରତର ନିମ୍ନ ସ୍ଥାନରେ ରହିଛି । 46ଟି ଦେଶକୁ ନେଇ ରାଙ୍କି କରାଯାଇଥିବା ବେଳେ ଭାରତର ସ୍ଥାନ ମଧ୍ୟ 46ତମ ସ୍ଥାନରେ ରହିଛି । ରିପୋର୍ଟ ଅନୁସାରେ ଭାରତୀୟଙ୍କ ଜୀବନରେ ହାରାହାରି 3ଜଣ ଯୌନ ସାଥି ରହିଥାଆନ୍ତି । ରାଙ୍କିଂରେ ତୁର୍କୀ ସବୁଠାରୁ ଶୀର୍ଷରେ ରହିଛି । ତୁର୍କୀ ଲୋକଙ୍କ ଜୀବନ କାଳ ମଧ୍ୟରେ ହାରାହାରି ପ୍ରାୟ 14.5ଯୌନ ସାଥି ରହିଥାଆନ୍ତି ।

ତେବେ ରିପୋର୍ଟରେ କୁହାଯାଇଛି, ଏଭଳି କିଛି ଦେଶ ରହିଛି ଯେଉଁଠାରେ ଯୌନ ସାଥିଙ୍କର ଭାଗୀଦାର ବହୁତ କମ ରହିଥାଏ । ବିବାହ ପୂର୍ବରୁ ଯୌନ ସମ୍ପର୍କରୁ ଦୂରେଇ ରହିବା ତଥା ସଂସ୍କୃତିକୁ ମାନି ଚଳିବା ଏହାର ଏକ ମୁଖ୍ୟ କାରଣ ଅଟେ । ଭାରତରେ ଯେଉଁମାନେ ବିବାହକୁ ନେଇ କଡା ନିୟମ ପାଳନ କରିଥାଆନ୍ତି ସେମାନଙ୍କ ଜୀବନରେ ଅତ୍ୟନ୍ତ 3ଟି ଯୌନ ସାଥି ରହିଥାଆନ୍ତି । ହଂକଂ, ଭିଏତନାମ ଏବଂ ଚାଇନାରେ ରହୁଥିବା ଲୋକଙ୍କ ଜୀବନ କାଳରେ 4ରୁ କମ୍ ଯୌନ ସାଥି ରହିଥାଆନ୍ତି । ଗୁଜୁରାଟର କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ସମାଜ ଏବଂ ବିକାଶ ବିଭାଗର ସ୍କୁଲ ଅଫ ସୋସିଆଲ ସାଇନ୍ସର ଆସୋସିଏଟ ପ୍ରଫେସର ସୁଭାଷ କୁମାରଙ୍କ ଅନୁସାରେ, ପିଲାଦିନରୁ ଜଣେ ବ୍ୟକ୍ତିକୁ ବିଭିନ୍ନ ପ୍ରକାର ସୁବିଧା ମିଳିବା କାରଣରୁ ସେମାନଙ୍କ ଜୀବନରେ ଏକାଧିକ ଯୌନ ସାଥି ରହିଥାଆନ୍ତି ।

ପ୍ରଫେସର ସୁଭାଷ କୁମାର ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଭାରତୀୟ ସମାଜରେ ନୈତିକତା ଅନୁସାରେ, ଜଣେ ବ୍ୟକ୍ତିଙ୍କୁ ତାଙ୍କ ଜୀବନରେ ଏକାଧିନ ଜୀବନସାଥି ପାଇଁ ଅନୁମତି ଦିଆଯାଏନାହିଁ । ଭାରତର ରାଙ୍କିକୁ ମୁଁ ସକରାତ୍ମକ ସଙ୍କେତ ବୋଲି ବିବେଚନା କରୁଛି । ଭାରତୀୟ ସାଂସ୍କୃତିକ ଏବଂ ସାମାଜିକ ଆଦର୍ଶର ବହୁତ ଉଚ୍ଚରେ ରହିଛି । ଭାରତୀୟମାନଙ୍କର ସବୁଠାରୁ ବିଶ୍ବାସନୀୟ ଜୀବନ ସାଥୀ ରହିଛନ୍ତି ।

ମାନସିକ ଏବଂ ଶାରୀରିକ ସମସ୍ୟା କାରଣରୁ ଜଣେ ବ୍ୟକ୍ତିକୁ ଏକରୁ ଅଧିକ ଯୌନ ସାଥିର ଆବଶ୍ୟକତା ହୋଇଥାଏ । ଚିନ୍ତା, ଉଦାସୀନତା, କ୍ୟାରିୟର ସମ୍ବନ୍ଧୀୟ ଆହ୍ୱାନ ଗୁଡ଼ିକ ହେଉଛି ଜୀବନର ପ୍ରମୁଖ ସମସ୍ୟା । ଭାରତର ଅନେକ ଛୋଟ ସହର ରହିଛି ଯେଉଁଠାରେ ଲୋକମାନେ ବିବାହ ପୂର୍ବରୁ ଯୌନ ସମ୍ପର୍କ ରଖନ୍ତି ନାହିଁ । ଛୋଟ ସହର ଏବଂ ଗ୍ରାମାଞ୍ଚଳରେ ସାଧାରଣତଃ ଲୋକମାନଙ୍କର ଗୋଟିଏ ଯୌନ ସାଥି ରହିଥାଏ । ମହାନଗର ନିଗମର ଲୋକମାନେ ପାଶ୍ଚାତ୍ୟ ସଂସ୍କୃତି ସହିତ ଅଧିକ ପରିଚିତ । କିନ୍ତୁ ଭାରତୀୟଙ୍କ ଠାରେ 3ଯୌନ ସାଥି ଏକ ପ୍ରକାର ଚିନ୍ତାର ବିଷୟ ଅଟେ ।

ଏହା ମଧ୍ୟ ପଢନ୍ତୁ: ଅନ୍ତର୍ଜାତୀୟ ଯୁଦ୍ଧ କ୍ଷେତ୍ରରେ ଯୌନ ଶୋଷଣ ନିରୋଧି ଦିବସ ପାଳନର କାରଣ କ'ଣ ?

ନୋଏଡାର ଜେପି ହସ୍ପିଟାଲର କ୍ଲିନିକାଲ ସାଇକୋଲୋଜିଷ୍ଟ ଡାକ୍ତର ପ୍ରିୟଙ୍କା ଶ୍ରୀବାସ୍ତବ କହିଛନ୍ତି, ଭାରତର ଏହା ରାଙ୍କିଂ କେବଳ ଭାରତର ମୂଲ୍ୟବୋଧ ଏବଂ ସଂସ୍କୃତି ଅଟେ । ସେ କହିଛନ୍ତି, ଜଣେ ବ୍ୟକ୍ତିର ମୃତ୍ୟୁ ପର୍ଯ୍ୟନ୍ତ କେବଳ ଗୋଟିଏ ଜୀବନସାଥି ରହିଥାଆନ୍ତି । ବିବାହ ବିଚ୍ଛେଦ ସମସ୍ୟା ବହୁତ କମ୍ ହୋଇଥାଏ । ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବ ହେତୁ ବର୍ତ୍ତମାନ ସମାଜରେ ପରିବର୍ତ୍ତନ ଆସୁଛି । ମହିଳାମାନେ ସଶକ୍ତ ହେବା ସହିତ ଆର୍ଥିକ ଦୃଷ୍ଟିରୁ ସ୍ବାଧୀନ ହେଉଛନ୍ତି । ଏହା ଦ୍ବାରା ସ୍ବାମୀ-ସ୍ତ୍ରୀ ମଧ୍ୟରେ ମତଭେଦ ବୃଦ୍ଧି ପାଉଛି । ଆଜି ଭାରତରେ ମଧ୍ୟ ସ୍ଥିତିରେ ପରିବର୍ତ୍ତନ ଆସୁଛି ।

ବିଶ୍ବ ଜନସଂଖ୍ୟା ରିପୋର୍ଟ ଅନୁସାରେ, ଅଧିକାଂଶ ବ୍ୟକ୍ତିଙ୍କ ଜୀବନ କାଳରେ ଏକାଧିକ ଯୌନ ସାଥି ରହିଥାଆନ୍ତି । ସର୍ବେକ୍ଷଣରୁ ଜଣାପଡିଛି ଯେ ବିଶ୍ବରେ ଜଣେ ବ୍ୟକ୍ତିଙ୍କ ଜୀବନ କାଳରେ 9ଜଣ ଯୌନ ସାଥି ରହିଥାଆନ୍ତି । ତେବେ ରିପୋର୍ଟରେ କୁହାଯାଇଛି ଯେ, ପ୍ରତ୍ୟେକ ଦେଶରେ ଯୌନ ସାଥିଙ୍କ ସଂଖ୍ୟା ଭିନ୍ନ ଭିନ୍ନ ହୋଇପାରେ । କାରଣ ସଂସ୍କୃତି ଭିନ୍ନ ଭିନ୍ନ ହୋଇଥାଏ । ତେବେ ତୁର୍କୀ ନାଗରିକମାନଙ୍କର ଜୀବନ କାଳରେ ଅଧିକ ଯୌନ ସାଥି ରହିଥିବା ରିପୋର୍ଟରେ କୁହାଯାଇଛି । ହାରାହାରି ପ୍ରାୟ 14ଜଣ ଯୌନ ସାଥି ରହିଥାଆନ୍ତି । ଆଇଲ୍ୟାଣ୍ଡ, ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ ବାସିନ୍ଦାଙ୍କ ହାରିହାରି 13ରୁ ଅଧିକ ଯୌନ ସାଥି ରହିଥାଆନ୍ତି ।

ରିପୋର୍ଟ ଅନୁଯାୟୀ, ଆମେରିକାର ଲୋକମାନଙ୍କର ଜୀବନକାଳ ମଧ୍ୟରେ ହାରାହାରି 10 ରୁ 11ଜଣ ଯୌନ ସାଥି ରଖିଥାଆନ୍ତି । କିନ୍ତୁ ଆମେରିକାରେ ମଧ୍ୟ ଏହା ଭିନ୍ନ ଭିନ୍ନ ହୋଇଥାଏ । କାରଣ ରାଜ୍ୟ ଅନୁସାରେ ସଂସ୍କୃତି ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ରିପୋର୍ଟରେ ଆହୁରି କୁହାଯାଇଛି ଯେ ଯେଉଁ ବୟସରେ ଜଣେ ନିଜର କୁମାରୀତ୍ୱ ହରାନ୍ତି, ସେମାନଙ୍କର ଯୌନ ସାଥି ମଧ୍ୟ ସେହି ଅନୁସାରେ ହୋଇଥାଏ । ଯୁକ୍ତରାଷ୍ଟ୍ର ଆମେରିକାର ଲୋକକମାନେ ହାରାହାରି 17 ବର୍ଷ ବୟସରେ ନିଜର କୁମାରୀତ୍ୱ ହରାଇଥାନ୍ତି ।

ବ୍ୟୁରୋ ରିପୋର୍ଚ, ଇଟିଭି ଭାରତ

Last Updated : Apr 12, 2024, 1:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.